1. କଂଗ୍ରେସରେ ମିଶିବେ ପାଙ୍ଗି: କଂଗ୍ରେସରେ ଯୋଗଦେବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶିଆଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ। ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି। ମୋ ବାପା କଂଗ୍ରେସରେ ଥିଲେ। ମୋ ପରିବାର ହେଉଛି କଂଗ୍ରେସ। ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି। ମୁଁ ନିକଟରେ କଂଗ୍ରେସରେ ସାମିଲ ହେବା କଥା। ହେଲେ ଛତିଶଗଡ଼ ନିର୍ବାଚନ ପାଇଁ ପ୍ରୋଗାମକୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ମଧ୍ୟରେ ମୁଁ କଂଗ୍ରେସରେ ସାମିଲ ହେବି।


COMMERCIAL BREAK
SCROLL TO CONTINUE READING

2. ଠେଲାପେଲାରେ ହବିଷ୍ୟାଳି ଗୁରୁତର: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳାଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ବହୁ ହବିଷ୍ଯାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ। ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳା ମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତ ମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ। ତେବେ ଏଭଳି ଘଟଣା ଦର୍ଶନ ବ୍ଯବସ୍ଥାରେ ଅହେତୁକ ତୃଟି ଯୋଗୁଁ ଘଟିଥିବା ଅଭିଯୋଗ ହେଉଛି। ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ଯାଳୀ ମାନଙ୍କୁ ମଧ୍ୟ ଏକ କାଳିନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। 


3. ୧୪ରେ ଲଘୁଚାପ: ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୫ ତାରିଖ ଦିନ ଏବଂ ଉପକୂଳରେ ୧୬ ତାରିଖ ଦିନ ବର୍ଷା ହୋଇପାରେ। ଏହାପର ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି। 


4. ହସପିଟାଲ ଛାଡ଼ିଲେ ବାହାନଗାର ଶେଷ ରୋଗୀ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି। ବିହାରର ବଜରଙ୍ଗୀ ଠାକୁର ଦୁର୍ଘଟଣାରେ ବାମ ଗୋଡଟି ସମୂର୍ଣ୍ଣ ନଷ୍ଟ ହୋଇ ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ବଜରଙ୍ଗୀଙ୍କ ଜୀବନ ବଞ୍ଚାଇବା ଲାଗି ଆଣ୍ଠୁ ତଳୁ ତାଙ୍କ ଗୋଡକୁ କାଟିବାକୁ ପଡିଥିଲା। ଏହା ପରେ ଆଇସିୟୁରେ ରଖାଯାଇ ଏସସିବିର ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଅର୍ଥୋପେଡିକ ବିଭାଗର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏକ କୃତ୍ରିମ ଗୋଡ ଲଗାଯାଇଛି। ଫଳରେ କୃତ୍ରିମ ଗୋଡରେ ବଜରଙ୍ଗୀ ଚାଲିବାକୁ ସକ୍ଷମ ହୋଇଛି। ଏସସିବିରେ ଦୀର୍ଘ ୫ ମାସର ଚିକିତ୍ସା ପରେ ଆଜି ଡିସଚାର୍ଜ ହୋଇ ବିହାର ଫେରିଛନ୍ତି ବଜରଙ୍ଗୀ।


5. ଇଂଲଣ୍ଡର ‘ନିରାପଦ ତାଲିକା’ରେ ଭାରତ: ଇଂଲଣ୍ଡର ସଂସଦ ଭାରତକୁ ‘ନିରାପଦ ଦେଶ ତାଲିକା’ରେ ସାମିଲ୍‍ କରିବାକୁ ଯାଉଛି। ହାଉସ୍‍ ଅଫ୍‍ କମନ୍ସରେ ଏନେଇ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହାଦ୍ୱାରା ଭାରତରୁ ବେଆଇନ ଭାବେ ଯାଇ ତାଙ୍କ ଦେଶରେ କେହି ଶରଣାର୍ଥୀ ହୋଇପାରିବେ ନାହିଁ। ଭାରତ ସହ ଜର୍ଜିଆ ମଧ୍ୟ ଏହି ତାଲିକାରେ ସାମିଲ୍‍ ହେବ। ଇଂଲଣ୍ଡ ଉପକୂଳରେ ବିଭିନ୍ନ ସମୟରେ ଏପରି ବେଆଇନ ଭାବେ ଆସିଥିବା ଲୋକଙ୍କୁ ନେଇ ରାଜନୀତିକ ସମସ୍ୟା ସୃଷ୍ଟି ହୋଇଥିଲା। ଯାହାକୁ ଦାୟିତ୍ୱପୂର୍ଣ୍ଣ ସହକାରେ ସମାଧାନ କରିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ଆହ୍ୱାନ ହୋଇରହିଥିଲା। 


6. ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର: ଦିଲ୍ଲୀରେ ଗତକାଲି ରାତି ଠାରୁ ବର୍ଷା ଲାଗି ରହିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ, ନୋଏଡ଼ା ଆଦି ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବାୟୁ ମଣ୍ଡଳ ପ୍ରଦୂଷିତ ହୋଇଥିବା ବେଳେ ଏଥିରେ ସାମାନ୍ୟ ଉନ୍ନତି ଆସିଛି। ହି ବର୍ଷା ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଦିଲ୍ଲୀବାସୀ କହିଛନ୍ତି କି ଯେ ପ୍ରଦୂଷଣ ଅଣନିଶ୍ୱାସୀ କରି ପକାଇଥିଲା। କିନ୍ତୁ ଏହି ବର୍ଷା ପ୍ରଦୂଷଣରୁ ମୁକ୍ତି ଦେଇଛି ଏବଂ ବର୍ତ୍ତମାନ ଲୋକମାନେ ମୁକ୍ତ ଭାବରେ ନିର୍ମଳ ବାୟୁ ନିଶ୍ୱାସ ନେଇପାରିବେ। ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ଏବଂ ନିଜ ନିଜ ଅଞ୍ଚଳରୁ ଭିଡିଓ ଏବଂ ଚିତ୍ର ସେୟାର କରୁଥିବା ଦେଖିବାକୁ ମିଳିଛି।


7. ଲସ୍କର କମାଣ୍ଡରଙ୍କୁ ହତ୍ୟା: ପାକିସ୍ତାନର ଖାଇବର ଅଞ୍ଚଳରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର କମାଣ୍ଡର ଆକ୍ରାମ ଖାନ୍‍ଙ୍କୁ ଅଜଣା ଆତତାୟୀ ହତ୍ୟା କରିଛନ୍ତି। ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ତଥା ଅନେକ ଆକ୍ରମଣରେ ଲିପ୍ତ ଆତଙ୍କବାଦୀଙ୍କ ଭିତରେ ଆକ୍ରାମ ଅନ୍ୟତମ।  କିଛିଦିନ ପୂର୍ବରୁ ରବିବାର ଦିନ ଖ୍ୱାଜା ସହିଦଙ୍କୁ ଏହି ପରି ଅଜଣା ଆତତାୟୀ ହତ୍ୟା କରିଥିଲେ। ସଂଗଠନ ଭିତରେ ବିଭାଜନ ଓ କନ୍ଦଳ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି। 


8. ଗ୍ୟାରେଣ୍ଟର ଦେବାଳିଆ ଘୋଷଣା ହୋଇପାରନ୍ତି: ଋଣ ପାଇଁ ଗ୍ୟାରେଣ୍ଟର ହେଉଥିଲେ ସାବଧାନ। ଯଦି ସମ୍ପୃକ୍ତ ଋଣ ଗ୍ରହୀତା ଶୁଝିଲେ ନାହିଁ ତେବେ ବ୍ୟାଙ୍କ ଆପଣଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦେବାଳିଆ ଘୋଷଣା ପାଇଁ କାର୍ଯ୍ୟାନୁଷ୍ଠାନ ନେଇପାରେ। ବିଭିନ୍ନ କମ୍ପାନୀରେ ବାହାରେ ଥିବା ପ୍ରୋତ୍ସାହନକାରୀଙ୍କୁ ଏହା ପ୍ରଭାବିତ କରିବ। ସୁପ୍ରିମ୍‍କୋର୍ଟ ଦେବାଳିଆପଣ ଆଇନକୁ ତର୍ଜମା କରି ଏହି ରାୟ ଶୁଣାଇଛନ୍ତି। ଏଯାଏ ଦେଶରେ ଦେବାଳିଆପଣ ଆଇନ ଅନୁସାରା ୨୩୦୦ ମାମଲା ଦାୟର ହୋଇଛି।  ଯେଉଁଥିରେ ୧.୬ ଲକ୍ଷ କୋଟି ଟଙ୍କା ଅଭିଯୋଗ ସମ୍ପୃକ୍ତ। 


9. ମହୂଆଙ୍କ ବିରୁଦ୍ଧରେ ସଦାଚାର କମିଟିର ରିପୋର୍ଟ: ଲୋକସଭାର ସଦାଚାର କମିଟି ଗୁରୁବାର ଅପରାହ୍ଣରେ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ସୁପାରିସ ପ୍ରସ୍ତାବକୁ ଗ୍ରହଣ କରିଛି। ଏଥିରେ ସାଂସଦ ମୈତ୍ରଙ୍କ ସାଂସଦ ପଦକୁ ରଦ୍ଦ କରିବା ପାଇଁ କମିଟି ସୁପାରିସ କରିଛି। ୫୦୦ ପୃଷ୍ଠାର ଏହି ରିପୋର୍ଟକୁ ନେଇ ବିରୋଧୀ ଦଳ ଆପତ୍ତି ଉଠାଇଛି। ଏହା ‘କଙ୍ଗାରୁ’ କୋର୍ଟଙ୍କ ନିଷ୍ପତ୍ତି ବୋଲି ବିରୋଧୀ ଦଳ କହିଛି। ଏହି ରିପୋର୍ଟକୁ ବାଚସ୍ପତି ଓମ୍‍ ବିର୍ଲାଙ୍କୁ କମିଟି ପ୍ରଦାନ କରିବ। ଗୃହରେ ଉପସ୍ଥାପନ ପରେ ଯଦି ଗୃହ ଏହାକୁ ଗ୍ରହଣ କରେ ତେବେ ମହୂଆଙ୍କ ସାଂସଦ ପଦବୀ ରଦ୍ଦ ହେବ। 


10. ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା: ଚଳିତ ବିଶ୍ୱକପର ୪୨ ତମ ମ୍ୟାଚରେ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିଛନ୍ତି। ଅହମ୍ମଦାବାଦ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପ୍ରଥମେ ବ୍ୟାଟିଂ କରି ୨୮ ଓଭର ଖେଳି ଆଫଗାନିସ୍ତାନ ୬ ଓ୍ୱିକେଟ ହରାଇ ୧୧୬ ରନ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଆଜମତୁଲ୍ଲା ଓମରଜାଇ ୨୯ ଓ ରସିଦ ଖାନ ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରେହମତ ଶାହ ୨୬, ରେହମାନୁଲ୍ଲାହ ଗୁରବାଜ ୨୫, ଇକ୍ରାମ ଆଲିଖାଲି ୧୨ ରନ କରି ଆଉଟ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡ଼ି, ଗେରାଲ୍ଡ କୋଏଟଜି ଓ କେଶବ ମହାରାଜ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି।