1. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ: ପୁରୀ ଗସ୍ତରେ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ପ୍ରତି ଶନିବାର ଭଳି ଆଜିବି ପୁରୀ ଗସ୍ତରେ ଆସି ରତ୍ନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଭୋର ପ୍ରାୟ ୪ଟା ୨୦ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ପ୍ରଥମେ ଦୋଳବେଦୀ ସାଇଟ୍ ବୁଲି ଦେଖିଥିଲେ। ଜଗନ୍ନାଥ ବଲ୍ଲଭରୁ ଆସି ଦୋଳବେଦୀ କୋଣରେ ପରିକ୍ରମା ମାର୍ଗକୁ ସଂଯୋଗ କରୁଥିବା ନୂଆ ଆପ୍ରୋଚ ରୋଡ଼ ଶ୍ରୀଦାଣ୍ଡର ସମୀକ୍ଷା କରିଥିଲେ। ତେବେ ସବୁଠାରୁ ବଡକଥା ହେଉଛି ଏହି ଆପ୍ରୋଚ ରୋଡର ନାମ ଶ୍ରୀଦାଣ୍ଡ ରଖାଯାଇଛି।

  2. COMMERCIAL BREAK
    SCROLL TO CONTINUE READING

    ଶ୍ରୀମନ୍ଦିରରେ ଦଳାଚକଟା, ୧୦ ଆହତ: କାର୍ତ୍ତିକ ମାସ ଅବସରରେ ପୁରୀ ଶ୍ରୀମନ୍ଦିରରେ ଭିଡ଼ ଅସମ୍ଭାଳ ହୋଇଛି। ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଶୁକ୍ରବାର ଦିନ ସାତ ପାହାଚ ନିକଟରେ ଦଳା ଚକଟାରେ ୧୦ ଜଣ ଭକ୍ତ ଆହତ ହୋଇଥିଲେ। ଆହତମାନଙ୍କୁ ହସ୍‍ପିଟାଲ୍‍ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଶ୍ରୀମନ୍ଦିରର ଚାରି ଦ୍ୱାର ମଧ୍ୟରୁ ଏବେ ମାତ୍ର ଗୋଟିଏ ଦ୍ୱାର ଖୋଲାଯାଉଛି। ଯେଉଁଥିପାଇଁ ଭିଡ଼ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି।

  3. ବିଏସକେଓ୍ୱାଇ ଡାକ୍ତରଖାନା ସଂଖ୍ୟା ବୃଦ୍ଧି: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରା ଅନୁବନ୍ଧିତ ଡାକ୍ତରଖାନା ସଂଖ୍ୟା ବୃଦ୍ଧି କରାଯାଇଛି। ଏବେ ସମୁଦାୟ ଅନୁବଦନ୍ଧିତ ଡାକ୍ତରଖାନା ସଂଖ୍ୟା ୭୬୫ରେ ପହଞ୍ଚିଛି। ଏଥିରେ ଓଡ଼ିଶା ସମେତ ୧୬ଟି ରାଜ୍ୟର ହସ୍‍ପିଟାଲ୍‍ ରହିଛନ୍ତି। ଆନ୍ଧ୍ର, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପ୍ରଭୃତି ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଧାରୀଙ୍କୁ ଏଣିକି ମାଗଣା ଚିକିତ୍ସା ସୁବିଧା ମିଳିବ।

  4. ଇଭି ଶୋରୁମରେ ଅଗ୍ନିକାଣ୍ଡ: କଟକ ରାଣୀହାଟରେ ଥିବା ଏକ ବ୍ୟାଟେରି ଗାଡ଼ି ଶୋ’ରୁମରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ତରେ ଫଳରେ ଶୋରୁମ୍‍ରେ ଥିବା କିଛି ଗାଡ଼ି ଓ ବ୍ୟାଟେରୀ ନଷ୍ଟ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।

  5. ଭୁବନେଶ୍ୱରରେ ବାଣ କଟକଣା: ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶାବଳୀ ଓ ପ୍ରଦୂଷଣରକୁ ଦୃଷ୍ଟିରେ ଆଖିରେ ରଖି କଟକ-ଭୁବନେଶ୍ୱର ପୋଲିସ କମିଶନର ରାଜଧାନୀରେ ବାଣ ଫୁଟା ନେଇ କଟକଣା ଜାରି କରିଛନ୍ତି। ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ୧୨୫ ଡେସିବେଲ୍‍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରା କଟକଣା ଜାରି କରାଯାଇଛି। ବାଣ ଦୋକାନ ପରିଚାଳନା ନେଇ ମଧ୍ୟ ସୂଚନା ଜାରି କରାଯାଇଛି। ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।

  6. ଭୀମ୍‍ସାର ଡାକ୍ତରଙ୍କ ପଦୋନ୍ନତି: ଦୀପାବଳିର ଅବ୍ୟବହିତ ପୂର୍ବରୁ ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ର ୬୩ ଜଣ ଡାକ୍ତରଙ୍କୁ ସମୟାନୁଭିତ୍ତିକ ପଦୋନ୍ନତି ଦିଆଯାଇଛି। ଏହାସହ ୧୫ ଜଣ ସ୍ଥାୟୀ ଡାକ୍ତରଙ୍କ ବି ପଦୋନ୍ନତି ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱିକୃତୀ ପ୍ରଦାନ କରିଛନ୍ତି।  କାର୍ଯ୍ୟ ନିର୍ବାହୀ ପରିଷଦର ଦିଆଯାଇଥିବା ପ୍ରସ୍ତାବରେ ଆଧାରରେ ରାଜ୍ୟ ସରକାର ଏହି ସ୍ବୀକୃତି ପ୍ରଦାନ କରିଛନ୍ତି।

  7. ମହାକାଳୀ ବେଶରେ ଦକ୍ଷିଣକାଳୀ: ଦୀପାବଳି ରାତିରେ ବିଭିନ୍ନ କାଳୀ ପୀଠରେ ମହାକାଳୀଙ୍କ ଆବାହନ କରିବାର ପରମ୍ପରା ରହିଛି। ଏହିକ୍ରମରେ  ଶ୍ରୀକ୍ଷେତ୍ର ବିଭିନ୍ନ କାଳୀ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। କାଳିକା ଦେବୀ ସାହିରେ ବିରାଜମାନ କରିଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ମା’ଙ୍କୁ ମହାକାଳୀ ଭାବେ ଆବାହନ କରାଯିବ। ମା’ ଦକ୍ଷିଣକାଳୀଙ୍କୁ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଲି ବିବେଚନା କରାଯାଏ।  

  8. ପତ୍ନୀଙ୍କୁ ଦେଖିବାକୁ ଆସିଲେ ସିସୋଦିଆ: ଆଜି ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ଜେଲରୁ ମୁକୁଳିଛନ୍ତି ଦିଲ୍ଲୀ ପୂର୍ବତନ ଉପମୂଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉଜ ଆଭେନ୍ୟୁ କୋର୍ଟଙ୍କ ନିକଟରୁ ଅନୁମତି ପାଇବା ପରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୋଲିସ ହେପାଜତରେ ଆଜି ତାଙ୍କ ଅସୁସ୍ଥ ପତ୍ନୀ ସୀମାଙ୍କୁ ତାଙ୍କ ପୂର୍ବ ସରକାରୀ ବାସଭବନରେ ଭେଟିଥିଲେ। ସିସୋଦିଆଙ୍କୁ ଦିଲ୍ଲୀ ପୋଲିସର ୨ୟ ବାଟାଲିୟନ ଦ୍ୱାରା ତିହାର ଜେଲରୁ ଘରକୁ ନିଆଯାଇଥିଲା। ଏକ ଏକ୍ସାଇଜ୍ ପଲିସି ମାମଲାରେ ଜେଲରେ ଥିବା ସିସୋଦିଆ ଶୁକ୍ରବାର ଦିନ ଚିକିତ୍ସିତ ହେଉଥିବା ପତ୍ନୀଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ। କୋର୍ଟ ତାଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏଠାରେ କହି ରଖୁକି ସିସୋଦିଆଙ୍କୁ ସେହି ପରିସରକୁ ନିଆଯାଇଥିଲା ଯାହାକି ଏକଦା ଦିଲ୍ଲୀ ସରକାରରେ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ସରକାରୀ ବାସଭବନ ଥିଲା।

  9. UCC ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ପ୍ରଥମ ରାଜ୍ୟ: ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରେ। 

  10. ଅଷ୍ଟ୍ରେଲିଆ ବନାମ ବାଂଲାଦେଶ: ଚଳିତ ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ ଖେଳାଯାଉଛି। ବିଶ୍ୱକପର ୪୩ତମ ମ୍ୟାଚରେ ଅଷ୍ଟ୍ରେଲିଆ ବନାମ ବାଂଲାଦେଶ ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ବାଂଲାଦେଶ ୩୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବାଂଲାଦେଶ ପକ୍ଷରୁ ହୃଦୟ ତୌହିଦି ସର୍ବାଧିକ ୭୪ ରନ କରିଥିବା ବେଳେ ସାନ୍ତୋ ୪୫, ତାଞ୍ଜିଦ ହାସନ ଓ ଲିଟନ ଦାସ ୩୬ ରନ ଲେଖାଏଁ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେହମଦୁଲ୍ଲାହ ୩୨, ମୁସଫିକର ରହିମ ୨୧, ମେହିଦି ହାସନ ମିରାଜ ୨୯ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆବଟ ଓ ଜାମ୍ପା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଷ୍ଟୋନିସ ଗୋଟିଏ ୱିକେଟ ହାସଲ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଜବାବରେ ଧାର୍ଯ୍ୟ ବିଜୟଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୯ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୧୨୨ ରନ ସଂଗ୍ରହ କରିନେଇଥିଲା। 

  11. ଇଂଲଣ୍ଡ ବନାମ ପାକିସ୍ତାନ: ଚଳିତ ବିଶ୍ୱକପର ୪୪ତମ ମ୍ୟାଚ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚଟି ପାକିସ୍ତାନ ପାଇଁ କର ବା ମର ମ୍ୟାଚ ରହିଛି। ଏହି ମ୍ୟାଚର ଫଳାଫଳ ହିଁ ପାକିସ୍ତାନକୁ ସେମି ଟିକେଟ ଦେବ। ତେବେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାଯିବା ବେଳକୁ ଇଂଲଣ୍ଡ ୩୦ ଓଭର ସୁଦ୍ଧା ଦୁଇଟି ୱିକେଟ ହରାଇ ୧୭୦ ରନ କରିଛି। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ୫୯ ଓ ଡାୱିଡ଼ ମଲାନ ୩୧ ରନ କରି ଆଉଟ ହୋଇଛନ୍ତି। ଜୋ ରୁଟ ୩୧ ଓ ବେନ ଷ୍ଟୋକ୍ସ ୩୪ ରନ କରି ଅପରାଜିତ ରହିଛନ୍ତି। ପାକିସ୍ତାନ ପକ୍ଷରୁ ହାରିସ ରୌଫ ଓ ଇଫତିଖାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।