• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: କଠୁଆରେ ୫ ଯବାନ ଶହୀଦ ଓ ଦିନ ତମାମର ୧୦ ବଡ଼ ଖବର

Top 10 News Today: କଠୁଆରେ ୫ ଯବାନ ଶହୀଦ ଓ ଦିନ ତମାମର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Written ByPrabhudatta Moharana
Published: Jul 08, 2024, 10:22 PM IST|Updated: Jul 08, 2024, 10:22 PM IST
joinshare
Top 10 News Today: କଠୁଆରେ ୫ ଯବାନ ଶହୀଦ ଓ ଦିନ ତମାମର ୧୦ ବଡ଼ ଖବର

About the Author

    Prabhudatta Moharana

    Prabhudatta Moharana

    Trending

    • News
    • Photos
    • Videos
    Top 10 News: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ରାତି ପାହିଲେ ଉଡିବ ତ୍ରିରଙ୍ଗା ଓ ଅନ୍ୟ ଖବର

    Top 10 News: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ରାତି ପାହିଲେ ଉଡିବ ତ୍ରିରଙ୍ଗା ଓ ଅନ୍ୟ ଖବର

    2

    ଜୀ-ସାର୍ଥକରେ ଦେଖନ୍ତୁ ନୂଆ ସିନେମା ‘ଜଗା ପରି ଭାଇ ଜଗତେ ନାହିଁ’

    3

    ୮୦ତମ ସ୍ବାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

    4

    Odisha Police: ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ବ

    5

    Odisha Flood: ୬ ଜିଲ୍ଲା ୫୨ ବ୍ଲକ ବନ୍ୟା ପ୍ରଭାବିତ- SRC ରାଜେଶ ପ୍ରଭାକର ପାଟିଲ

    H1. ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ
    ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଦ୍ୱତୀୟ ଦିନ।ଗତକାଲି ସୂର୍ଯ୍ୟାସ୍ତ ପରେ ଅଟକି ରହିଥିବା ତିନି ରଥକୁ ଟଣାଯାଇ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିଲା।ଗତକାଲି ପରି ଆଜି ମଧ୍ୟ ରଥ ଟାଣିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।ଡ଼ିଜିପି ଅରୁଣ ଷଡଙ୍ଗୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ରଥ ଲାଗିବା ପରେ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

    H2. ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର ରାସ୍ତା
    ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ସୋମବାର ଦିନ ଦବିଯାଇଛି ରାସ୍ତା। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଏକ ମିନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଆଇଗିଣିଆ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଗାଡିର ଆଗପଟ ଡାହାଣ ଚକା ହଠାତ୍ ଫସି ଯାଇଥିଲା, ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଯାହାକୁ ନେଇ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଆଉ କିଛି ସମୟ ପାଇଁ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା।

    H3. ୧୧୩ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ କଲା ଏନଏମସି
    ୧୧୩ଟି ନୂତନ ମେଡିକାଲ କଲେଜକୁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଅନୁମୋଦନ କରିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୨ଟି ନୂଆ ମେଡିକାଲ କଲେଜ ରହିଛି। ଏହାପରେ ମହାରାଷ୍ଟ୍ରରେ ୧୪ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି। ରାଜସ୍ଥାନ ୧୨, ତେଲେଙ୍ଗାନା ୧୧, ପଶ୍ଚିମବଙ୍ଗ ୮, ମଧ୍ୟପ୍ରଦେଶ ୭, ଆନ୍ଧ୍ରପ୍ରଦେଶ ୭, କର୍ଣ୍ଣାଟକ ୫, ତାମିଲନାଡୁ ୫ ଏବଂ କେରଳରେ ୨ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି। ଉତ୍ତରାଖଣ୍ଡକୁ ମିଳିବ ୩ଟି ନୂଆ ମେଡିକାଲ କଲେଜ । ଓଡ଼ିଶା ଓ ଗୁଜରାଟରେ ୨ଟି ଲେଖାଏଁ ମେଡିକାଲ କଲେଜ ରହିବ। ହରିୟାଣା, ଦିଲ୍ଲୀ, ଆସାମ, ପଞ୍ଜାବ, ସିକିମ ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି।

    H4. ଜିକା ଭାଇରସ୍‌କୁ ନେଇ ଆଲର୍ଟ
    ଦେଶରେ ଜିକା ଭାଇରସ୍ ସଂକ୍ରମଣକୁ ନେଇ ବଢିଲା ଚିନ୍ତା । ବଢୁଥିବା ସଂକ୍ରମଣକୁ ନେଇ ଏବେ ରାଜ୍ୟଗୁଡିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଜିକା ଭୂତାଣୁ ବିଶେଷକରି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି । ତେଣୁ ଗର୍ଭବତୀ ମହିଳାଙ୍କ ଭଲ ଭାବେ ଯାଞ୍ଚ କରିବା, ଜିକା ସଂକ୍ରମଣର ଚିହ୍ନଟ ହୋଇଥିବା ଗର୍ଭବତୀଙ୍କ ଭ୍ରୂଣର ବିକାଶ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

    H5. ବିବାଦରେ ହ୍ୟୁମାନ ସାଗର
    ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ। ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ହ୍ୟୁମାନ ସାଗର ଓ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଉଭୟ କଣ୍ଠଶିଳ୍ପୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ । ତେବେ ବିବାଦ ହ୍ୟୁମାନ ସାଗରଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ବି ପାରିବାରିକ କଳି ଓ ଗୀତକୁ ନେଇ ଅନେକ ସମୟରେ ସେ ବିବାଦରେ ରହିଛନ୍ତି ।

    H6. ସନ୍ଦେଶ ଖାଲି ମାମଲା: ମମତାଙ୍କୁ ବଡ଼ ଝଟକା
    ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଧରଣର ଝଟ୍‍କା, ପୁଣି ସୁପ୍ରିମ୍‍ କୋର୍ଟଙ୍କ ପକ୍ଷରୁ।  ଆଜି କୋର୍ଟ ମମତା ସରକାରଙ୍କ ସମସ୍ତ ଯୁକ୍ତିକୁ ଏଡ଼ାଇ ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଅତ୍ୟାଚାର, ଛଳନାପୂର୍ଣ୍ଣ ଭାବେ ଜମି କିସମ ପରିବର୍ତ୍ତନ ଆଦି ବିଷୟକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖି ‘ଏକ ରାଜ୍ୟ କାହିଁକି କୌଣସି ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ଏତେ ଚିନ୍ତିତ’ ବୋଲି ପ୍ରଶ୍ନ କରିଛନ୍ତି।

    H7. ବଡ଼ଧରଣର ଆତଙ୍କବାଦୀ ହମଲା: ୫ ଯବାନ ସହିଦ
    ଜମ୍ମୁ-କଶ୍ମୀରର କଠୁଆରେ ଆଜି ସେନା ଗାଡ଼ିକୁ ଟାର୍ଗେଟ କରି ହମଲା କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ କଠୁଆର ମାଛେଡି ଅଞ୍ଚଳରେ ଏପରି ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିକଟସ୍ଥ ପାହାଡ଼ ଉପରେ ରହି ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ।

    H8. ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ 
    ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା। ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ  ଜଳସେଚନ ପ୍ରକଳ୍ପ ପାଇଁ ଅନୁମତି ମିଳିଛି। ଏହାଦ୍ବାରା ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩,୦୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇ ପାରିବ।

    H9. ଦୁଇ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା
    ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି`

    H10. ଉଚ୍ଛେଦ ହେବ ଜବରଦଖଲ
    ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଗଢ଼ିଉଠିଥିବା ବାଣିଜ୍ୟିକ ପ୍ରତିଷ୍ଠାନ, ଦେବ ପ୍ରତିଷ୍ଠାନ, ଘର   ତଥା ସବୁ ପ୍ରକାରର ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେବେ। ଦରକାର ପଡ଼ିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ, ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

    Add Zee News as a Preferred Source
    TAGS:
    Odisha Top 10 News Headlines
    Top 10 News Headlines
    Top 10 News Headlines in odisha
    Top 10 News Headlines Today
    odisha latest news
    odisha news today
    odisha update news
    Odisha Trending News