Jayanarayan Patnaik:  ପୁରୀ ଜିଲ୍ଲା କଂଗ୍ରେସରେ ଅଡୁଆ ସ୍ଥିତି ଉପୁଜିଛି। ଆରମ୍ଭରୁ ପ୍ରାର୍ଥୀ ସଙ୍କଟକୁ ନେଇ କଲବଲ ହୋଇଥିବା କଂଗ୍ରେସ ଏବେ ଟିକେଟ ବଣ୍ଟନକୁ ନେଇ ହରଡ଼ଘଣାରେ ପଡ଼ିଛି।  କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ପରେ ଟେନସନରେ ପଡ଼ିଥିଲା କଂଗ୍ରେସ । ନିର୍ବାଚନ ଲଢିବାରେ ଦଳର ଆର୍ଥିକ ସହଯୋଗରେ ଅବହେଳା ଓ ବିଭିନ୍ନ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ କାରଣରୁ ଟିକେଟ ଫେରାଇ ଦେଇଥିବା ସୁଚରିତା କହିଥିଲେ। ପ୍ରାର୍ଥୀପତ୍ର ନାମାଙ୍କନଙ୍କୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଶେଷ ମୂହୁର୍ତ୍ତରେ ସୁଚରିତାଙ୍କ ଏହି ନିଷ୍ପତ୍ତି ଦଳକୁ ହଲାଇ ରଖିଦେଇଥିଲା । 


COMMERCIAL BREAK
SCROLL TO CONTINUE READING

ଏଭଳି ସ୍ଥିତିରେ ବିଳମ୍ବିତ ରାତିରେ ଜୟନାରାୟଣ ପଟ୍ଟନାୟକଙ୍କୁ (Jayanarayan Patnaik) ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେପଟେ ସୁଚରିତା କହିଛନ୍ତି ଯେ, ସେ ଖୁସି କି ଦଳ ତାଙ୍କ ଉପରେ ଭରସା କରି ପୁରୀ ଲୋକସଭା ଆସନରୁ (Puri Loksabha MP Seat) ଲଢିବାକୁ ସୁଯୋଗ ଦେଇଥିଲା। କିନ୍ତୁ ନିର୍ବାଚନ ଲଢିବାକୁ ଯେଉଁ ଅର୍ଥ ଦରକାର, ତାଙ୍କ ପାଖରେ ନାହିଁ। ସେ ଦଳ ଉପରେ ଭରସା କରିଥିଲେ। କିନ୍ତୁ ନିର୍ବାଚନ ଲଢିବାକୁ ଦଳ କୌଣସି ଆର୍ଥିକ ସହଯୋଗ ଯୋଗାଇଦେବାକୁ ମନା କରି ଦେଇଥିଲା। ତଥାପି ସାମାଜିକ ଗଣମାଧ୍ୟମରେ ଆର୍ଥିକ ସହଯୋଗ ପାଇଁ ସେ ନିବେଦନ କରିଥିଲେ। ଏଥିରେ ବି ସୁଚରିତା ବିଫଳ ହେଲେ। ଏହାପରେ ସେ ଟିକେଟ ଫେରାଇଛନ୍ତି। 


ସୂଚନାଯୋଗ୍ୟ, ଆଜି ବିଳମ୍ବିତ ରାତିରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ  କଂଗ୍ରେସ ପ୍ରଭାରୀ ଆଉ କିଛି ଅଭିଯୋଗ ଆଣିଛନ୍ତି। ପୁରୀର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି(Sucharita  Mohanty) ଟିକେଟ ଫେରାଇ ଦେବା ନେଇ ସେ କହିଛନ୍ତି ପ୍ରାର୍ଥୀ ବଦଳିବା ଜାଣି ଟିକେଟ ଫେରାଇଛନ୍ତି ସୁଚରିତା । 


Also Read: Rahul Gandhi Property: ୨୦ କୋଟିର ମାଲିକ ରାହୁଲ ଗାନ୍ଧୀ, ଜାଣନ୍ତୁ କେଉଁଠୁ ପାଆନ୍ତି କେତେ ଟଙ୍କା?


Also Read: Gajakesari Yoga 2024: ୧୦୦ ବର୍ଷ ପରେ ହେବ ଗଜକେଶରୀ ଯୋଗ, ୩ ରାଶିର ଚମକିବ ଭାଗ୍ୟ!