ଭୁବନେଶ୍ୱର: ଭାରତରେ ୧୭ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ୨୦୨୪ର ନିର୍ବାଚନ ଥିଲା ଅଷ୍ଟାଦଶ। ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ଅନୁସାରେ ଦେଶରେ ସଂସଦ ୧୭ଥର ଗଠନ କରାଯାଇଛି। ଅଷ୍ଟାଦଶ ଲୋକସଭା ଲାଗି  ସଦସ୍ୟଙ୍କ ନାମ ଆସନ୍ତା କାଲି ଘୋଷଣା କରାଯିବ। ଏହିକ୍ରମରେ ଶେଷ ହୋଇଥିବା ନିର୍ବାଚନ ପ୍ରକ୍ରିୟା କିପରି ଅନ୍ୟ ୧୭ ନିର୍ବାଚନଠାରୁ ଅଲଗା। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ


COMMERCIAL BREAK
SCROLL TO CONTINUE READING

1. ଏହି ନିର୍ବାଚନରେ ଯାହା ହୋଇଛି ତାହା ଚମତ୍କାର। ଆମେ  ଏହି ନିର୍ବାଚନରେ ବିଶ୍ୱ ରେକର୍ଡ କରିଛୁ। ୬୪ କୋଟି ୨୦ ଲକ୍ଷ ଭୋଟର ଏଥର ଭୋଟ ଦେଇଛନ୍ତି। ଏହା ଐତିହାସିକ ସଂଖ୍ୟା। ଜି-୭ ଦେଶ ମାନଙ୍କ ଅପେକ୍ଷା ଏହା ଦେଢଗୁଣା ଅଧିକା। ଅର୍ଥାତ ୟୁଏସ୍‍, ୟୁକେ, ଜାପାନ, ଜର୍ମାନୀଇଟାଲୀ, କାନାଡ଼ା, ଫ୍ରାନ୍ସର ଭୋଟର ସଂଖ୍ୟାକୁ ମିଶାଇଲେ ତା’ଠୁ ଦେଢ଼ଗୁଣା ଅଧିକ ଭୋଟର ଏଥର ଭୋଟ ଦେଇଛନ୍ତି। ପୁଣି  ୟୁରୋପୀୟ ରାଷ୍ଟ୍ରସଂଘର ଭୋଟରଙ୍କଠାରୁ ଏହା ଅଢ଼େଇଗୁଣା ଅଧିକ। ଏହା ଭାରତର ଭୋଟରଙ୍କ ଅତୁଲ୍ୟ କ୍ଷମତା।


2. ୩୧ କୋଟି ୨୦ ଲକ୍ଷ ମହିଳା ଭୋଟର ନିଜର ମତାଧିକାରୀ ସାବ୍ୟସ୍ତ କରିଛନ୍ତି। ଏହା ୟୁରୋପୀୟ ୟୁନିନୟନର ୨୭ ରାଷ୍ଟ୍ରଙ୍କ ତୁଳନାରେ ୧.୨୫ ଗୁଣା ଅଧିକା।


3. ୮୫ ବର୍ଷରୁ ଅଧିକ ବୟସ୍କଙ୍କୁ ହୋମ୍‍ ଭୋଟିଂରେ ଭାଗ ନେଇଥିଲେ । ସ୍ୱାଧୀନତା ସଂଗ୍ରାମ ବଳର ଭାରତ୍କୁ ଦେଖିବା ସ୍‍ୱାଧୀନତା ପରେ ଆଜି ଯାଏ ଗଣତନ୍ତ୍ରକୁ ସଶକ୍ତ ହେଉଥିବା ଏମାନେ ଦେଖିଛନ୍ତି।


4. ୧.୫ କୋଟି ନିର୍ବାଚନ କର୍ମଚାରୀ ଏହି ନିର୍ବାଚନରେ ନିୟୋଜିତ ହୋଇଥିଲା।।ଏହାଙ୍କ ସହ ରହିଥିଲା  ୬୮ ହଜାର ମନିଟରିଂ ଟିମ୍‍ । ୧୩୫ ସ୍ୱତନ୍ତ୍ର ଟ୍ରେନ୍‍, ୪ ଲକ୍ଷ ଗାଡ଼ି, ୧୬୯୨ ବିମାନ ନିର୍ବାଚନ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ନେଇ  ବିଭିନ୍ନ ସ୍ଥାନକୁ ନେଉଥିଲେ। 


5. ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁନଃ ଭୋଟିଂ ହୋଇ ନାହିଁ। ୨୦୧୯ରେ ୫୪୦ ବୁଥରେ ପୁନଃ ଭେଟିଂ ହୋଇଥିଲା। ୨୦୨୪ରେ ଏହି ସଂଖ୍ୟା ମାତ୍ର ୩୯ ରହିଥିଲା। ୨୫ଟି ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ହୋଇଥିଲା।


6. ଜମ୍ମୁ କଶ୍ମୀରରେ ସବୁଠାରୁ ଅଧିକ ଭୋଟିଂ ରେକର୍ଡ ହୋଇଥିଲା।  ୪ ଦଶକରେ ସବୁଠାରୁ ଅଧିକ ରହିଥିଲା। ସାମଗ୍ରିୀକ ଭାବେ ଏଠାରେ ଭୋଟିଂ ହାର ୫୮.୫୮% ଥିବାବେଳେ କଶ୍ମୀର ଘାଟିରେ ଭୋଟିଂ ହାର ରହିଥିଲା ୫୧.୦୫%। ୨୬ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରି ପ୍ରବାସୀଙ୍କ ଭୋଟିଂ କରାଯାଇଥିଲା।


7. ମଣିପୁରରେ ୧୦ ଜିଲ୍ଲାରେ ୯୪ ସ୍ୱତନ୍ତ୍ର ମତଦାନ କେନ୍ଦ୍ର କରାଯାଇଥିଲା। ମତଦାନ ସମୟରେ କୌଣସି ବଡ଼ ହିଂସା ହୋଇ ନଥିଲା। ସମ୍ବାଦନଶୀଳ ଆଦିବାସୀ ଗୋଷ୍ଠୀ ଭୋଟିଂ କରାଯାଇଥିଲା। ୧୨୬ ଗାଁ ଯାହା ନକ୍ସଲ ଅଧ୍ୟୁଷିତ ସେଠାରେ ଭୋଟିଂ ହୋଇଥିଲା।


8. ସବୁଠାରୁ ଅଧିକ ବିଦେଶ ପ୍ରତିନିଧି ଭାରତୀୟ ନିର୍ବାଚନରେ ସାକ୍ଷୀ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ୭୫। ଏମାନେ ୨୫ ଦେଶରୁ ଆସି ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ନିର୍ବାଚନ ପରିଚାଳନାକୁ ଦେଖିଛନ୍ତି। ଏତେ ଲୋକ, ସବୁ ବର୍ଗରୁ ଲୋକଙ୍କୁ ଏକାଠି ଧାଡ଼ିରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।


9. ଏହି ସାଧାରଣ ନିର୍ବାଚନରେ କୌଣସି ଅଞ୍ଚଳରେ ବଡ଼ ଧରଣର ହିଂସା ଦେଖିବାକୁ ମିଳି ନଥିଲା। ଏହା ବିଗତ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ୧୦ ହଜାର କୋଟି ଟଙ୍କା, ସୁନା, ମଦ ଏବଂ ଉପହାର ଜବତ କରାଯାଇଥିଲା।


10. ଜାଲି ସୂଚନା ଏକ ବଡ଼ ଆହ୍ୱାନ ଥିଲା। କାରଣ ଏଥର ଏଆଇ ଜନ୍ମିତ ଚିତ୍ର, ଭିଡିଓ ଆସିବାର ଆଶଙ୍କା ଥିଲା। କିନ୍ତୁ କିଛି ହୋଇ ନଥିଲା। ସୁଚାରୁ ରୂପେ ପରିଚାଳନା କରିଥିଲେ ନିର୍ବାଚନ ଆୟୋଗ। ଡିପ୍‍ ଫେକ୍‍ ଓ ଏଆଇ ଜନ୍ମିତ ବିଭିନ୍ନ ପ୍ରସଙ୍ଗକୁ ଆମେ ରୋକିଥିଲୁ। ଜିଲ୍ଲାପାଳ ଓ ଏସ୍‍ପି ମାମଙ୍କୁ ଏ ବାବଦରେ ସତର୍କ କରାଯିବା ସହ ତାଲିମ ଦିଆଯାଇଥିଲା ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି।


Also Read- ଜାଣନ୍ତୁ ସ୍ବପ୍ନରେ ଦୀପ ଦେଖିଲେ ଭବିଷ୍ୟତ ବିଷୟରେ କ’ଣ ଦେଇଥାଏ ସୂଚନା