100 lakh crore note: ନୂଆଦିଲ୍ଲୀ: ଦରବୃଦ୍ଧି ଓ ଖାଦ୍ୟ ସଂକଟରେ ଏକାଧିକ ରାଷ୍ଟ୍ର ଯୁଝି ହେଉଛନ୍ତି। ଶ୍ରୀଲଙ୍କା, ପାକିସ୍ତାନ, ତୁର୍କି ଓ ଆର୍ଜେଣ୍ଟିନା ଭଳି ରାଷ୍ଟ୍ର ଗୁଡ଼ିକର ଆର୍ଥିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆଫ୍ରିକାର ଜିମ୍ବାଓ୍ୱେର ଅବସ୍ଥା ମଧ୍ୟ ବେଶ ସାଂଘାତିକ ରହିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ଜିମ୍ବାଓ୍ୱେ ସରକାର ଗୋଟିଏ ସମୟରେ ୧୦୦ ଟ୍ରିଲିୟନ ଡଲାରର ବ୍ୟାକ ନୋଟ ଜାରି କରିଥିଲେ।  ଏଭଳି ଏକ ଘଟଣା ଘଟିଥିଲା  ୨୦୦୮ ମସିହାରେ। ୨୦୦୮ ମସିହାରେ ଜିମ୍ବାୱେ କଳା ବଜାରରେ ୧୦୦ ଟ୍ରିଲିୟନ ଡଲାରର ନୋଟ୍ ଜାରି କରିଥିଲା। ଏହି ନୋଟର ମୂଲ୍ୟ ଭାରତୀୟ ଟଙ୍କାରେ ଶହେ ଲକ୍ଷ କୋଟି ଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନୋଟର ମୂଲ୍ୟ ପାକିସ୍ତାନ ସମେତ ଅନେକ ଦେଶର ଅର୍ଥନୀତିଠାରୁ ଅନେକ ଗୁଣ ଅଧିକ ରହିଥିଲା। ଏଭଳି ପରିସ୍ଥିତିରେ ଅର୍ଥନୈତିକ ଅବସାଦଗ୍ରସ୍ତ ଦେଶରେ କିପରି ଏତେ ବଡ ମୁଦ୍ରା ଜାରି କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି।


COMMERCIAL BREAK
SCROLL TO CONTINUE READING

Also Read: Virat Kohli Day: ୧୫ ଜାନୁଆରୀରେ ପାଳନ ହେବ ବିରାଟ କୋହଲି ଦିବସ! ଜାଣନ୍ତୁ କ'ଣ ରହିଛି କାରଣ? 


ପ୍ରକୃତରେ ୨୦୦୮ରେ ଅର୍ଥନୈତିକ ସଙ୍କଟ ହେତୁ ଜିମ୍ବାୱେର ବୈଦେଶିକ ମୁଦ୍ରା ଭଣ୍ଡାରରେ ମରୁଡ଼ି ପରିସ୍ଥିତି ସୃଷ୍ଚି ହୋଇଥିଲା। ଏହାର ମୁଦ୍ରାର ମୂଲ୍ୟ ରେକର୍ଡ ତଳକୁ ଖସି ଆସିଥିଲା। ସେତେବେଳେ ଜିମ୍ବାୱେରେ ମୁଦ୍ରାସ୍ଫୀତି ହାର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏହି କାରଣରୁ ଜିମ୍ବାୱେର ରିଜର୍ଭ ବ୍ୟାଙ୍କ ଟ୍ରିଲିୟନ ୟୁନିଟର ମୁଦ୍ରା ଆଣିବା ଆବଶ୍ୟକ କରୁଥିଲା। ପୁଣିଥରେ ୨୦୨୩ରେ ସମାନ ପରିସ୍ଥିତି ଘଟୁଛି। ଯେତେବେଳେ ଜିମ୍ବାୱେକୁ ଏହି ପଦକ୍ଷେପ ନେବାକୁ ପଡିବ। ସେହି ସମୟରେ ହାଇପରିନଫ୍ଲାସନ୍ ସହ ସଂଗ୍ରାମ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ Z $ 10tn, Z $ 20tn ଏବଂ Z $ 50tn ନୋଟ୍ ପ୍ରଚଳନ କରିବାକୁ ଯୋଜନା କରିଥିଲା।


ସେହି ସମୟରେ ଜିମ୍ବାୱେରେ ଖାଦ୍ୟ ଏବଂ ଇନ୍ଧନ ଯୋଗାଣ କମ୍ ଥିବାରୁ ସେମାନଙ୍କର ମୂଲ୍ୟ ପ୍ରତିଦିନ ଦ୍ୱିଗୁଣିତ ହେଉଥିଲା। କେନ୍ଦ୍ରୀୟ ବ୍ୟାଙ୍କ ପ୍ରଥମେ ନୋଟ୍ ଜାରି କରି ମୁଦ୍ରାସ୍ଫୀତି ସହିତ ଗତି କରିବାକୁ ଚେଷ୍ଟା କରିଥିଲା, ଯାହାର କୌଣସି ପ୍ରଭାବ ନଥିଲା। ସେତେବେଳେ ଜିମ୍ବାୱେରେ ଅର୍ଥନୈତିକ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ତୀବ୍ର ଥିଲା। ବର୍ତ୍ତମାନ ଜିମ୍ବାୱେରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆଫ୍ରିକୀୟ ଦେଶରେ ଅବସ୍ଥା ଖରାପ ହେବାରେ ଲାଗିଛି।


Also Read: Cricket Rules: କ୍ରିକେଟରେ ଏହି ୧୧ଟି ଉପାୟରେ ଆଉଟ ହୋଇଥାଏ ଖେଳାଳି, ଏହି ଉପାୟରେ ଆଜି ପର୍ଯ୍ୟନ୍ତ କେହି ହୋଇନାହାଁନ୍ତି ଆଉଟ୍


Also Read: Saurav Ganguly: ରାଜନୀତିରେ ପାଦ ପକାଇବେ ସୌରଭ ଗାଙ୍ଗୁଲି! ମମତା ବାନାର୍ଜୀଙ୍କ ସହ କଲେ ବୈଠକ


Also Read: Odisha Crime News: ଘର ଭିତରୁ ମିଳିଲା ସାବତ ମାଆ ସହ ପୁଅର ମୃତଦେହ, ମୃତ୍ୟୁ ପୂର୍ବରୁ ଶେଷ ପୋଷ୍ଟ I Quit