Odisha Crime News: ଘର ଭିତରୁ ମିଳିଲା ସାବତ ମାଆ ସହ ପୁଅର ମୃତଦେହ, ମୃତ୍ୟୁ ପୂର୍ବରୁ ଶେଷ ପୋଷ୍ଟ I Quit
Advertisement
Article Detail0/zeeodisha/odisha1530986

Odisha Crime News: ଘର ଭିତରୁ ମିଳିଲା ସାବତ ମାଆ ସହ ପୁଅର ମୃତଦେହ, ମୃତ୍ୟୁ ପୂର୍ବରୁ ଶେଷ ପୋଷ୍ଟ I Quit

Cuttack Crime News: କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି ଯେ, ପାରିବାରିକ ଅଶାନ୍ତି କାରଣରୁ ଶିଳ୍ପୀ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି । 

Odisha Crime News: ଘର ଭିତରୁ ମିଳିଲା ସାବତ ମାଆ ସହ ପୁଅର ମୃତଦେହ, ମୃତ୍ୟୁ ପୂର୍ବରୁ ଶେଷ ପୋଷ୍ଟ I Quit

Odisha Crime News: ଆଜି ଦିନ ତମାମ ରାଜ୍ୟର ଗଣମାଧ୍ୟମର ହେଡଲାଇନ୍ ରହିଛି କଟକ ମଧୁପାଟଣା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣା। ପୁଅକୁ ହତ୍ୟା କରିବା ପରେ ପାଳିତ ମା' କରିଛି ଆତ୍ମହତ୍ୟା । ଦୁଇ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ମା' ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏହି ଖବର ଆଜି କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି। ଯାହା ଫଳରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ଶିଳ୍ପୀ ଖୁଣ୍ଟିଆ । 

କିଛିବର୍ଷ ତଳେ ସନ୍ତୋଷ ଖୁଣ୍ଟିଆ ଓ ଶିଳ୍ପୀ ଖୁଣ୍ଟିଆ ବିବାହ କରିଥିଲେ ।ଉଭୟ ସ୍ବାମୀ ସ୍ତ୍ରୀ ପେଶାରେ ଇଞ୍ଜିନିୟର ବୋଲି ଜଣାପଡ଼ିଛି।ମୃତ ୩ ବର୍ଷର ଶିଶୁ ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀର । ତେବେ ସନ୍ତୋଷ ଶିଳ୍ପୀଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତେବେ ହତ୍ୟା ପରେ ମାଆ ମଧ୍ୟ ଆତ୍ମହତ୍ୟା କରିଥିବାରୁ ଘଟଣାରୁ ପରଦା ଉଠାଇ ପାରୁନି ପୋଲିସ । ଝୁଲନ୍ତା ଅବସ୍ଥାରେ ମାଆ ଶିଳ୍ପୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ  ଦୁଇବର୍ଷର ପୁଅର ମୃତଦେହ ଖଟ ଉପରେ ଦେଖିବାକୁ ମିଳିଥିଲା ।ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି ଯେ, ପାରିବାରିକ ଅଶାନ୍ତି କାରଣରୁ ଶିଳ୍ପୀ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପରିବାର ଲୋକ କହିଛନ୍ତି।

ସେପଟେ ସାମନାକୁ ଆସିଛି ମୃତ ଶିଳ୍ପୀଙ୍କ ଶେଷ ମେସେଜ୍ ଓ ସହ ସୋସିଆଲ ମିଡିଆ ପୋଷ୍ଟ (Social Media Post)। ମୃତ୍ୟୁର ୧୫ ଘଣ୍ଟା ପୂର୍ବରୁ ଶିଳ୍ପୀ ଫେସବୁକରେ ନିଜର ଏକ ଡିପି ସେୟାର କରିଥିଲେ। ସେହି ଡିପିରେ ଲେଖା ଥିଲା ଆଇ କ୍ୱିଟ୍ । ସେପଟେ ଭଉଣୀଙ୍କୁ ହ୍ବାଟ୍ସଆପରେ ମେସେଜ୍ କରିଥିଲେ ଶିଳ୍ପୀ। ସରି କହିବା ସହ ଭଉଣୀଙ୍କୁ ବାପା ମାଆ ଲାଗିଲେ ବୋଲି ଏଥିରେ କହିଥିବା କୁହାଯାଉଛି। ଶାଶୂଘର ଗାଁ ଓ କଟକ ଭଡ଼ାଘରେ ଥିବା ସବୁ ଜିନିଷ ନେଇ ଆସିବାକୁ କହିଛନ୍ତି। ଭଡ଼ାଘରେ ଖଟ ଛାଡ଼ି ସବୁ ଜିନିଷ ତାଙ୍କର।  ସେହିପରି ଲାପଟପ ବ୍ୟାଗରେ ତାଙ୍କ ଅଫିସ ଚାବି, ସୁନା ଓ ଗୋଦ୍ରେଜ ଚାବି ଅଛି। ଫୋନରେ ଅଫିସର ଜିଓ ସିମ୍ ବି ଅଛି। ଅଫିସକୁ ଚାବି ଓ ସିମ୍ ଫେରାଇବାକୁ ଲେଖିଛନ୍ତି ଶିଳ୍ପୀ। 

ସବୁବେଳେ ମାଡ଼, ଗାଳି, ଅସଭ୍ୟ ଭାଷା, ଝଗଡ଼ା, ବ୍ଲାକମେଲ୍, ମାନସିକ ଓ ଆର୍ଥିକ ନିର୍ଯାତନା ସେ ଆଉ ସହିପାରୁନାହାନ୍ତି ବୋଲି ଶିଳ୍ପୀ ତାଙ୍କ ଭଉଣୀକୁ କହିଥିବା ସେ କହିଛନ୍ତି। ତାଙ୍କ ପାଖରେ ଆଉ କିଛି ବାଟ ନାହିଁ। ପୁଅ ଓ ସେ ଯେଉଁଠି ବି ରହିବେ ଏକାଠି ରହିବେ ବୋଲି ଶିଳ୍ପୀ କହିଥିବା ତାଙ୍କ ବାପ ଘର ପରିବାର ଲୋକ କହିଛନ୍ତି । ସେପଟେ ସ୍ୱାମୀ ସନ୍ତୋଷ ଆଣିଛନ୍ତି ଅଲଗା କିଛି ଅଭିଯୋଗ। ସନ୍ତୋଷଙ୍କ କହିବା କଥା ତାଙ୍କ ଶ୍ୱଶୁର ଘର କଥାରେ ପଡ଼ି ଶିଳ୍ପୀ ଏପରି କରିଛନ୍ତି । ସନ୍ତୋଷ କହିଛନ୍ତି, ଶିଳ୍ପୀ ଶାଶୂଘର ଗାଁରେ ରହିବାକୁ ଚାହୁଁନଥିଲେ, ଏକଥା ସେ ବିବାହ ପୂର୍ବରୁ ବି କହିଥିଲେ। ହେଲେ ଗାଁରେ ରହିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତ ଦୁଇଦିନ ତଳେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । 

ଏହାସହ ଶିଳ୍ପୀଙ୍କ ପରିବାର କହିଛନ୍ତି ଯେ, ସନ୍ତୋଷ ସବୁବେଳେ ଶିଳ୍ପୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଯାହାଫଳରେ ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ଶିଳ୍ପୀଙ୍କ ପରିବାର ଲୋକେ କହିଛନ୍ତି। ଉଭୟ ପରିବାରର ଶିଳ୍ପୀ ଓ ତାଙ୍କ ପୁଅର ମୃତ୍ୟୁକୁ ନେଇ ଦୁଇ ଦୁଇଟି ପାର୍ଶ୍ୱ ଦେଖାଯାଉଥିବା ବେଳେ  ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। କ୍ରାଇମସିନ୍ରୁ ବିଭିନ୍ନ ସାମଗ୍ରୀ ସିଜ୍ କରାଯାଇଛି। ଏଭଳି ତରମ ପଦକ୍ଷେପର କାରଣ ସ୍ପଷ୍ଟ ହୋଇନଥିଲେ ବି ଉଭୟ ପରିବାର ମଧ୍ୟରେ ତିକ୍ତତା ଥିଲା ଏବଂ ପାରିବାରିକ ଅଶାନ୍ତିରୁ ଶିଳ୍ପୀ ଆତ୍ମହତ୍ୟା (Shilpi Suicide) କରିଥାଇପାରନ୍ତି ବୋଲି ପୋଲିସ କହିଛି।

Also Read: Don Chhota Rajan: ଛୋଟା ରାଜନ୍ ର ଜନ୍ମଦିନ ପାଳି ଗିରଫ ହେଲେ ଶିବସେନା ନେତା

Also Read: COVID-19 ଟିକାର ରହିଛି ଅନେକ ପାର୍ଶ୍ୱ ପ୍ରତିକ୍ରିୟା; ସ୍ୱୀକାର କଲେ କେନ୍ଦ୍ର ସରକାର