Flights Delayed: ଆଜି ମଧ୍ୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଦିଲ୍ଲୀ ଏନସିଆରରେ ଘନ କୁହୁଡି ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଭିଜିବିଲିଟି କମ୍ କାରଣରୁ ବିମାନ ଓ ରେଳ ଚଳାଚଳରେ ବାଧା ଉପୁଜିଛି । ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଡୋମେଷ୍ଟିକ୍ ଏବଂ ଆନ୍ତଜାତୀୟ ବିମାନକୁ ମିଶାଇ ୧୧୦ଟି ବିମାନ ବିଳମ୍ୱରେ ଉଡାଣ ଭରିଛି । ପ୍ରାୟ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଘନ କୁହୁଡି ରାଜଧାନୀରେ ଜୀବନଯାତ୍ରାକୁ ପ୍ରଭାବିତ କରିଛି ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସୂଚନା ଦିଆଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଅନୁଯାୟୀ, ଯାତ୍ରୀମାନଙ୍କୁ ବିମାନ ଉଡାଣ ନେଇ ସମସ୍ତ ସୂଚନା ପ୍ରଦାନ କରାଯାଉଛି । ଯଦି କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ସମ୍କୃକ୍ତ ବିମାନର ଗ୍ରାହକସେବା କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।


Post- 



୩୦ ଟ୍ରେନ୍ ବାତିଲ୍
ବୁଧବାର ଘନ କୁହୁଡି କାରଣରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ପ୍ରାୟ ୩୦ଟି ଟ୍ରେନ୍ ବାତିଲ ହେବା ସହିତ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି । ସେଥିପାଇଁ ଅନେକ ଯାତ୍ରୀ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।


Post- 



ଅନ୍ୟପଟେ, ଲଗାତାର ୩ଦିନ ହେବ କୁହୁଡି ହେଉଥିବା ବେଳେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (IMD)


Post- 



Also Read- Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


Also Read- ଆଇରନ ବୋଝେଇ ଟ୍ରକ ଧକ୍କାରେ ହାତୀର ମୃତ୍ୟୁ