Dolphins Death: ଗତ ଏକ ସପ୍ତାହ ମଧ୍ୟରେ ବ୍ରାଜିଲର ଆମାଜନ ନଦୀ (Amazon River in Brazil) ଏବଂ ଏହାର ଶାଖା ନଦୀ ଗୁଡ଼ିକରେ ଅନେକ ଡଲଫିନ ମରି ଭାସୁଥିବା ଦେଖିବାକୁ ମିଳିଛି । ଗଣନା ଅନୁଯାୟୀ ମିଳିଥିବା ମୃତ ଡଲଫିନଙ୍କ ସଂଖ୍ୟା ୧୨୦ ବୋଲି କୁହାଯାଉଛି । ଆଗକୁ ମୃତ ଡଲଫିନଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି କୁହାଯାଉଛି । ବୈଜ୍ଞାନିକଙ୍କ ମତ ଅନୁଯାୟୀ (According to scientists) ଅତ୍ୟଧିକ ଉତ୍ତାପ ଏବଂ ଜଳାଭାବ କାରଣରୁ ଆମାଜନର ନଦୀର ଅବସ୍ଥା ବିଗିଡିବାରେ ଲାଗିଛି । ଉତ୍ତାପ ବୃଦ୍ଧି କାରଣରୁ ଜଳର ତାପମାତ୍ରା ବୃଦ୍ଧି ପାଉଛି ଯେଉଁ କାରଣରୁ ଅମ୍ଳଜାନ ସ୍ତର କମିବାରେ ଲାଗିଛି (Oxygen levels are decreasing)।


COMMERCIAL BREAK
SCROLL TO CONTINUE READING

ଡଲଫିନ୍ ଏପରି ଏକ ଜୀବ ଯିଏ ଅସହ୍ୟ ଗରମକୁ ସହ୍ୟ କରିପାରେ ନାହିଁ । ତେଣୁ ଅମ୍ଳଜାନ ଅଭାବ କାରଣରୁ ହିଁ ଆମାଜନ ନଦୀରେ ଏପରି ହୋଇଥିବା କଥା କୁହାଯାଉଛି । ଆମାଜନ ନଦୀରେ ବହୁ ପରିମାଣରେ ଡଲଫିନ୍ ଦେଖିବାକୁ ମିଳିଥାଏ । ଅନେକ ପ୍ରଜାତିର ଡଲଫିନ ରହିଛନ୍ତି ଏହି ନଦୀରେ । କିନ୍ତୁ ବର୍ତ୍ତମାନ ଡଲଫିନ ସଂଖ୍ୟା ହ୍ରାସ ନେଇ ଅନେକ ବ୍ୟକ୍ତି ଚିନ୍ତା ପ୍ରକାଶ କରୁଥିବା ଜଣାପଡିଛି । ଏଥିସହିତ ଧୀର ପ୍ରଜନନ କାରଣରୁ ଭବିଷ୍ୟତରେ ଡଲଫିନ ସଂଖ୍ୟା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସୀମିତ ପ୍ରଜାତିର ଡଲଫିନ (limited species of dolphin) ଦେଖିବାକୁ ମିଳିଥାଏ ଆମାଜନ ନଦୀରେ ଯାହା ଅନ୍ୟ କେଉଁଠାରେ ପ୍ରାୟତଃ ଦେଖାଯାଏ ନାହିଁ ।


ଡଲଫିନ ମଡକ ପରେ ସେମାନଙ୍କର ମୃତଦେହକୁ ପୋଷ୍ଟମର୍ଟମ (Postmortem) କରାଯାଉଥିବା ଦେଖିବାକୁ ମିଳିଛି । ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଥିବା କୁହାଯାଉଛି । ପୋଷ୍ଟମର୍ଟମ ପରେ ମୃତ ଡଲଫିନ ଗୁଡିକୁ ମାଟି ତଳେ ପୋତି ଦିଆଯାଉଛି । ଅନ୍ୟପଟେ ଆମାଜନ ନଦୀର ଜଳ ପରୀକ୍ଷା (Water test) କରାଯାଉଛି । ଗତ ଗୁରୁବାର ଦିନ ଟେଫେ ନଦୀରୁ ୭୦ ଟି ଡଲଫିନଙ୍କର ମୃତଦେହ ମିଳିଥିଲା। ସେହି ସମୟରେ ଟେଫର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଥିଲା। ଏହାର ଅର୍ଥ ହାରାହାରି ତାପମାତ୍ରା ଠାରୁ ୧୦ ଡିଗ୍ରୀ ସେଲସିୟସ୍ ଅଧିକ । ପୂର୍ବରୁ ଜଳର ତାପମାତ୍ରା କମ୍ ଥିବା ସମୟରେ ପରେ ଏହା ୩୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଛୁଇଁଥିଲା ।  ଆମାଜନର ନଦୀର ପରିବେଶ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରୁଛନ୍ତି । ଗ୍ଲୋବାଲ ୱାର୍ମିଂର ପ୍ରଭାବ କେବଳ ମଣିଷ ନୁହେଁ ସମଗ୍ର ଜୀବଜଗତ ଉପରେ ପଡୁଛି ବୋଲି ମତ ପ୍ରକାଶ ପାଇଛି । ମୃତ ଡଲଫିନ୍ ମଧ୍ୟରୁ ୮ ଟି ଗୋଲାପୀ ରଙ୍ଗର ଡଲଫିନ୍ (pink dolphin) ଦେଖିବାକୁ ମିଳିଛି । ବ୍ରାଜିଲରେ ଏମାନଙ୍କୁ ବୋଟୋ ବୋଲି କୁହାଯାଇଥାଏ । ବଟୋ ବ୍ୟତୀତ ଆମାଜନ ନଦୀରେ ଧୂସର ରଙ୍ଗର ଡଲଫିନ୍ ମଧ୍ୟ ଅଛନ୍ତି  ଯାହାକୁ ଟାକୁସି କୁହାଯାଇଥାଏ । ଏହି ଉଭୟ ପ୍ରଜାତିକୁ IUCN ରେଡ୍ ତାଲିକାରେ ରଖିଛି । ଅର୍ଥାତ ସେମାନଙ୍କ ପ୍ରଜାତି ଖୁବ କମ ସଂଖ୍ୟାରରେ ଦେଖିବାକୁ ମିଳେ । ସେମାନଙ୍କ ପାଇଁ ସଠିକ ପରିବେଶ ନମିଳିଲେ ପ୍ରାୟ ବିଲୁପ୍ତ ହୋଇପାରନ୍ତି ।


Also Read- ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିଆଲିଟି ଶୋ ‘ଗୃହଲକ୍ଷ୍ମୀ’


Also Read- Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ