Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ
Advertisement
Article Detail0/zeeodisha/odisha1898543

Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ

Maharastra Case: ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୩୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରେ ୧୨ ଜଣ ଶିଶୁ ରହିଥିବା କୁହାଯାଉଛି ।

Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ

Maharashtra Case:  ମହାରାଷ୍ଟ୍ର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ନାନ୍ଦେଦର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଗତ ଦୁଇଦିନ ଅର୍ଥାତ ଅକ୍ଟୋବର ୧ ଏବଂ ୨ତାରିଖରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇଲେ ୩୬ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୧ ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ 9ashok chauhan cm) ପ୍ରକାଶ କରିଛନ୍ତି । 

ମେଡିକାଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ସେପ୍ଟେମ୍ୱର ୩୦ ତାରିଖରୁ ୧୨ ତାରିଖ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରେ ୧୨ଶିଶୁ, ୭ ମହିଳା ଓ ୫ ଜଣ ପୁରୁଷ ଅଟନ୍ତି । ଡାକ୍ତରଖାନାଟି ୫ ଶହ ଶଯ୍ୟା ବିଶିଷ୍ଟ ଥିବା ସମୟରେ ସେଠାରେ ୧୨ଶହ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି (Being treated) । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଖୁବ ହଇରାଣ ହେବା କାରଣରୁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ଡାକ୍ତରଖାନାରେ ଔଷଧ ଏବଂ କର୍ମଚାରୀଙ୍କ ଅଭାବ (Lack of medicines and staff) କାରଣରୁ ରୋଗୀମାନେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣା ୨ ଅକ୍ଟୋବରରେ ପ୍ରଥମେ ସାମ୍ନାକୁ ଆସିଥିଲା। ଯେତେବେଳେ ଡାକ୍ତରଖାନା କତ୍ତୁପକ୍ଷଙ୍କୁ ଏ ବିଷୟରେ ପଚରାଗଲା ସେ ଏହି ମୃତ୍ୟୁକୁ ଏକ ସାଧାରଣ ଘଟଣା ବୋଲି କହିଥଲା ।

ପରେ ପ୍ରଶାସନ କହିଛି ଯେ, ହୃଦଘାତ (heart attack)ରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେମଧ୍ୟରେ ଜଣେ ରୋଗୀଙ୍କର ଯକୃତ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିଲା । ବିଷ କ୍ରିୟା କାରଣରୁ ଜଣେ ରୋଗୀର ମୃତ୍ୟୁ ଓ ୨ଜଣ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିଲେ । ଜଣେ ମହିଳାଙ୍କର ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ମୃତ୍ୟୁ ବରଣ କରିଥିଲେ ।

ଔଷଧ ଯୋଗାଣ ବନ୍ଦ
ଅନ୍ୟପଟରେ, ବିଳମ୍ବିତ ରାତିରେ ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର ଶ୍ୟାମ ରାଓ କହିଛନ୍ତି ଯେ, ମେଡିକାଲରେ ସାପ କାମୁଡ଼ା ସହିତ ଅନେକ ଗୁରୁତର ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର ଯଥେଷ୍ଟ ଅଭାବ ରହିଛି। ବର୍ତ୍ତମାନ ହାଫକିନ୍ କମ୍ପାନୀ ଔଷଧ ଯୋଗାଇବା ବନ୍ଦ କରିଦେଇଛି। ଏଥିସହିତ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ମଧ୍ୟ ଦେଖିବାକୁ ମିଳିଛି ।

ଦୂରରେ ସରକାରୀ ଡାକ୍ତରଖାନା ।
ହସ୍ପିଟାଲର ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୬ ପୁରୁଷ ଓ ୬ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଅଞ୍ଚଳରେ ୭୦ ରୁ ୮୦ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ତାହା ଏକମାତ୍ର ସରକାରୀ ଡାକ୍ତରଖାନା ଭାବରେ ଗଣନା କରାଯାଏ । ଦୂର ଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ଏହି ଡାକ୍ତରଖାନା ଉପରେ ଭରସା କରିଥାନ୍ତି ।  ହାଫକିନ୍ କମ୍ପାନୀ ଔଷଧ ଆମକୁ ମିଳିପାରିଲା ନାହିଁ । ତେଣୁ ଆମେ ବିକଳ୍ପ କମ୍ପାନୀର ଔଷଧ କିଣି ରୋଗୀଙ୍କୁ ଯୋଗାଇଥିଲୁ । 

ମନ୍ତ୍ରୀଙ୍କ ଇସ୍ତଫା ଦାବି
ଏହି ଅଭାବନୀୟ ଘଟଣା ପାଇଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ ସୋସିଆଲ ମିଡିଆରେ କହିଛନ୍ତି ଯେ, ଏହି ଘଟଣାର ସତ୍ୟାସତ୍ୟକୁ ସଠିକ ଭାବରେ ଅନୁଧ୍ୟାନ କରାଯାଇ ପଦକ୍ଷପ ନେବା ଆବଶ୍ୟକ । ଏଥିସହ ସେ ସରକାରଙ୍କୁ ଏକଥା ପଚାରିଛନ୍ତି ଯେ, ମହାରାଷ୍ଟ୍ରବାସୀଙ୍କ ଜୀବନ କଣ ଏତେ ଶସ୍ତା? ଅବହେଳା କାରଣରୁ ହିଁ ଏପରି ହୋଇଛି । ସଂପୃକ୍ତ ମନ୍ତ୍ରୀ ଏପରି ଘଟଣା ପାଇଁ ଇସ୍ତଫା ଦେବା ଆବଶ୍ୟକ । ଘଟଣାରେ ଯେତେ ଜଣଙ୍କର ମୃତ୍ୟୁ ହୋଇଛି ସମସ୍ତଙ୍କ ପରିବାରକୁ କ୍ଷତିପୂରଣ ରାଶି ଦିଆଯିବା ଆବଶ୍ୟକ । ସେହିପରି ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରୋଗୀଙ୍କ ଏପରି ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପିର ତିନି ଇଞ୍ଜିନ୍ ସରକାର, ଶିବସେନା ଏବଂ ଏନସିପି ଥିବା ସତ୍ୱେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭେଣ୍ଟିଲେଟରରେ ରହିଛି। ମହାରାଷ୍ଟ୍ରରେ ଥିବା ସରକାରୀ ଡାକ୍ତରଖାନାରେ କୌଣସି ଜରୁରୀ ଔଷଧ ମିଳୁନାହିଁ ବୋଲି ସେ କହିଛନ୍ତି । ଅନେକ ରୋଗୀଙ୍କୁ ନିଜେ ଔଷଧ କିଣିବାକୁ ହସପିଟାଲ ପକ୍ଷରୁ କୁହାଯାଏ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରୋଗୀଙ୍କ ମୃତ୍ୟୁକୁ ଯନ୍ତ୍ରଣାଦାୟକ ବୋଲି କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ,  କୌଣସି ସରକାର ଏତେ ଦାୟିତ୍ୱହୀନ ହେବା ଉଚିତ ନୁହେଁ । ନିଜ ଦଳିୟ କାମରେ ବ୍ୟସ୍ତ ରହୁଥିବା ସରକାର ଲୋକଙ୍କ ଜୀବନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

Also Read- History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !

Also Read- Online Shopping: ପାର୍ବଣ ଋତୁରେ ମାତିବେ ଫ୍ରଡ୍ ଷ୍ଟାର, ଅନଲାଇନ୍ ସପିଂ ବେଳେ ରୁହନ୍ତୁ ସତର୍କ