ବିହାର: ବିଭିନ୍ନ ଜିଲ୍ଲାରେ ଥିବା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି (teacher recruitment) ପଦବୀରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଛପ୍ରା ଡିଏଓ କୌଶଲ କିଶୋର ଏବଂ ଡିପିଓ ଧନଞ୍ଜୟ ପାସୱାନଙ୍କୁ ଉତ୍ତର ମାଗିଛନ୍ତି । କେଉଁ ପରିସ୍ଥିତିରେ ଏତେ ବଡ଼ ଭଲ୍ ହୋଇଛି ବୋଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ପ୍ରକାଶିତ ତାଲିକାରେ ଜିଲ୍ଲାର ରାମପୁର କାଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଙ୍ଗୀତ ବିଭାଗ (Music department)ରେ ପାଞ୍ଚଜଣ ଶିକ୍ଷକଙ୍କୁ ପୋଷ୍ଟିଂ ଦିଆଯାଇଛି । ଏଥି ସହିତ, ଗରଖାରେ ଅବସ୍ଥିତ ସୟଦ ସାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କମର୍ସ ଅଧ୍ୟୟନ ପାଇଁ ଜଣେ ଶିକ୍ଷକଙ୍କୁ ପୋଷ୍ଟିଂ ଦିଆଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠାରେ ବାଣିଜ୍ୟ ବିଷୟ ଶିକ୍ଷା ଦିଆଯାଉ ନାହିଁ।


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ସଦର ବ୍ଲକରେ ଅବସ୍ଥିତ ଦୁଇଟି ନବୀକରଣ ହୋଇଥିବା ମଧ୍ୟମ ବିଦ୍ୟାଳୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବି ଛାତ୍ର ନଥିବା ସୂଚନା ମିଳିଛି । ଏହି ଦୁଇଟି ବିଦ୍ୟାଳୟର ୩ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ସମ୍ପ୍ରଦାୟର କୌଣସି ଲୋକ ନାହାନ୍ତି । ଏପରି ପରିସ୍ଥିତିରେ, ସ୍ୱାଭାବିକ ଭାବରେ ଉର୍ଦ୍ଦୁ ଅଧ୍ୟୟନ କରୁଥିବା କୌଣସି ଛାତ୍ର ନାହାଁନ୍ତି । କିନ୍ତୁ ଏହା ସତ୍ତେ ୧ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଦୁଇ ଜଣ ଉର୍ଦ୍ଦୁ ଶିକ୍ଷକଙ୍କୁ ଏହି ଦୁଇଟି ବିଦ୍ୟାଳୟରେ ପୋଷ୍ଟିଂ କରାଯାଇଛି।


ଅନେକ ବିଦ୍ୟାଳୟ ଗୁଡିକରେ ଶିକ୍ଷକମାନଙ୍କୁ ଏପରି ବିଷୟଗୁଡ଼ିକ ପାଇଁ ପୋଷ୍ଟିଂ କରାଯାଇଛି ଯେଉଁଥିରେ ଶିକ୍ଷକମାନେ ପୂର୍ବରୁ ପୋଷ୍ଟିଂ ହୋଇଛନ୍ତି । ଉକ୍ତ ବିଦ୍ୟାଳୟ ଗୁଡିକରେ ଅଧିକ ସଂଖ୍ୟକ ଛାତ୍ର (Student) ଅଛନ୍ତି । ଦୀର୍ଘ ସମୟ ହେବ ଯେଉଁ ବିଷୟ ପଢାଇବା ପାଇଁ ଶିକ୍ଷକ ନାହାଁନ୍ତି ସେଗୁଡିକ ପ୍ରତି ଧ୍ୟାନ ଦିଆଯାଇନାହିଁ । କେବଳ ଏତିକି ନୁହେଁ, ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ଲସ୍ ଟୁରେ କୌଣସି ଶିକ୍ଷକ ପୋଷ୍ଟିଂ କରାଯାଇନାହିଁ। ଯେତେବେଳେ କି ଅନେକ ବିଦ୍ୟାଳୟରେ ଚାରିରୁ ପାଞ୍ଚ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଯାହା ନିଶ୍ଚିତ ଭାବରେଲ କାର୍ଯ୍ୟାଳୟର ଅନିୟମିତତାକୁ ଦର୍ଶାଉଛି ।


କାହିଁକି ଏପରି ହେଲା?


ସ୍କୁଲ୍ ଗୁଡିକରେ ଥିବା ଛାତ୍ରମାନଙ୍କ ଅନୁପାତରେ ଶିକ୍ଷକ ପୋଷ୍ଟିଂ କରିବା ପାଇଁ ଶିକ୍ଷା ବିଭାଗ ଦ୍ୱାରା ରାଣ୍ଡୋମାଇଜେସନ୍ କରି ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ସ୍ତରରେ ଡିଏମ ଅମାନ ସମୀର ଡିଏଓ ଏବଂ ତାଙ୍କ ଟିମକୁ ଏକ ଭଲ ଉପାୟରେ ରାଣ୍ଡୋମାଇଜେସନ୍ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପୋଷ୍ଟିଂ ସହ ଜଡିତ ଅନଲାଇନ୍ ତାଲିକା ପ୍ରକାଶ ପାଇବା ପରେ ଅନିୟମିତତା ହୋଇଥିବା ଜଣା ପଡିଛି । ଶିକ୍ଷା ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ କହିବାନୁସାରେ, ପଦବୀ ପାଇଁ ଖାଲିଥିବା ଗୁଡ଼ିକର ତାଲିକା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପଠାଯାଇଥିଲା, କିନ୍ତୁ ଶିକ୍ଷକ ନିଯୁକ୍ତି ରାଜ୍ୟ ମୁଖ୍ୟାଳୟରୁ ହୋଇଥିଲା । ଏଭଳି ପରିସ୍ଥିତିରେ, ସମଗ୍ର ଘଟଣାରେ କେଉଁଠାରେ ଭୁଲ୍ ଘଟିଛି ତାହାର ଅନୁସନ୍ଧାନ ପରେ ହିଁ ପ୍ରକୃତ ପରିସ୍ଥିତି ଜଣା ପଡିବ ।


Also Read- World Cup Final: ଅହମ୍ମଦାବାଦ ପାଇଁ ଫ୍ଲାଇଟ୍ ଟିକେଟ୍ ଛୁଇଁଲା ୪୦ ହଜାର


Also Read- Gk Question: ଭାତକୁ ଦ୍ୱିତୀୟଥର ଗରମ ହେଲେ କ’ଣ ହୁଏ?