Crime News: ଜଣେ ୧୬ ବର୍ଷର ନାବାଳିକା ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କାରଣରୁ ଜଣେ ୬୧ ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହମିରପୁର ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ସବୁଠି ଆଲୋଡନ ସୃଷ୍ଟି କରିଛି । ମୃତ ବୃଦ୍ଧ ବ୍ୟକ୍ତିଙ୍କର ୮ ଜଣ ଝିଅ ଥିବା ସମୟରେ ସେମଧ୍ୟରୁ ୬ ଜଣଙ୍କର ବିବାହ ସରିଛି । ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଜଣେ ୧୬ ବର୍ଷର ଝିଅ ଗର୍ଭବତୀ ଥିବାର ଖବର ଆସିଲା ସେତେବେଳେ ଝିଅଟିର ପରିବାର ସଦସ୍ୟ ତାଙ୍କୁ ଗର୍ଭସ୍ଥ ଶିଶୁର ପରିଚୟ ବିଷୟରେ ପଚାରିଥିଲେ । ସେତେବେଳେ ଝିଅଟି ଯେଉଁ ଉତ୍ତର ଦେଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଝିଅଟି ଜଣେ ୬୧ ବର୍ଷର ବୃଦ୍ଧଙ୍କ ନାମ କହିଥିଲା । ଏହା ଜାଣିବା ପରେ ଝିଅଟିର ବାପା କ୍ରୋଧରେ ଜର୍ଜରିତ ହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ଧାରୁଆ କୁରାଢୀରେ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ଅବସ୍ଥାରେ ଝାନସୀ ମେଡିକାଲ କଲେଜରେ ଭର୍ତ୍ତୀ ହୋଇଥିଲେ । ଶୁକ୍ରବାର ଦିନ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ପରେ ମେଡିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । 


ମୃତ ରାମ ଆସାରେଙ୍କ ଘର କୁଶୱା ହାମିରପୁର ଥାନା ନିକଟ ନୁଲିୱାସା ଗାଁରେ । ବୁଦ୍ଧଙ୍କ ପୁତୁରା ବିଜେନ୍ଦ୍ରଙ୍କ କହିବାନୁଯାୟୀ ବୃଦ୍ଧ ଜଣକ ଗାଁରେ ଚାଷବାସ କରୁଥିଲେ । ଏହି ଗାଁର ଜଣେ ୧୬ ବର୍ଷୀୟା ନାବାଳିକା ଗର୍ଭବତୀ ହେବାରୁ ବୃଦ୍ଧଙ୍କୁ ଏଥିପାଇଁ ଦୋଷୀ କରାଯାଇଥିଲା । ନାବାଳିକାର ପରିବାର ସଦସ୍ୟ ତାର ଗର୍ଭପାତ କରାଇଥିଲେ । ଅଭିଯୋଗ ହୋଇଥିଲା ଯେ, ନାବାଳିକା ଗର୍ଭରେ ବଢୁଥିବା ଶିଶୁଟି ବୃଦ୍ଧ ରାମ ଆସାରେଙ୍କର । କିନ୍ତୁ ବୃଦ୍ଧ ଜଣକ ସ୍ପଷ୍ଟ ଭାବରେ କହିଥିଲେ ଯେ, ପିଲାଟି ତାଙ୍କର ନୁହେଁ। ତା’ପରେ ଯେତେବେଳେ ପୋଲିସ ନିକଟରେ ଅଭିଯୋଗ କରିବାକୁ କୁହାଗଲା, ସେ ମନା କରିଦେଇଥିଲେ। ପଞ୍ଚାୟତ ଡାକିବାକୁ ମଧ୍ୟ ମନା କରି ଦେଇଛନ୍ତି। ପୁତୁରା ଅରବିନ୍ଦଙ୍କ କହିବାନୁଯାୟୀ, ଏହି ଗୁଜବ ପ୍ରଚାରିତ ହେବା ପରେ ଝିଅଟିର ବାପା ଉତ୍ୟକ୍ତ ହୋଇ ୨୧ ଜାନୁଆରୀ ଦିନ କୁରାଢୀ ସାହାଯ୍ୟରେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଧାଇଁ ଆସିଥିଲେ ମଧ୍ୟ ତାଙ୍କୁ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି ।


ମୃତ ବୃଦ୍ଧାଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ