Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2081478

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 27th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: 

1- ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମା’ଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ଲୋକାର୍ପଣ ସହ ସମ୍ବଲପୁର ସମେତ ସାରା ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ୪୦ ଏକର ଜମିରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ହୋଇଛି ।

2- ୨୩ ରାଜ୍ୟର ନିର୍ବାଚନ ପ୍ରଭାରୀ ​​ନିଯୁକ୍ତ କଲା BJP: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଆକ୍ସନ ମୋଡକୁ ଆସିଛି। ଲୋକସଭା ନିର୍ବାଚନ ପାଇଁ ଦଳ ଏହାର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ଆରମ୍ଭ କରିଛି। ଶନିବାର ଦିନ (୨୭ ଜାନୁୟାରୀ) ଦଳର ସଭାପତି ଜେପି ନାଡ୍ଡା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଓଡ଼ିଶା, ବିହାର, ୟୁପି, ପଶ୍ଚିମବଙ୍ଗ ସମେତ ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ରହିଛି। ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ୱ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି। ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। 

3-  କୋଲକାତା ହାଇକୋର୍ଟ ବେଞ୍ଚ ବିବାଦ:  କୋଲକାତା ହାଇକୋର୍ଟରେ ଦୁଇଟି ବେଞ୍ଚ ଆଗରେ ଚାଲିଥିବା ସମସ୍ତ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ (ଏସସି) ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗରେ ମିଥ୍ୟା ଜାତିର ସାର୍ଟିଫିକେଟ୍ ସ୍କାମରେ ସିବିଆଇ ଯାଞ୍ଚ ଉପରେ ଏକକ ବିଚାରପତି ଏବଂ ଡିଭିଜନ୍ ବେଞ୍ଚ ମଧ୍ୟରେ ସଂଘର୍ଷ ପରେ ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ସଜ୍ଞାନ ନେଇଥିଲେ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟରେ ସମସ୍ତ ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ସହିତ ପଶ୍ଚିମବଙ୍ଗ ସରକାର ଏବଂ ଆବେଦନକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଜାନୁଆରୀ ୨୯ରେ ସଂରକ୍ଷିତ ବର୍ଗ ପ୍ରମାଣପତ୍ର ସହ ଜଡିତ ଅନିୟମିତତା ମାମଲାର ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିବେ।

4- ଦେବଗଡରେ ଦନ୍ତାହାତୀ ଉପଦ୍ରବ: ରାତି ସମୟରେ ମାଟି ଘରର କାନ୍ଥ ଭାଙ୍ଗି ଘର ଭିତରେ ପସିବା ସହିତ ଦୁଇଜଣ ମହିଳାଙ୍କୁ କଚାଡି ମାରିଛି ଦନ୍ତାହାତୀ । ଘଟଣାଟି ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଦେଖିବାକୁ ମିଳିଛି । ମୃତ ଦୁଇ ମହିଳାଙ୍କ ମଧ୍ୟରେ ରହିଛନ୍ତି ସୁରବାଲି କିସାନ ଏବଂ ଖଇରି କିସାନ । ପ୍ରାଣ ବଞ୍ଚାଇବାକୁ ହାତୀ କବଳରୁ ରକ୍ଷା ପାଇବା ପାଇଁ ଦୁହେଁ ଦୌଡିଥିଲେ ମଧ୍ୟ ହାତୀ ସେମାନଙ୍କୁ ଛାଡିନଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

5- ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା: ଆଜିଠାରୁ ପ୍ରସିଦ୍ଧ ଆଦିବାସୀ ମେଳା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ମେଳାକୁ ଉଦଘାଟନ କରିଛନ୍ତି । ଚଳିତ ଥର ସମୁଦାୟ ୧୦୯ଟି ଷ୍ଟଲ ପଡିଥିବା ସମୟରେ ଜନଜାତି ତଥା ଆଦିବାସୀଙ୍କ ଘର ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିସହିତ ବିଭିନ୍ନ ଆଦିବାସୀ ଦ୍ରବ୍ୟଗୁଡିକ ସହଜରେ ମେଳାରେ ଉପଲବ୍ଧ ହେଉଛି ।

6- ନୟାଗଡରେ ପିକନିକ ଗାଡି ଦୁର୍ଘଟଣା: ଦଶପଲ୍ଲା ବୁଗୁଡା ଅନ୍ତର୍ଗଚ ଶାଳଭଙ୍ଗା ଜଙ୍ଗଲ ରାସ୍ତା ନିକଟରେ ପିକନିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ସମୁଦାୟ ୫୦ ଛାତ୍ରଛାତ୍ରୀ ଥିବା ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ହସ୍ପିଟଲରେ ଭର୍ତ୍ତି ହୋଇଛନ୍ତି । ଟ୍ରକ ସହିତ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ବଲାଙ୍ଗିର ହରିଶଙ୍କରକୁ ପିକନିକ ଯାଉଥିଲେ । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହ ତଦନ୍ତ କରୁଛି ।

7- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଖୁଲାସା: ରାଜଧାନୀ ଦିଲ୍ଲୀକୁ ବିଜେପି ହାତକୁ ନେବା ପାଇଁ ବିଭିନ୍ନ ପ୍ରୟାସ କରୁଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଭିଯୋଗ ଆଣିଛନ୍ତି । ଏପରି କି ବିଜେପି ଟିକଟରେ ନିର୍ବାଚନ ଲଢିବାକୁ ଆପ୍ ବିଧାୟକଙ୍କୁ ୨୫ କୋଟିର ଅଫର ଦିଆଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ଏହାର ପ୍ରମାଣ ଅଛି ସମୟ ଆସିଲେ ଏହାର ପର୍ଦ୍ଦାଫାସ କରାଯିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

8- ବିହାର ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି । ରାଜ୍ୟର ୭୯ ଆଇପିଏସ ଅଫିସର ଏବଂ ୪୫ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳ କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଅଦଳବଦଳକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ଚର୍ଚ୍ଚା ଆଲୋଚନା କରାଯାଉଛି । ସେପଟେ ଆଜିର ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

9- ହିମାଚଳର ବିଭିନ୍ନ ସ୍ଥାନରେ ତୁଶାରପାତ:  ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନ ତଥା ପର୍ଯ୍ୟଟନସ୍ଥଳୀରେ ତୁଶାରପାତ ହୋଇଛି । ଆହୁରି ଦୁଇ ଦିନ ପାରଦ ତଳମୁହାଁ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ମନାଲିର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଟଳ ଟନେଲ ରୋହତାଙ୍ଗରେ ଦକ୍ଷିଣ ପୋର୍ଟାଲ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଯାହା ପରେ ସେଠାରେ ରାସ୍ତା ପ୍ରାୟ ବନ୍ଦ ହୋଇଯାଇଥିଲା।

10- ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ: ବର୍ଷା ଏବଂ କୋହଲା ପାଗରେ ପରିବର୍ତ୍ତନ ହେବା ସହିତ ଲୋକଙ୍କ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ଆଗାମି ୭ଦିନ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଜିଲ୍ଲାର ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ ରାତି ତାପମାତ୍ରା ସାମାନ୍ୟ ହ୍ରାସ ହୋଇପାରେ । ଏଥିସହ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ତଥା ପଡୋଶୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ଘନ କୁହୁଡି ହୋଇପାରେ ବୋଲି ସୂଚନା ଦିଆଯାଇଛି ।

Also Read- ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

Also Read- Mangal Gochar 2024: ମକର ରାଶିରେ ମଙ୍ଗଳ ଚଳନ, ଏହି ରାଶିର ଫିଟିବ ଭାଗ୍ୟ