7th pay commission news in odia ନୂଆଦିଲ୍ଲୀ: ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ପରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ଯଦିଓ କୋରୋନା ମହାମାରୀ ପାଇଁ ସରକାର ଗତ ବର୍ଷ DA ବୃଦ୍ଧିରେ ରୋକ ଲଗାଇଥିଲେ। ଏହା ପରେ ମହଙ୍ଗା ଭତ୍ତା ସିଧାସଳଖ ୧୧ ପ୍ରତିଶତ ବୃଦ୍ଧି କରିଥିଲେ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮ ପ୍ରତିଶତ ରହିଛି। ମାର୍ଚ୍ଚ ମାସରେ ଏଥିରେ ବୃଦ୍ଧି କରାଯିବାକୁ ନେଇ ସୂଚନା ରହିଛି। ତେବେ ଏହି ବର୍ଦ୍ଧିତ ଡିଏର ଫାଇଦା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନ ଭୋଗୀ ଲାଭାନ୍ୱିତ ହେବେ। ତେବେ ଅତି କମରେ ୪ ପ୍ରତିଶତ ଡିଏ ବଢିବା ନେଇ ଆଶା କରାଯାଉଛି। ଏହି ଡିଏ ବଢିବା ଦ୍ୱାରା ମୋଟ ୪୨ ପ୍ରତିଶତ ହୋଇଯିବ। 


COMMERCIAL BREAK
SCROLL TO CONTINUE READING

ସରକାରୀ କର୍ମଚାରୀଙ୍କ ମନୋବଳକୁ ମଜବୁତ କରିବା ଲକ୍ଷ୍ୟରେ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଉଥିବା ନେଇ ଆଲୋଚନା ହେଉଛି। ମହାମାରୀ ପ୍ରଭାବରୁ ମୁକୁଳିବା ପାଇଁ ସରକାର ଏହି ନିଷ୍ପତ୍ତି ନେଉଥିବା ସୂଚନା ରହିଛି। ସେପଟେ ଏହି ଡିଏ ବୃଦ୍ଧି ହେବା ପରେ ଅର୍ଥନୈତିକ ସ୍ଥିତି ଉପରେ ସକରାତ୍ମକ ପ୍ରଭାବ ପଡିବା ନେଇ ଆଶା କରାଯାଉଛି। କାରଣ ଏହି ଡିଏ ବଢିବା ଦ୍ୱାରା କର୍ମଚାରୀଙ୍କର ଡିସପୋଜାଲ ଖର୍ଚ୍ଚରେ ବୃଦ୍ଧି ଘଟିବ। ଫଳରେ ଉପଭୋକ୍ତାଙ୍କର ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଡିଏ ବୃଦ୍ଧି ନେଇ ଅନେକ ଦିନରୁ ଆଲୋଚନା ହେଉଛି। ଏହାକୁ ନେଇ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଅପେକ୍ଷାରେ ରହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ତାଙ୍କୁ ଆଶ୍ୱସ୍ତି ମିଳିବ। 


ତେବେ ସେପଟେ ସରକାର ଖୁବ ଶୀଘ୍ର ଏନେଇ ଘୋଷଣା କରିବେ। ଏହି ମାମଲା ଉପରେ ସରକାର ବିଚାର କରୁଛନ୍ତି। ଏହା ଉପରେ ଅନ୍ତିମ ନିଷ୍ପତ୍ତି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଖୁବ ଶୀଘ୍ର ନେବ। ତେବେ ବର୍ତ୍ତମାନ କେନ୍ଦ୍ର ସର୍କାରୀ କର୍ମଚାରୀ ଆଉ ପେନସନଭୋଗୀ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ତେବେ ଏଥିରେ ଆଉ ୪ ପ୍ରତିଶତ ବୃଦ୍ଧି ହେବା ନେଇ ଆଲୋଚନା କରାଯାଉଛି। ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ଏହା ୪୨ ପ୍ରତିଶତକୁ ଛୁଇଁବ। ଶେଷଥର ପାଇଁ ସରକାର ୨୦୨୨ ସେପ୍ଟେମ୍ବର ମାସରେ ଏହି ମହଙ୍ଗା ଭତ୍ତାରେ ବୃଦ୍ଧି କରିଥିଲେ। 


ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 


Also Read: DA Hike: କେନ୍ଦ୍ର କର୍ମଚାରୀଙ୍କ ଉପରେ ବର୍ଷିବ ଟଙ୍କା; ଆଜି ମୋଦି ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା!


Also Read: Puri: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ