7th Pay Commission, Fitment Factor Update: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ବଡ଼ ଖୁସି ଖବର ରହିଛି । ମୋଦି ସରକାର (Modi Government) ଆଗାମୀ ମହଙ୍ଗା ଭତ୍ତା (Dearness Allowance) ସହିତ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ରେ ବୃଦ୍ଧି କରିବାକୁ ଯାଉଛନ୍ତି । ଅର୍ଥାତ ନୂଆ ବର୍ଷ ଆରମ୍ଭରେ କେନ୍ଦ୍ର କର୍ମଚାରୀଙ୍କୁ ଡବଲ ଖୁସି ଖବର ମିଳିବାକୁ ଯାଉଛି । ଫିଟମେଣ୍ଟ ଫ୍ୟାକ୍ଟର ବଢ଼ିବା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ (Basic Salary Hike) । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଦୀର୍ଘ ଦିନ ଧରି କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇଁ ଦାବି କରିଆସୁଥିଲେ । ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ ବେସିକ ବେତନରେ ବମ୍ପର ବୃଦ୍ଧି ଘଟିବ । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୧୮,୦୦୦ରୁ ୨୬,୦୦୦ ଟଙ୍କା ବୃଦ୍ଧି ହୋଇପାରେ । 


 ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।


ଅଧିକ ପଢ଼ନ୍ତୁ:-ସ୍ୱାମୀଙ୍କ ସମ୍ପତ୍ତି ଉପରେ ଏତେ ରହିଥାଏ ସ୍ତ୍ରୀଙ୍କର ଅଧିକାର, ଜାଣନ୍ତୁ ଶାଶୁଘରର ସମ୍ପତ୍ତି ଉପରେ କେତେ ମିଳିଥାଏ ଅଧିକାର?


ଅଧିକ ପଢ଼ନ୍ତୁ:-ସାବଧାନ! ୨୦୨୩ରେ ଯଦି Google ରେ ସର୍ଚ୍ଚ କରିବେ ଏହି ୫ଟି ଜିନିଷ ତ ସିଧା ଯିବେ ଜେଲ


ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଏହି ରାଶିକୁ ରହିବାକୁ ପଡ଼ିବ ସତର୍କ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ୨୦୨୩


 


କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୨.୫୭= ୧୮୦୦୦ ଟଙ୍କା ହେବ । ଯଦି ଏହାକୁ ୩.୬୮କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୬୦୦୦ ଟଙ୍କା ହେବ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୩.୬୮= ୨୫,୭୬୦ ଟଙ୍କା ହେବ । 


ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।