Wife Property Rights: ଯେତେବେଳେ ଜଣେ ଝିଅର ବାହାଘର ହୁଏ, ସେତେବେଳେ ପତିଙ୍କ ଘର ହେଉଛି ତାଙ୍କ ଘର ହୋଇଯାଏ । ଆଜି ଆମେ ଆପଣଙ୍କୁ ପତ୍ନୀଙ୍କ କିଛି ଅଧିକାର ବିଷୟରେ କହିବାକୁ ଯାଉଛୁ ଯାହା ପତ୍ନୀ ପତିଙ୍କ ଘରେ ପାଇଥାଏ । ଆଜି ଆମେ ଆପଣଙ୍କୁ ମଧ୍ୟ କହିବୁ ଯେ ପତିଙ୍କ ସମ୍ପତ୍ତି ଉପରେ ପତ୍ନୀଙ୍କର କେତେ ଅଧିକାର ଅଛି ।
Trending Photos
Wife Property Rights: ପତି-ପତ୍ନୀଙ୍କ (Wife and Husband) ମଧ୍ୟରେ ସମ୍ପର୍କ ସମ୍ପତ୍ତି କିମ୍ବା ଅନ୍ୟ କୌଣସି ଜିନିଷଠାରୁ ଉପରେ ହୋଇଥାଏ । ଯେତେବେଳେ ଜଣେ ଝିଅର ବାହାଘର ହୁଏ, ସେତେବେଳେ ପତିଙ୍କ ଘର ହେଉଛି ତାଙ୍କ ଘର ହୋଇଯାଏ । ଆଜି ଆମେ ଆପଣଙ୍କୁ ପତ୍ନୀଙ୍କ କିଛି ଅଧିକାର ବିଷୟରେ କହିବାକୁ ଯାଉଛୁ ଯାହା ପତ୍ନୀ ପତିଙ୍କ ଘରେ ପାଇଥାଏ । ଆଜି ଆମେ ଆପଣଙ୍କୁ ମଧ୍ୟ କହିବୁ ଯେ ପତିଙ୍କ ସମ୍ପତ୍ତି ଉପରେ ପତ୍ନୀଙ୍କର କେତେ ଅଧିକାର (Wife Right On Husband Property) ଅଛି ।
ଏପରି ଆଦୌ ଜରୁରୀ ନୁହେଁ କି ପତିଙ୍କ ପାଖରେ ଯେଉଁ ସମ୍ପତ୍ତି ଅଛି, ତାହାର ସଂପୂର୍ଣ୍ଣ ସମ୍ପତ୍ତି ଉପରେ ଆପଣଙ୍କୁ ମାଲିକାନା ଅଧିକାର ମିଳିବ । ଜଣେ ଶାଶୁଘରର ସମ୍ପତ୍ତି ଉପରେ ଜଣେ ମହିଳାଙ୍କର ସେତିକି ଅଧିକାର ଅଛି, ଯେତିକି ତାଙ୍କ ଶାଶୁ ଘର ତରଫରୁ ତାଙ୍କୁ ଦେବାକୁ ଚାହୁଁଛି । ଅନ୍ୟପଟେ ଜଣେ ମହିଳାଙ୍କ ପତିଙ୍କ ସମ୍ପତ୍ତି ଉପରେ ଅଧିକାର ରହିଥାଏ । ଯଦି ପତି ତାଙ୍କ ସମ୍ପତ୍ତିରେ କାହାକୁ ଉତ୍ତରାଧିକାରୀ ନକରନ୍ତି ଓ ମୃତ୍ୟୁ ବରଣ କରନ୍ତି, ତେବେ ସେ କ୍ୟାଟେଗରୀ ୧ ଆଇନଗତ ଉତ୍ତରାଧିକାରୀ ହୋଇଥା’ନ୍ତି, ତେବେ ପତିଙ୍କ ସମ୍ପତ୍ତି ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ କିମ୍ବା ଭାରତୀୟ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ ପତିଙ୍କୁ ଦିଆଯିବ ।
ଭାରତରେ କେବଳ ଆଇନର ଅଧିକାର ଅଧୀନରେ ପତିଙ୍କ ସମ୍ପତ୍ତି ଉପରେ ପତ୍ନୀଙ୍କର ଅଧିକାର ରହିଥାଏ । ବାହାଘର ପରେ ଯଦି ପତି-ପତ୍ନୀ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି, ତେବେ ମହିଳା ମାନେ ହିନ୍ଦୁ ବିବାହ ଆଇନର ଧାରା ୨୪ ଅନୁଯାୟୀ ପତିଙ୍କ ଠାରୁ ଭତ୍ତା ମାଗିପାରିବେ । ଅନ୍ୟପକ୍ଷରେ, ପତ୍ନୀ ଘରୋଇ ହିଂସା ଆଇନ ଓ ୧୨୫ CrPC ଅନୁଯାୟୀ, ମହିଳାମାନେ ଜୀବନସାରା ପତିଙ୍କ ଠାରୁ ଗୁଜୁରାଣ ଭତ୍ତା ଦାବି କରିପାରିବେ ।
ଅଧିକ ପଢ଼ନ୍ତୁ:-ସାବଧାନ! ୨୦୨୩ରେ ଯଦି Google ରେ ସର୍ଚ୍ଚ କରିବେ ଏହି ୫ଟି ଜିନିଷ ତ ସିଧା ଯିବେ ଜେଲ
ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଏହି ରାଶିକୁ ରହିବାକୁ ପଡ଼ିବ ସତର୍କ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ୨୦୨୩
ଅଧିକ ପଢ଼ନ୍ତୁ:-ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ଋଷଭ ପନ୍ତ! ଜାଣନ୍ତୁ କ'ଣ କହିଲା ପୋଲିସ
ଅଧିକ ପଢ଼ନ୍ତୁ:-ନିଦ ପାଇଁ ନୁହେଁ, ଏହି କାରଣରୁ ହୋଇଥିଲା ଋଷ ପନ୍ତଙ୍କ କାର ଦୁର୍ଘଟଣା! ସାମ୍ନାକୁ ଆସିଲା ସବୁଠୁ ବଡ଼ କାରଣ
ଉଦାହରଣ ସ୍ୱରୂପ, ଯଦି A ର ମୃତ୍ୟୁ ହୋଇଥାଏ ଓ ସେ କୌଣସି ଦଲିଲ କରିଯାଇ ନାହାଁନ୍ତି । ତେବେ ଯଦି ତାଙ୍କ ପତ୍ନୀ, ପୁଅ ଏବଂ ଝିଅ ବଞ୍ଚିଥାଏ । ଏହି ପରିସ୍ଥିତିରେ ସମସ୍ତେ ବର୍ଗ ୧ ଆଇନଗତ ଉତ୍ତରାଧିକାରୀ ଅଟନ୍ତି । ତେଣୁ ପତିଙ୍କ ସମ୍ପତ୍ତି ତାଙ୍କ ସମସ୍ତ ବର୍ଗ ୧ ଆଇନଗତ ଉତ୍ତରାଧିକାରୀଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ ହେବ ।