7th Pay Commission DA Hike: କେନ୍ଦ୍ର କର୍ମଚାରୀ ମାନ (Central Government Employees) ଙ୍କୁ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବଡ଼ ଖୁସି ଖବର ଦିଆଯାଇଛି । ଯେଉଁ ମୁହୂର୍ତ୍ତର ଅପେକ୍ଷା କେନ୍ଦ୍ର କର୍ମଚାରୀମାନେ ଦୀର୍ଘ ସମୟ ଧରି କରୁଥିଲେ, ସେହି ସମୟ ଆସିଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ମୋଦି ସରକାର (Modi Government) ଅନୁମୋଦନ କରିଛନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ବେତନ (Government Employees Salary) ରେ ଏକ ନୂତନ ମହଙ୍ଗା ଭତ୍ତା (DA) ଯୋଗ କରାଯିବ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମହଙ୍ଗା ଭତ୍ତା (ଡିଏ) ର ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଛି । ଏଥର ମୋଦି ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି (DA Hike) କରାଯାଇଛି । ଏହା ସହିତ ମହଙ୍ଗା ଭତ୍ତା (Dearness Allowance Hike) ୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।


COMMERCIAL BREAK
SCROLL TO CONTINUE READING

ଅର୍ଥ ମନ୍ତ୍ରଣାଳୟ ସୋମବାର ମହଙ୍ଗା ଭତ୍ତା (DA Hike) ରେ ୪ ପ୍ରତିଶତ ବୃଦ୍ଧି କରିବାର ଏକ ଅଫିସ ମେମୋରାଣ୍ଡମ୍ ଜାରି କରିଛି । ମାର୍ଚ୍ଚ ୨୪ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲା । ଏହା ସହିତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏପ୍ରିଲ ୩ରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏହାର ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ପରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ଏପ୍ରିଲ ବେତନରେ ୪ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଏପ୍ରିଲ୍ ବେତନରେ ନୂତନ ମହଙ୍ଗା ଭତ୍ତାର ୩ ମାସର ବକେୟା କର୍ମଚାରୀଙ୍କୁ ପ୍ରଦାନ କରାଯିବ ।


୧ ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) କାର୍ଯ୍ୟକାରୀ କରାଯାଇଛି । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରାୟ ଏକ କୋଟି କର୍ମଚାରୀ ଓ ପେନସନଭୋଗୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯିବ । ଏହାଦ୍ୱାରା ପ୍ରତିବର୍ଷ ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କା ଭାର ବୃଦ୍ଧି ପାଇବ । ଲକ୍ଷ ଲକ୍ଷ ପେନସନଭୋଗୀ ମଧ୍ୟ ସପ୍ତମ ବେତନ ଆୟୋଗ ଅଧୀନରେ ମହଙ୍ଗା ରିଲିଫ୍ (DR Hike) ର ସୁବିଧା ପାଇଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ସହିତ କ୍ୟାବିନେଟ୍ ମହଙ୍ଗା ରିଲିଫ୍ (DR Hike) କୁ ୪ ପ୍ରତିଶତ ବୃଦ୍ଧି କରିଛି । ପେନସନଭୋଗୀଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ତିନି ମାସର ବକେୟା ପେନସନଭୋଗୀଙ୍କ ପେନସନ୍ ସହିତ ମଧ୍ୟ ପ୍ରଦାନ କରାଯିବ ।



ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 


ଅଧିକ ପଢ଼ନ୍ତୁ-ଦେଶର ଏହି ୫ଟି ରାଜ୍ୟରେ ପୁଣି ଥରେ ଲାଗୁ ହେଲା ପୁରୁଣା ପେନସନ୍ ଯୋଜନା


ଅଧିକ ପଢ଼ନ୍ତୁ-୧୫ ଦିନ ପରେ ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ରୁହନ୍ତୁ ସତର୍କ, ରହିଛି କ୍ଷତିର ଯୋଗ


ଅଧିକ ପଢ଼ନ୍ତୁ-ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!