7th Pay Commission DA Hike: ବିଗତ ଦିନରେ କେନ୍ଦ୍ର ସରକାର (Central Government) ନିଜର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରି ଏକ ବଡ଼ ଖୁସି ଖବର ଦେଇଥିଲା । ଏହାପରେ ଅନେକ ରାଜ୍ୟ ସରକାର (State Government) ମଧ୍ୟ ନିଜ ନିଜ ରାଜ୍ୟର ସରକାରୀ କର୍ମଚାରୀ (State Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (DA Hike) ଓ ମହଙ୍ଗା ରିଲିଫ୍ ବୃଦ୍ଧି (DR Hike) କରିଥିଲେ । ବର୍ତ୍ତମାନ ଆଉ ଏକ ରାଜ୍ୟ ସରକାର ନିଜର କର୍ମଚାରୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । ଯେଉଁମାନେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି, ଏହି ଖବର ସେମାନଙ୍କୁ ଖୁସି ଦେବ । କେନ୍ଦ୍ର ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ବୃଦ୍ଧି (Dearness Allowance Hike) କରିବା ପରେ ବର୍ତ୍ତମାନ ବିହାର କ୍ୟାବିନେଟ (Bihar Cabinet) ରାଜ୍ୟର ସରକାରୀ କର୍ମଚାରୀ (Bihar Government Employees) ଙ୍କ ସ୍ୱାର୍ଥକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ରାଜ୍ୟ ସରକାର (Bihar Government) ଙ୍କ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଏକ ଆୟୋଗ ଗଠନ କରାଯିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।


COMMERCIAL BREAK
SCROLL TO CONTINUE READING

ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟ କର୍ମଚାରୀ (State Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା (DA Hike) ଓ ମହଙ୍ଗା ରିଲିଫ୍ (DR Hike) ୪ ପ୍ରତିଶତ ବୃଦ୍ଧି କରାଯିବ । ଏହି ବୃଦ୍ଧି ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । କର୍ମଚାରୀମାନେ ଜାନୁଆରୀ ୧,୨୦୨୩ରୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ପାଇବେ । ରାଜ୍ୟ ସରକାରଙ୍କ ପେନସନଭୋଗୀମାନେ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧିରେ ଲାଭ ପାଇବେ । କର୍ମଚାରୀମାନେ ଏପ୍ରିଲ୍ ଦରମା ସହିତ ୩ ମାସର ମହଙ୍ଗା ଭତ୍ତା ବକେୟା ରାଶି ପାଇବେ ।



ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ୪୨ ପ୍ରତିଶତ (DA Hike) ହୋଇଯାଇଛି । ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୨୦,୦୦୦ ଟଙ୍କା, ତା’ହେଲେ ସେ ୩୮ ପ୍ରତିଶତ ହାରରେ ୭,୬୦୦ ଟଙ୍କା ମହଙ୍ଗା ଭତ୍ତା (DA) ପାଉଥିଲେ । ବର୍ତ୍ତମାନ ୪ ପ୍ରତିଶତ ବୃଦ୍ଧି ପରେ ଏହି ମହଙ୍ଗା ଭତ୍ତା ୪୨ ପ୍ରତିଶତ ଅର୍ଥାତ୍ ୮,୪୦୦ ଟଙ୍କା ହୋଇଯାଇଛି । ଅର୍ଥାତ ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ କର୍ମଚାରୀଙ୍କ ଦରମା ମାସକୁ ୮୦୦ ଟଙ୍କା (ବାର୍ଷିକ ୯୬୦୦ ଟଙ୍କା) ବୃଦ୍ଧି ହୋଇଯାଇଛି ।


ଅଧିକ ପଢ଼ନ୍ତୁ-BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି


ଅଧିକ ପଢ଼ନ୍ତୁ-ଆଗାମୀ ୫୮ ଦିନ ଯାଏ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିଙ୍କ ଭାଗ୍ୟ, ଟଙ୍କାରେ ଘର ଭରିଦେବେ 'ବୁଧ'!


ଅଧିକ ପଢ଼ନ୍ତୁ-RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ


ଏହା ବ୍ୟତୀତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସ ସିଦ୍ଧାର୍ଥ କହିଛନ୍ତି ଯେ, ପୂର୍ବରୁ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ଶିକ୍ଷକ ନିଯୁକ୍ତି ହେଉଥିଲେ । ନୂତନ ନିୟମ ଅନୁଯାୟୀ ସରକାର ଆୟୋଗ ମାଧ୍ୟମରେ ଶିକ୍ଷକ ନିଯୁକ୍ତ କରିବେ । ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପରିବର୍ତ୍ତିତ ନିୟମ ଆଧାରରେ ବର୍ତ୍ତମାନ ପ୍ରାଥମିକରୁ ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ନୂତନ ବ୍ୟବସ୍ଥା ଆଧାରରେ ନିଯୁକ୍ତ କରାଯିବ । ଆପଣଙ୍କୁ କହି ରଖୁଛୁ ଯେ, ଆଗାମୀ ସମୟରେ ବିହାରରେ ଦେଢ଼଼ ଲକ୍ଷ ଶିକ୍ଷକ ନିଯୁକ୍ତ ହେବେ । ନୂତନ ନିୟମ ଅନୁଯାୟୀ, ଚୁକ୍ତିନାମା ଆଧାରରେ କୌଣସି ନିଯୁକ୍ତି ହେବ ନାହିଁ । ଚୁକ୍ତିନାମା ଅନୁଯାୟୀ ନିଯୁକ୍ତ ଶିକ୍ଷକମାନେ ଆୟୋଗ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିୟମିତ ଶିକ୍ଷକ ହୋଇପାରିବେ ବୋଲି ସେ କହିଛନ୍ତି ।