BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି
Advertisement

BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

Indian Cricket: ସିନିୟର ମହିଳା ଦିନିକିଆ ଟ୍ରଫି ଆସନ୍ତା ବର୍ଷ ଜାନୁଆରୀ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସିନିୟର ମହିଳା ଟି-୨୦ ଟ୍ରଫି ଓ ଦିନିକିଆ ଟ୍ରଫିରେ ପାଞ୍ଚଟି ଦଳ ରହିବେ । ଏଥିରେ ଦୁଇଟି ଗ୍ରୁପରେ ୮ଟି ଦଳ ଥିବାବେଳେ ଅବଶିଷ୍ଟ ୩ନିଟି ଗ୍ରୁପରେ ପ୍ରତ୍ୟେକ ୭ଟି ଦଳ ରହିବେ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ମାନ୍ୟତା ଦଳ ନକ୍ଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । 

BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

India Domestic Cricket Schedule: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା  ଆଇପିଏଲ୍ ( IPL 2023) ରେ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ ଖେଳାଯାଇଛି । ଏହି ସମୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ୨୦୨୩-୨୪ ବର୍ଷ ପାଇଁ ଭାରତୀୟ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ (India Domestic Cricket Schedule) ଘୋଷଣା କରିଛି । ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜନରେ ଦୁଲୀପ୍ ଟ୍ରଫି (Duleep Trophy) ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବ । ଏଥି ସହିତ ସର୍ବ ବୃହତ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି  (Ranji Trophy) ୨୦୨୪ରୁ ଆରମ୍ଭରେ ଖେଳାଯିବ ।

ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜନ ଜୁନ୍ ୨୮ରୁ ଦୁଲିପ୍ ଟ୍ରଫି (Duleep Trophy) ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଜାନୁୟାରୀ ୫ରୁ ରଣଜୀ ଟ୍ରଫି  (Ranji Trophy) ଅନୁଷ୍ଠିତ ହେବ । ଏହି ସମୟରେ ୬ଟି ଆଞ୍ଚଳିକ ଦଳ ମଧ୍ୟରେ ଦୁଲିପ୍ ଟ୍ରଫି ଖେଳାଯିବ । ଏହା ପରେ ଦେଓଧର ଟ୍ରଫି ତାଲିକା ଏ ଟୁର୍ଣ୍ଣାମେଣ୍ଟ (ଜୁଲାଇ ୨୪ରୁ ଅଗଷ୍ଟ ୩), ଇରାନ କପ୍ (ଅକ୍ଟୋବର ୧-୫), ସୟଦ ମୁଶ୍ତାକ୍ ଅଲି ଟ୍ରଫି ପୁରୁଷ ଟି-20 ଜାତୀୟ ଚାମ୍ପିଅନସିପ୍ (ଅକ୍ଟୋବର ୧୬ରୁ ନଭେମ୍ବର ୬) ଏବଂ ବିଜୟ ହଜାରେ ODI ଟ୍ରଫି (ନଭେମ୍ବର ୨୩ରୁ ଡିସେମ୍ବର ୧୫) ଅନୁଷ୍ଠିତ ହେବ ।

fallback

ପୁରୁଷ ସିନିୟର ବର୍ଗରେ ରଣଜୀ ଟ୍ରଫି (Ranji Trophy) ସିଜନର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏଥିପାଇଁ ଏଲିଟ ଗ୍ରୁପ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ବର୍ଷ ଜାନୁୟାରୀ ୫ରୁ ଫେବୃଆରୀ ୧୯ ମଧ୍ୟରେ ଖେଳାଯିବ । ଫେବୃଆରୀ ୨୩ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ନକ୍ଆଉଟ୍ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ୭୦ ଦିନ ଚାଲିବ । ପ୍ଲେଟ୍ ଗ୍ରୁପ୍ ର ଲିଗ୍ ମ୍ୟାଚ୍ ଜାନୁଆରୀ ୫ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଖେଳାଯିବ । ନକ୍ଆଉଟ୍ ପର୍ଯ୍ୟାୟ ଫେବୃଆରୀ ୯ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ । ଏଥି ସହିତ ଏଲିଟ୍ ବର୍ଗରେ ଚାରିଟି ଦଳରେ ଆଠଟି ଦଳ ରହିବେ, ସେଥିମଧ୍ୟରୁ ପ୍ରତ୍ୟେକ ଦଳର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପ୍ଲେଟ୍ ଗ୍ରୁପ୍ ମଧ୍ୟରୁ ୬ଟି ମଧ୍ୟରୁ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପ୍ଲେଟ୍ ଗ୍ରୁପର ଫାଇନାଲରେ ପ୍ରବେଶ କରୁଥିବା ଉଭୟ ଦଳ ଆଗାମୀ ସିଜନରେ (୨୦୨୪-୨୫) ଏଲିଟ୍ ଗ୍ରୁପ୍ ରେ ଯୋଗଦେବେ । ଏଲିଟ୍ ଗ୍ରୁପର ୩୨ଟି ଦଳର ସାମଗ୍ରିକ ଟେବୁଲରେ ଶେଷ ଦୁଇଟି ଦଳ ପ୍ଲେଟ୍ ଗ୍ରୁପ୍କୁ ଖସି ଆସିବ ।

ଅଧିକ ପଢ଼ନ୍ତୁ-ଆଗାମୀ ୫୮ ଦିନ ଯାଏ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିଙ୍କ ଭାଗ୍ୟ, ଟଙ୍କାରେ ଘର ଭରିଦେବେ 'ବୁଧ'!

ଅଧିକ ପଢ଼ନ୍ତୁ-RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ

ଅଧିକ ପଢ଼ନ୍ତୁ-ଆଜିଠୁ ଏହି ୩ ରାଶି ଉପରେ ବର୍ଷିବ ଶନି ଦେବଙ୍କ କୃପା, ଶୁଭ ଦଶମୀ ଦୃଷ୍ଟି କରିଦେବ ଆପଣଙ୍କୁ ମାଲାମାଲ୍!

ସିନିୟର ମହିଳା ସିଜନର ଆରମ୍ଭ ରାଷ୍ଟ୍ରୀୟ ଟି-20 ଚାମ୍ପିଆନସିପ୍ ହେବ, ଏହା ଅକ୍ଟୋବର ୧୯ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ । ନଭେମ୍ବର ୨୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଇଣ୍ଟର-ଜୋନ୍ ଟି-20 ଟ୍ରଫି ଖେଳାଯିବ । ସିନିୟର ମହିଳା ODI ଟ୍ରଫି ଆସନ୍ତା ବର୍ଷ ଜାନୁଆରୀ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସିନିୟର ମହିଳା ଟି-20 ଟ୍ରଫି ଓ ODI ଟ୍ରଫିରେ ପାଞ୍ଚଟି ଦଳ ରହିବେ । ଏଥିରେ ଦୁଇଟି ଗ୍ରୁପରେ ଆଠଟି ଦଳ ଥିବାବେଳେ ଅବଶିଷ୍ଟ ତିନିଟି ଗ୍ରୁପରେ ପ୍ରତ୍ୟେକ ସାତୋଟି ଦଳ ରହିବେ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇ ମାନ୍ୟତା ଦଳ ନକ୍ଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଗ୍ରୁପ୍ ମ୍ୟାଚ୍ ପରେ ଏହି ୧୦ ଟିମରୁ ଶ୍ରେଷ୍ଠ ୬ଟି ଦଳ କ୍ୱାର୍ଟର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଶେଷ ଚାରିଟି ଦଳକୁ ଶେଷ ଆଠଟିରେ ସ୍ଥାନ ପାଇଁ ପ୍ରି-କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବାକୁ ପଡ଼ିବ ।