Banking System: ୟୁକୋ ବ୍ୟାଙ୍କ ଗ୍ରାହକଙ୍କ ଖାତାରେ ଜମା ହୋଇଥିବା ୮୨୦ କୋଟି ଟଙ୍କାର ମାମଲା ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଅଧୀନରେ ରହିଛି। ଏହା ଜଣାପଡିଛି ଯେ, ଯେଉଁ ଆକାଉଣ୍ଟ ଗୁଡିକରେ ଟଙ୍କା ଜମା ହୋଇଥିଲା ସେହି ଆକାଉଣ୍ଟ ଗୁଡିକ ସମାନ ଦିନ ଖୋଲାଯାଇଥିଲା। ଅଧିକାରୀମାନେ ବୁଧବାର କହିଛନ୍ତି ଯେ, ଏହି ମାମଲାର ତଦନ୍ତ ସିବିଆଇ କରୁଛି। ନଭେମ୍ୱର ୧୦ ତାରିଖରୁ ୧୩ ମଧ୍ୟରେ ୪୧ହଜାରରୁ ଅଧିକ UCO ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବାବେଳେ ଅନ୍ୟପକ୍ଷରେ ମୂଖ୍ୟ ଆକାଉଣ୍ଟରୁ କୌଣସି ଟଙ୍କା କଟାଯାଇ ନାହିଁ।


COMMERCIAL BREAK
SCROLL TO CONTINUE READING

ସିବିଆଇ


ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଅନୁସନ୍ଧାନକାରୀ ସଂସ୍ଥା ପ୍ରାୟ ୧ ହଜାର ଆକାଉଣ୍ଟକୁ ଟାର୍ଗେଟ କରୁଛନ୍ତି । ସେହି ଆକାଉଣ୍ଟ ଗୁଡିକ ଟଙ୍କା ଜମା ତାରିଖ କିମ୍ୱା ଆଖ ପାଖ ତାରିଖରେ ଖୋଲା ଯାଇଥିଲା। ସିବିଆଇ ଏହା ପୂର୍ବରୁ ଏକ ବିବୃତ୍ତିରେ କହିଛି ଯେ, ଅନେକ ଆକାଉଣ୍ଟଧାରୀ ଏହି ପରିସ୍ଥିତିର ସୁଯୋଗ ନେଇ ତୁରନ୍ତ ବିଭିନ୍ନ ବ୍ୟାଙ୍କ ଶାଖା ତଥା ଏଟିଏମ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉଠାଇ ନେଇଥିଲେ । ଜଣେ ଅଧିକାରୀ କହିଛନ୍ତି, କୌଣସି ଅପରାଧିକ ଉଦ୍ଦେଶ୍ୟ ବିନା ସେମାନଙ୍କ ଆକାଉଣ୍ଟରେ ଟଙ୍କା ଗ୍ରହଣ କରିଥିବା ବ୍ୟକ୍ତି ଆମର ଅନୁସନ୍ଧାନକୁ ଭୟ କରିବା ଆବଶ୍ୟକ କରନ୍ତି ନାହିଁ। ଆମର ଧ୍ୟାନ କେବଳ ସେହି ବ୍ୟକ୍ତିଙ୍କ ଯେଉଁମାନେ ଏହି ଷଡଯନ୍ତ୍ରର ଯୋଜନା କରି କାର୍ଯ୍ୟକାରୀ କରିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ କିପରି ଏହା ସମ୍ଭବ ହେଲା ସେନେଇ ଖୋଳତାଡ ଚାଲିଛି ।


ଠକମାନଙ୍କୁ ସାବଧାନ


ଅଧିକାରୀ କହିଛନ୍ତି ଯେ, ଅନୁସନ୍ଧାନକାରୀ ଭାବରେ ନିଜର ପରିସ୍ଥିତିର ଫାଇଦା ଉଠାଇବାକୁ ଚାହୁଁଥିବା ଠକମାନଙ୍କ ପ୍ରତି ଲୋକମାନେ ସାବଧାନ ରହିବା ଉଚିତ୍। ଏହି ମାମଲାରେ ସବିଶେଷ ତଥ୍ୟ ପାଇବା ପାଇଁ ସିବିଆଇ ଫୋନ୍ କଲ କରେ ନାହିଁ। ତେଣୁ, ଏପରି କଲ୍ କ୍ଷେତ୍ରରେ ଲୋକମାନେ ସିଧାସଳଖ ଏଜେନ୍ସି ସହିତ ଯୋଗାଯୋଗ କରିପାରିବେ । ଅନୁସନ୍ଧାନକାରୀ ସଂସ୍ଥାକୁ ଖବର ମିଳିଛି ଯେ, ଆକାଉଣ୍ଟରେ ଜମା ହୋଇଥିବା ଅଧିକାଂଶ ଅର୍ଥ ରାଜସ୍ଥାନରେ ଥିବା ଲୋକଙ୍କ ଆକାଉଣ୍ଟରେ ଜମା ହୋଇଛି। କାରଣ ରାଜସ୍ଥାନରେ ୨୩୦ ଟି ଶାଖାରେ ପ୍ରାୟ ୭.୫୦ ଲକ୍ଷ ଟଙ୍କା କାରବାର ହୋଇଛି । ତିନି ଦିନରେ ୨୮ ହଜାର ଆକାଉଣ୍ଟରେ ଏ ସମ୍ପର୍କରେ ରେକର୍ଡ କରାଯାଇଥିଲା । ଏହି ଆକାଉଣ୍ଟ ଗୁଡିକରେ ୭୬୦ କୋଟି ଟଙ୍କା ଜମା ହୋଇଛି ।


ଅଧିକାରୀଙ୍କ କହିବା ମୁତାବକ ରାଜସ୍ଥାନ ପରେ କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର ଗ୍ରାହକଙ୍କ ଆକାଉଣ୍ଟ ମଧ୍ୟ ଲିଷ୍ଟରେ ରହିଛି । ଏହି ଦୁଇ ରାଜ୍ୟରେ ଥିବା UCO ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ୩.୪୦ କୋଟି ଏବଂ ୨.୬୦ କୋଟି ଟଙ୍କା ଜମା ହୋଇଛି । ତିନି ଦିନ ମଧ୍ୟରେ ବେସରକାରୀ ବ୍ୟାଙ୍କର ୧୪ ହଜାର ଆକାଉଣ୍ଟଧାରୀଙ୍କ ଠାରୁ ତୁରନ୍ତ ପେମେଣ୍ଟ ସର୍ଭିସ (IMPS) କାରବାର ମାଧ୍ୟମରେ ୟୁକୋ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ୮.୫୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି।


ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମୂଳ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆଦୌ ଡେବିଟ୍ ହୋଇନାହିଁ। ଅନେକ UCO ବ୍ୟାଙ୍କ ଗ୍ରାହକ ଟଙ୍କା ଆସିବା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆକାଉଣ୍ଟରୁ ଟଙ୍କା ଉଠାଇନେଇଛନ୍ତି । କୁହାଯାଉଛି ଯେ, ୟୁକୋ ବ୍ୟାଙ୍କ ପ୍ରାୟ ୮୨୦ କୋଟି ଟଙ୍କା ମୂଲ୍ୟର ସନ୍ଦେହଜନକ IMPS କାରବାର ସମ୍ପର୍କରେ ସିବିଆଇ ନିକଟରେ ଅଭିଯୋଗ କରିଛି। ଏଥି ସହିତ ଦୁଇଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଅନ୍ୟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ  ହୋଇଥିଲା । ଏହି ଅଭିଯୋଗ ପରେ ସିବିଆଇ ଏଫ୍ଆଇଆର୍ ପଞ୍ଜିକରଣ କରିବା ସହ ତଦନ୍ତକୁ ଆଗକୁ ବଢାଇଛି ।


Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?


Also Read- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେବନ୍ତ ରେଡ୍ଡୀ