Weird News: ଫ୍ୟାସନ୍ ଦୁନିଆରେ କେତେବେଳେ କଣ ଟ୍ରେଣ୍ତ ଆରମ୍ଭ ହୋଇଯାଉଛି କିଛି କହି ହେଉ ନାହିଁ । ଆଜିକାଲି ଅଜବ ଫ୍ୟାସନ ଯୁବପିଢିଙ୍କୁ ପାଗଳ କରୁଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ପ୍ଲାଜୋ ପ୍ୟାଣ୍ଟ ଭାଇରାଲ ହେଉଛି । ଯିଏ ଏହା ଦେଖିବା ସେ ମଧ୍ୟ ଚକିତ ହୋଇଯିବ । ଯେଉଁ ଅଖାଗୁଡ଼ିକରେ ଲୋକମାନେ ଗହମ ଏବଂ ଚାଉଳ ରଖନ୍ତି, ତାହା ବର୍ତ୍ତମାନ ପୋଷାକ ତିଆରିରେ ବ୍ୟବହୃତ ହେଉଛି। ଯଦି ଆପଣ ଫ୍ୟାଶନର ନୂଆ ଟ୍ରେଣ୍ତ ଆପଣାନ୍ତି ,ତେବେ ଆପଣଙ୍କ ମଧ୍ୟ ଏହାକୁ ଥରେ ଟ୍ରାଏ ବା ପିନ୍ଧି ବାହାରକୁ ଯାଇ ବୁଲି ପାରିବେ।  ଇନଷ୍ଟାରେ ସଚକାଦ୍ବାହି (sachkadwahai) ନାମକ ଜଣେ ୟୁଜର୍ସ ଏକ ଭିଡିଓ ସେୟାର କରିଛନ୍ତି ।  ଭିଡିଓରେ ଦେଖିବାକୁ ମିଳିଛି ଯେ,ଅଖାରେ ଏକ ପ୍ଲାଜୋ ପ୍ୟାଣ୍ଟ (A dress made of sack) ତିଆରି ହୋଇଛି  । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ଲାଜୋ ପ୍ୟାଣ୍ଟଟି ଅଖାରେ ତିଆରି ହୋଇଥିବା ବେଳେ ଗୋଟଏ ପଟେ କିଛି ଲେଖା ଥିବା ଦେଖିବାକୁ ମିଳିଛି । ତେବେ, ଯାହାର ଦାମ ରହିଛି ୬୦ ହଜାର ଟଙ୍କା ।  ତେବେ, ପ୍ୟାଣ୍ଟିଟି ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁନି ଏହାର ଦାମ ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରୁଛି। 


COMMERCIAL BREAK
SCROLL TO CONTINUE READING


ଆପଣ ଅଖା ଦ୍ୱାରା ତିଆରି ପ୍ଲାଜୋ ପିନ୍ଧିବାକୁ ଚାହୁଁଛନ୍ତି କି? ଏଭଳି ପୋଷାକର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ପୋଷାକର ଦାମ (market price)୬୦,୦୦୦ ଶୁଣିବା ପରେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହାର ବିଶେଷତା କ’ଣ ରହିଛି । ସବୁଠାରୁ ବଡ କଥା ହେଲା ଯେ, ପ୍ଲାଜୋ ପ୍ୟାଣ୍ଟ(A dress made of sack) ରେ କୌଣସି ପ୍ରକାର ବିଶେଷତା ନାହିଁ। କିନ୍ତୁ ଆଜିକାଲି ଯୁବପୀଢିଙ୍କୁ ଏଭଳି ଫ୍ୟାସନ୍ ଖୁବ ପସନ୍ଦ ଆସୁଥିବା କହିଛନ୍ତି ଡିଜାଇନର । ସେଥିପାଇଁ ଚାଉଳ, ଗହମ ଓ ଧାନ ରଖାଯାଉଥିବା ଅଖା ବସ୍ତାରୁ ପ୍ଲାଜୋ ପ୍ୟାଣ୍ଟ ତିଆରି ହୋଇଛି । 


 



ଇନଷ୍ଟାରେ ୟୁଜର୍ସ ଦେଇଥିବା କମେଣ୍ଟ:  ଜଣେ ୟୁଜର୍ସ ଅଖାରେ ତିଆରି ହୋଇଥିବା ଏହି ପ୍ଲାଜୋ ପ୍ୟାଣ୍ଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ତା’ପରେ ଜଣେ ପରେ ଜଣେ ୟୁଜର୍ସ ଭିଡିଓ ଦେଖି ମଜାଳିଆ କମେଣ୍ଟ ଦେଇଥିଲେ।  ଜଣେ ୟୁଜର୍ସ ଲେଖିଛନ୍ତି 'ଅଖାରୁ ପ୍ଲାଜୋ ପ୍ୟାଣ୍ଟ ତିଆରି କରିଥିବା ଡିଜାଇନର ମହାନ୍ '। ସେହିପରି ଅନ୍ୟଜଣେ ୟୁଜର୍ସ ଏହାକୁ ପରିବାସ କରି ଲେଖିଛନ୍ତି ଯେ, 'ଘରେ ବସି ଅଖାକୁ ସିଲାଇ କରିବାକୁ ଟେଲରକୁ ଦେଲେ ,ପୋଷାକ ଦୋକାନରେ ସବୁ ବନ୍ଦ ହୋଇଯିବ'। ସେହିପରି ଅନ୍ୟ ଜଣେ, ୟୁଜର୍ସ ଲେଖିଛନ୍ତି  'ଏହା କେବଳ ଉର୍ଫି ଜାଭେଦଙ୍କ ପାଇଁ'। ତେବେ , ଏହି ଭିଡିଓଟି ୩.୨୫ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଲାଣୀ ।


Also Read : Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ


Also Read : Naba Das Murder Case: ଗୋପାଳର ପସନ୍ଦ ସକାଳେ ପଖାଳ, ଦ୍ବିପହରରେ ବିରିୟାନୀ