Srinivasa Sagara Dam: ହସ ମଜାକ କରିବାକୁ କରିବାକୁ ଯାଇ ଲୋକେ ଏପରି କିଛି କାମ କରିଥାନ୍ତି ଯାହା ଦ୍ୱାରା ପରେ ସେମାନଙ୍କୁ ପସ୍ତେଇବାକୁ ପଡ଼ିଥାଏ। ବିଗତ କିଛି ଦିନ ହେବ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଷ୍ଟଣ୍ଟ୍ ଦେଖାଇବାକୁ ଯାଇ ଫସି ଯାଇଛନ୍ତି। ସଦ୍ୟ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ଲୋକଙ୍କୁ ଷ୍ଟଣ୍ଟ ଦେଖାଇବାକୁ ଚାହୁଁଥିଲେ। ମାତ୍ର ଷ୍ଟଣ୍ଟ କରିବା  ବେଳେ ଏପରି ଏକ ଘଟଣା ଘଟିଥିଲା ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଡରାଇ ଦେଇଥିଲା। 


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ ଚିକବାଲାପୁର ଜିଲ୍ଲାରେ ଶ୍ରୀନିବାସ ସାଗର ଡ୍ୟାମ ନାମରେ ଏକ ବଡ଼ ବନ୍ଧ ରହିଛି। ଯେଉଁଠାକୁ ଲୋକେ ପ୍ରାୟତଃ ଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି। ବନ୍ଧରୁ ଛଡା ଯାଉଥିବା ପାଣି ଦେଖିବା ପାଇଁ ଲୋକେ ଏଠାକୁ ଆସିଥାନ୍ତି। ଏଠାରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ଦେଖାଇ ମୂର୍ଖାମୀ କରିଛନ୍ତି। ଯାହାର ଭୟାନକ ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି। 


ମଜାକ ମସ୍ତି କରିବା ବେଳେ ମହଙ୍ଗା ପଡ଼ିଯାଏ। ଏପରି ଏକ ଘଟଣା କର୍ଣ୍ଣାଟକ ଚିକବାଲାପୁର ଜିଲ୍ଲାରେ ଶ୍ରୀନିବାସ ସାଗର ଡ୍ୟାମ ନାମକ ବନ୍ଧରେ ଦେଖିବାକୁ ମିଳିଛି। ଏଠାରୁ ପାଣି ଅନବରତ ବୋହୂଥିବା ବେଳେ ଜଣେ ବ୍ୟକ୍ତି ଡ୍ୟାନ କାନ୍ଥ ଉପରେ ଚଢିବାକୁ ଉଦ୍ୟମ କରିଥିଲେ। ସେ ଅଧାରୁ ଅଧିକ ଉଚ୍ଚତାକୁ ଚଢି ଯାଇଥିବା ବେଳେ ଡ୍ୟାମ ତଳେ ଠିଆ ହୋଇଥିବା ଲୋକେ ତାଙ୍କୁ ଦେଖୁବାରେ ଲାଗିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ସେହି ବ୍ୟକ୍ତିଙ୍କ ଭିଡିଓ ରେକର୍ଡିଂ କରିବାରେ ଲାଗିଥିଲେ। ହେଲେ ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା ​​ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ଡରି ଯାଇଥିଲେ।


Also Read: ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଭୟାନକ ସଡ଼କ ଦୁର୍ଘଟଣା; ଟ୍ରକ୍ ଓଲଟି ୮ ଶ୍ରମିକ ମୃତ


ଚିକବାଲାପୁର ଜିଲ୍ଲାରେ ଶ୍ରୀନିବାସ ସାଗର ଡ୍ୟାମ ଠାରେ ଉପସ୍ଥିତ ଲୋକମାନେ ପ୍ରବଳ ଜଳ ପ୍ରବାହକୁ ଉପଭୋଗ କରୁଥିଲେ। ଜଣେ ଯୁବକ ବନ୍ଧର ସିଧା କାନ୍ଥରେ ପ୍ରାୟ ୩୦ ଫୁଟ ଉପରକୁ ଚଢିଯାଇଥିଲେ। ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ମାରାତ୍ମକ ଷ୍ଟଣ୍ଟ ଥିଲା। କିଛି ଦୂରତା ଉପରକୁ ଚଢିବା ପରେ ଯୁବକ ଜଣଙ୍କ ନିଜର ଭାରସାମ୍ୟ ରକ୍ଷା କରି ନ ପାରି ତଳକୁ ଖସି ପଡିଥିଲେ। ଯାହରା ଭିଡିଓ ସେଠାରେ ଉପସ୍ଥିତ ଥିବା କେହି ଜଣେ ଲୋକ ରେକର୍ଡଂ କରି ନେଇଥିଲ। ଯଦିଓ ଏହି ଦୁର୍ଘଟଣାରେ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ଜୀବନ ବଞ୍ଚିଯାଇଛି ହେଲେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ପରେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।