ବିହାର ପୂର୍ଣ୍ଣିଆ ଜିଲ୍ଲାର ଜଲାଲଗଡ଼ ପୋଲିସ ଥାନା ଅଧିନସ୍ଥ ଦାର୍ଜିଆ ବଡି ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।
Trending Photos
Bihar Road Accident: ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଏକ ଭୟାନକ ସଡ଼କ ଦୁର୍ଘଟଣା ହୋଇଥିବାର ଖବର ଆସିଛି। ଏକ ଟ୍ରକ୍ ନିୟନ୍ତ୍ରଣ ଓଲଟି ପଡ଼ିବାରୁ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି।
ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ପୂର୍ଣ୍ଣିଆ ଜିଲ୍ଲାର ଜଲାଲଗଡ଼ ପୋଲିସ ଥାନା ଅଧିନସ୍ଥ ଦାର୍ଜିଆ ବଡି ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଡେପୁଟି ପୋଲିସ ଅଧୀକ୍ଷକ ସଦର ସୁରେନ୍ଦ୍ର କୁମାର ସରୋଜଙ୍କ କହିବା ଅନୁସାରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣ ଶ୍ରମିକ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। ଲୁହା ପାଇପ ବୋଝେଇ ଯୋଗେ ଏକ ଟ୍ରକ ଯୋଗେ ସେମାନେ ସିଲିଗୁଡ଼ି ଠାରୁ ଜାମୁ ଯାଉଥିଲେ। ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟ୍ରକ ଚାଳକଙ୍କୁ ନିଦ ଆସିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ବୋରେବେଲ ପାଇପ ଏବଂ ଅନ୍ୟାନ୍ୟ ଜିନିଷ ଏହି ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ଟ୍ରକ ଭାରସାମ୍ୟ ହରାଇବା ହେତୁ ଏଥିରେ ବସିଥିବା ଶ୍ରମିକ ଲୁହା ପାଇପ ତଳେ ଦବି ଯାଇଥିଲେ। ଯାହା ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଦୁର୍ଘଟଣାରେ ଆହତ ଅନ୍ୟ ଶ୍ରମିକ ଚିକିତ୍ସିତ ହେଉଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
Also Read: ରାସ୍ତରେ ଓଲଟିପଡ଼ିଲା ଖାଇବା ତେଲ ଟ୍ୟାଙ୍କର; ନେବାକୁ ମାଡ଼ି ଆସିଲେ ଲୋକେ
ଏହି ଦୁର୍ଘଟଣା ବାବଦରେ ଖବର ପାଇବା ମାତ୍ରେ ଜଲାଲଗଡ଼ ଏବଂ କସବା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣା ପରେ ରାଜପଥରେ ଲୋକ ଭିଡ଼ ଦେଖିବାକୁ ମିଳିଥିଲା। ଉଦ୍ଧାରକାରୀ ଦଳ ଲୁହା ପାଇପ ତଳେ ପୋତି ହୋଇଥିବା ଶବକୁ ବାହାର କରିଥିଲେ। ଏନେଇ କୁହାଯାଉଛି ଯେ ଟ୍ରକ ଡ୍ରାଇଭର ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।