Aadhaar Card Update: ଆଧାର କାର୍ଡ ଧାରକ (Aadhaar Cardholders) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଆଧାର ସମ୍ବନ୍ଧରେ ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି । ଯଦି ଆପଣ ଏହାକୁ ଅନୁସରଣ ନକରନ୍ତି ତେବେ ଆପଣଙ୍କୁ ଏକ ବଡ କ୍ଷତି ସହିବାକୁ ପଡ଼ିପାରେ । ଆପଣଙ୍କୁ କହି ରଖୁଛୁ ଯେ, ଆଜିର ସମୟରେ ଆଧାର କାର୍ଡ (Aadhaar Card) ସମସ୍ତଙ୍କ ପାଇଁ ଏକ ଜରୁରୀ ଦସ୍ତାବିଜ । ଏହାର ନମ୍ବର ବିନା ଆପଣ ବ୍ୟାଙ୍କ ଠାରୁ ଆରମ୍ଭ କରି ଘରର ପର୍ଯ୍ୟନ୍ତ କାମ କରିପାରିବେ ନାହିଁ । UIDAI କହିଛି ଯେ, ଆଧାର ଅପଡେଟ୍ ପାଇଁ ଯଦି କେହି ଆପଣଙ୍କ ଠାରୁ କୌଣସି ଚାର୍ଜ ମାଗନ୍ତି, ତେବେ ଏଥିପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

UIDAI ଟ୍ୱିଟ୍ କରି ସୂଚନା ଦେଇଛି ଯେ, ଯଦି କୌଣସି ଏଜେନ୍ସି କିମ୍ବା ବ୍ୟକ୍ତି  ଆଧାର ଅପଡେଟ୍ (Aadhaar Card Upadete) ପାଇଁ ଚାର୍ଜ ମାଗୁଛନ୍ତି, ତେବେ ଆପଣ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହି କାମ ପାଇଁ ଆପଣଙ୍କୁ କେବଳ ୧୯୪୭କୁ କଲ୍ କରିବାକୁ ପଡିବ । ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ତେଣୁ ଏହି କ୍ଷେତ୍ରରେ ଆପଣ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏହାସହ ଲିଙ୍କ୍ କରି ରଖିବା ଆବଶ୍ୟକ । ଏହାକୁ ବ୍ୟାଙ୍କରେ ଲିଙ୍କ୍ କରିବା ଉଚିତ, ଯାହା ଦ୍ୱାରା କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।


ଆୟକର ବିଭାଗ ମଧ୍ୟ ଏ ବିଷୟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଇନକମ ଟ୍ୟାକ୍ସ ଆକ୍ଟ, 1961 ଅନୁଯାୟୀ, ପାନ କାର୍ଡକୁ ଆଧାର କାର୍ଡ (Aadhaar Card) ସହିତ ଲିଙ୍କ୍ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୩ ଅଛି, ସମସ୍ତ ପାନ୍ କାର୍ଡ ଧାରକଙ୍କ ପାଇଁ ଯେଉଁମାନେ ରିହାତି ବର୍ଗରେ ଆସୁନାହାଁନ୍ତି । ଯଦି ପାନ (PAN) ଆଧାର ସହିତ ଲିଙ୍କ୍ ହୋଇ ନାହିଁ, ତେବେ ପାନ୍ (PAN) ନିଷ୍କ୍ରିୟ ହୋଇଯିବ ।


ଆପଣଙ୍କୁ କହି ରଖୁଛୁ ଯେ, ପାନକୁ ଆଧାର ସହିତ ଲିଙ୍କ୍ କରିବାର ତାରିଖ ପୂର୍ବରୁ ଅନେକ ଥର ବୃଦ୍ଧି କରାଯାଇଛି । ଏଥର ସରକାର ଏହାକୁ ଆଗକୁ ନେବା ସପକ୍ଷରେ ନାହାଁନ୍ତି, ତେଣୁ ଆପଣ ଯଥାଶୀଘ୍ର ଆଧାର ଓ ପାନକୁ ଲିଙ୍କ୍ କରିବା ଆବଶ୍ୟକ । ଏ ସମ୍ପର୍କରେ ସିବିଡିଟି ଦ୍ୱାରା ଅନେକ ଥର ଆଲର୍ଟ ମଧ୍ୟ ଜାରି କରାଯାଇଛି ।


ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ ମଝିରେ ଋଷଭ ପନ୍ତଙ୍କୁ ନେଇ ହେଲା ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ


ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI


ଅଧିକ ପଢ଼ନ୍ତୁ:-କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ? ଚର୍ଚ୍ଚାରେ ଏହି ୨ ଆସନ


 


ସିବିଡିଟି କହିଛି ଯେ, ଯଦି ଆପଣଙ୍କର ଆଧାର ପାନ୍ ସହିତ ଲିଙ୍କ୍ ହୋଇନାହିଁ, ତେବେ ଆପଣଙ୍କୁ ୧,000 ଟଙ୍କା ଜରିମାନା କରାଯିବ । ଏହା ସହିତ ସରକାର କହିଛନ୍ତି ଯେ,  ବିଳମ୍ବିତ ଶୁଳ୍କ ଲାଗୁ କରିବା ପରେ ମଧ୍ୟ ଆପଣ ଆପଣଙ୍କର ପାନକୁ ଆଧାର ସହିତ ସଂଯୋଗ କରିପାରିବେ ନାହିଁ । ସେପରି କୌଣସି ଅଫର କାହାକୁ ଦିଆଯିବ ନାହିଁ ।