Aadhaar Card Update: ଆଧାର  (Aadhaar Card) ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ଜାରି କରାଯାଇଛି । ଏହା  (Aadhaar Card) ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ୍ ଆଇଡି ସିଷ୍ଟମ ମନେ କରାଯାଏ । କାରଣ ଏହା ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତିର ବାୟୋମେଟ୍ରିକ୍ ଡାଟା (ଯେପରିକି ଫିଙ୍ଗର ପ୍ରିଣ୍ଟ ଓ ଆଇରିସ୍ ସ୍କାନ୍) ବ୍ୟବହାର କରେ, ଯାହା ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରିବ । ଯେପରିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମୋବାଇଲ୍ ଫୋନ୍ ସଂଯୋଗ, ଏବଂ ସରକାରୀ ସବସିଡିର ଲାଭ ଉଠାଇବା ।


COMMERCIAL BREAK
SCROLL TO CONTINUE READING

ସେପଟେ ଆପଣ ଆଧାର (Aadhaar Card) ରେ ଜନସଂଖ୍ୟା ବିବରଣୀ (ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ୍ ନମ୍ବର ଏବଂ ଇମେଲ୍ ID) ଏବଂ ବାୟୋମେଟ୍ରିକ୍ସ (ଫିଙ୍ଗର ପ୍ରିଣ୍ଟ, ଆଇରିସ୍ ଏବଂ ଫଟୋଗ୍ରାଫ୍) ଅପଡେଟ୍ କରିପାରିବେ । ଅନ୍ୟ ପଟେ, ଯଦି ଆପଣ ଆଧାର କାର୍ଡ (Aadhaar Card) ରେ ଆପଣଙ୍କର ଫଟୋ ପସନ୍ଦ ଆସୁ ନାହିଁ, ତେବେ ଆପଣ ଏହାକୁ ମଧ୍ୟ ପରିବର୍ତ୍ତନ କରିପାରିବେ । 



UIDAI ଅନୁଯାୟୀ, ଏଥିପାଇଁ ଆଧାର କାର୍ଡ ଧାରକଙ୍କୁ ତାଙ୍କ ନିକଟସ୍ଥ ଆଧାର ନାମଲେଖା କେନ୍ଦ୍ରକୁ ଯାଇ ଆଧାର କାର୍ଡ (Aadhaar Card) ଫଟୋ ଅପଡେଟ୍ କରିବା ପାଇଁ ଫଟୋ ପରିବର୍ତ୍ତନ ଫର୍ମ ମାଗିବାକୁ ପଡିବ । ଆଧାର ନାମଲେଖା କେନ୍ଦ୍ରରେ କର୍ମଚାରୀ ଫଟୋ ବଦଳାଇବା ପାଇଁ ଫି ଭାବରେ ୨୫ ଟଙ୍କା+ ଜିଏସଟି ମାଗିବେ । କହି ରଖୁଛୁ ଯେ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଥିବା ଆଧାର କାର୍ଡ ଆଜି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି । ଏହାର ୱେବସାଇଟରେ UIDAI ଆଧାର କାର୍ଡରେ ଅନ୍ୟାନ୍ୟ ପରିବର୍ତ୍ତନ କିମ୍ବା ଅପଡେଟ୍ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ରୂପରେଖା ପ୍ରସ୍ତୁତ କରିଛି ।


୧. ସର୍ବପ୍ରଥମେ ଆପଣଙ୍କୁ UIDAI ୱେବସାଇଟ୍ uidai.gov.in କୁ ଲଗ୍ ଇନ୍ କରିବାକୁ ହେବ ଏବଂ ଆଧାର ନାମଲେଖା ଫର୍ମ ଡାଉନଲୋଡ୍ କରିବାକୁ ପଡିବ ।


୨. ଏହି ଆଧାର ନାମଲେଖା ଫର୍ମ ପୂରଣ କରିବା ପରେ ଏହାକୁ ନିକଟସ୍ଥ ଆଧାର ନାମଲେଖା କେନ୍ଦ୍ରରେ ଦାଖଲ କରିବାକୁ ପଡିବ ।


୩. ବର୍ତ୍ତମାନ କର୍ମଚାରୀ ଆପଣଙ୍କର ବାୟୋମେଟ୍ରିକ୍ ବିବରଣୀ ଆଧାର ନାମଲେଖା କେନ୍ଦ୍ରରେ ନେବେ ।


୪. ବର୍ତ୍ତମାନ ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ଆପଣଙ୍କ ଫଟୋ ଉଠାଇବେ ।


୫. ବର୍ତ୍ତମାନ ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ୨୫ ଟଙ୍କା + ଜିଏସଟି ଫି ନେଇ ଆପଣଙ୍କ ଆଧାର କାର୍ଡରେ ଫଟୋ ଅପଡେଟ୍ କରିବେ ।


୬. ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ଆପଣଙ୍କୁ URN ସହିତ ଏକ ସ୍ଲିପ୍ ମଧ୍ୟ ଦେବେ ।


୭. ଏହି URN ବ୍ୟବହାର କରି ଆପଣ ଆପଣଙ୍କର ଆଧାର କାର୍ଡ ଫଟୋ ବଦଳିଛି କି ନାହିଁ ଯାଞ୍ଚ କରିପାରିବେ ।


୮. ଆଧାର କାର୍ଡ ଫଟୋ ଅପଡେଟ୍ ହେବା ପରେ UIDAI ୱେବସାଇଟରୁ ନୂଆ ଫଟୋ ସହିତ ଏକ ଅପଡେଟ୍ ଆଧାର କାର୍ଡ ଡାଉନଲୋଡ୍ ହୋଇପାରିବ ।


ଅଧିକ ପଢ଼ନ୍ତୁ-WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି


ଅଧିକ ପଢ଼ନ୍ତୁ-ଶନି ସୃଷ୍ଟି କଲେ 'ଶଶ ରାଜ ଯୋଗ', ୩୦ ମାସ ପର୍ଯ୍ୟନ୍ତ ୫ଟି ରାଶି ଉପରେ ବର୍ଷିବ ବମ୍ପର ଧନ!


ଅଧିକ ପଢ଼ନ୍ତୁ-୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?