DA Arrears: ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?
Advertisement

DA Arrears: ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?

DA Arrears: ବକେୟା ଭତ୍ତା ଦାବିରେ କର୍ମଚାରୀମାନେ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ସୁପ୍ରିମକୋର୍ଟ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି ଯେ ଏହା କର୍ମଚାରୀଙ୍କ ଅଧିକାର, ଏହା ଫ୍ରିଜ୍ ହୋଇପାରେ କିନ୍ତୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।

DA Arrears: ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?

7th pay commission DA Arrears: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ସମୟ ପରେ ୧୮ ମାସର ମହଙ୍ଗା ଭତ୍ତା ବକେୟା (DA Arrears) କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ମୋଦି ସରକାର (Modi Govt) ଖୁବ ଶୀଘ୍ର ୧୮ ମାସର ଡିଏ ବକେୟା (DA Arrears) ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଲୋକସଭାରେ ୧୮ ମାସର ଡିଏ ବକେୟା ସମ୍ପର୍କରେ ମଧ୍ୟ ସରକାର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର (Central Government) କହିଛନ୍ତି ଯେ କୋରୋନା ମହାମାରୀ ସମୟରେ କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତା (Dearness Allowance) ରୁ ସରକାର ୩୪,୪୦୨.୩୨ କୋଟି ଟଙ୍କା ଲାଭ କରିଛନ୍ତି । ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଶୀଘ୍ର DA ବକେୟା (DA Arrears) ଟଙ୍କା ପାଇପାରନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଏ ବକେୟା (DA Arrears) ସମ୍ପର୍କରେ କୌଣସି ସହମତି ହୋଇ ନାହିଁ । କିନ୍ତୁ ଆଶା କରାଯାଉଛି ଯେ ସରକାର ଖୁବ ଶୀଘ୍ର ୧୮ ମାସର ଡିଏ ବକେୟା ନିଷ୍ପତ୍ତି ନେଇପାରନ୍ତି । ସରକାର ତିନୋଟି କିସ୍ତି ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ । ଏହା ୨୦୨୧ ମସିହା ଜୁନ୍ ମାସରେ ପୁନ କାର୍ଯ୍ୟକାରୀ କରାଯାଇଥିଲା ।

fallback

ସମ୍ପ୍ରତି କେନ୍ଦ୍ର ସରକାର (Central Government) କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଛନ୍ତି । ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହା ପରେ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ଡିଏ ପାଉଛନ୍ତି । ଏହା ବ୍ୟତୀତ ଜୁଲାଇ ୨୦୨୩ରେ କର୍ମଚାରୀଙ୍କ DA ପୁନର୍ବାର ବୃଦ୍ଧି କରାଯିବ ।

ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଏହି ମହଙ୍ଗା ଭତ୍ତାରୁ ଲେଭଲ୍ -୧୩ ଅଧିକାରୀମାନେ ୧,୨୩,୧୦୦ରୁ ୨,୧୫,୯୦୦ ଟଙ୍କା ପାଇପାରନ୍ତି । ଲେଭଲ୍ -୧୪ (ପେ-ସ୍କେଲ୍) ପାଇଁ ଡିଏ ବକେୟା ୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିବ । ଯଦି ଏହା ଘଟେ ତେବେ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ । ଆପଣଙ୍କୁ କହି ରଖୁଛୁ ଯେ, ଡିଏ ବକେୟା ଟଙ୍କା କର୍ମଚାରୀମାନଙ୍କୁ ସେମାନଙ୍କ ବେତନ ବ୍ୟାଣ୍ଡ ଆଧାରରେ ଦିଆଯାଏ । କେନ୍ଦ୍ରୀୟ କର୍ମଚାରୀଙ୍କ କ୍ରମାଗତ ଦାବି ଅଛି ଯେ ଏହା ସେମାନଙ୍କର ଅଧିକାର, ସେମାନଙ୍କ ଟଙ୍କାକୁ ଅଟକାଇବା ଉଚିତ୍ ନୁହେଁ । ବକେୟା ଭତ୍ତା ଦାବିରେ କର୍ମଚାରୀମାନେ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ସୁପ୍ରିମକୋର୍ଟ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି ଯେ ଏହା କର୍ମଚାରୀଙ୍କ ଅଧିକାର, ଏହା ଫ୍ରିଜ୍ ହୋଇପାରେ କିନ୍ତୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।