Sambalpur News In Odia: ଡ୍ୟୁଟିରେ ଖିଲାପ କଲେ ଖାକି ବାବୁ(police officer )! ଆଉ ସେହି ଖିଲାପର ଫାଇଦା ଉଠାଇଲା ଅଭିଯୁକ୍ତ(Accused) । ପୋଲିସ ବାବୁ ଚା' ପିଉଥିବା(drinking tea) ବେଳେ ଚକମା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ (Accused ran away from custody) । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ (Sambalpur Naktideul Police Station)।  ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ୍ ଅଭିଯୁକ୍ତକୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । କିନ୍ତୁ ଏ-ପର୍ଯ୍ୟନ୍ତ ଅଭିଯୁକ୍ତକୁ କାବୁ କରିପାରି ନାହିଁ ପୋଲିସ୍ । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,ଗତ ୧୦ ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳରୁ ଚୋରୀ  ହୋଇଥିଲା। ଏନେଇ ନାକଟିଦେଉଳ ଥାନାରେ  (Sambalpur Naktideul Police Station) ଚୋରୀ ଅଭିଯୋଗ ହୋଇଥିଲା । ପରେ,ପୋଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏନେଇ ଶୁକ୍ରବାର( ଗତକାଲି) ନାକଟିଦେଉଳ ଥାନାର କିଛି ପୋଲିସ କର୍ମଚାରୀ ବୌଦ୍ଧକୁ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ। କିନ୍ତୁ ପୋଲିସ୍ କର୍ମଚାରୀ ମାନେ ଆଜି ସକାଳ ସମୟରେ  ଚା' ପିଇବାକୁ  ଗୋଧିଢିପ ଛକ ନିକଟକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣକ ଥାନାରୁ ଚମ୍ପଟ ମାରିଥିଲା। ଥାନାକୁ ଫେରି ଦେଖିବା ପରେ , ଜେଲରେ ଅଭିଯୁକ୍ତ ଜଣକ ନ ଥିଲା ।  ଅଭିଯୁକ୍ତ ଜଣକ ଚମ୍ପଟ ମାରିବା ଦେଖି ପୋଲିସ୍ କର୍ମଚାରୀ ମାନେ ମଧ୍ୟ ତାକୁ ଧରିବା ପାଇଁ ତା ପଛରେ ଗୋଡାଇ ଥିଲେ । ଏପରିକି ତାକୁ ଧରିବା ପାଇଁ ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌ । ଏପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରି ନଥିବା ଜଣାପଡିଛି । ତେବେ, ଏଠି ପ୍ରଶ୍ନ ଉଠୁଛି ଯେ,ଅଭିଯୁକ୍ତ ଜଣକ ଥାନା ମଧ୍ୟରେ ଏତେ କଡା ସୁରକ୍ଷା ବଳୟ ମଧ୍ୟରୁ ଫେରାର ହେଲା କିପରି ? ଅଭିଯୁକ୍ତ ଜଣକ ଫେରାର ହେବା ପଛରେ ଥାନା ଅଧିକାରୀଙ୍କ ହାତ ଅଛି କି? ନାଁ ଆଉ କାହାର ହାତ ରହିଛି । 


Also Read: Sundar Pichai Net Worth: ଏତେ କୋଟିର ମାଲିକ Google CEO ସୁନ୍ଦର ପିଚାଇ, ସମ୍ପତ୍ତିରେ ପଛରେ ପଡିଯିବେ କ୍ରିକେଟର ଓ ବଲିଉଡ଼ ଷ୍ଟାର !


Also Read: Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, କଟିବ ଶନିଦଶା,ହେବ ଟଙ୍କାର ବର୍ଷା!


ନିକଟରେ ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ବଡବିଲରେ । ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଜଣେ ଯୁବକ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୋଲିସ ହେପାଜତରୁ ଚମ୍ପଟ ମାରିଛି। ଅଭିଯୁକ୍ତକୁ କୋର୍ଟଚାଲାଣ କରିବା ପୂର୍ବରୁ ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଛି। ସୂଚନା ଅନୁଯାୟୀ, ଗତ ମାର୍ଚ୍ଚରେ ବଡ଼ବିଲ ଥାନା ଅନ୍ତର୍ଗତ କାସିଆ-କ ଗ୍ରାମର ଯୁବକ ଜୁନୁନ ସିଦୁ (୨୦)। ସେହି ଗ୍ରାମର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଗାଁ ମୁଖିଆ ଘଟଣାର ଆପୋସ ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏନେଇ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ପରିବାର ଲୋକେ  ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୬୮/୨୩, ଦଫା ୩୭୬, ୧୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବଂ ପୋଲିସ ଅଭିଯୁକ୍ତ ଜୁନୁନକୁ ଗିରଫ କରିଥିଲା। ତାକୁ କୋର୍ଟଚାଲାଣ କରାଯିବାର ଥିଲା। ଏଥିପାଇଁ ପୋଲିସ ଜୁନୁନକୁ ଡାକ୍ତରୀ ମାଇନା ପାଇଁ ବଡ଼ବିଲ ଡାକ୍ତରଖାନା ନେଇଥିଲା। ଡାକ୍ତରୀ ମାଇନା ପୂର୍ବରୁ ଅଭିଯୁକ୍ତ ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଛି। ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।