Urvashi Car Accident: ଗତବର୍ଷ ଡିସେମ୍ବର ମାସରେ ବେଶ ଚର୍ଚ୍ଚାରେ ଥିଲା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଗ୍ରସ୍ତ ଖବର । ଉତ୍ତରାଖଣ୍ଡ ରୁରକିରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଲିଗାମେଣ୍ଟ ସର୍ଜରୀ ପାଇଁ ତାଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି । ହେଲେ ଏବେ ଅଭିନେତ୍ରୀ ଉର୍ବଶୀଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ବିଷୟରେ କହିବା, ତେବେ ଉର୍ବଶୀ ଢୋଲକିଆଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ । ଏହି ସମୟରେ ଉର୍ବଶୀ ଢୋଲକିଆଙ୍କ ବିଷୟରେ ଏକ ବଡ ଖବର ଆସୁଛି ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀ ଢୋଲକିଆଙ୍କ କାର ମୁମ୍ବାଇରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯଦିଓ ଉର୍ବଶୀ ଢୋଲକିଆ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇନାହାଁନ୍ତି। ତଥାପି ତାଙ୍କ କାର୍ ଦୁର୍ଘଟଣା ନେଇ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏଠାରେ କହିରଖୁଛୁ ଯେ, ଅଭିନେତ୍ରୀ ତଥା ମଡେଲ ଉର୍ବଶୀ ଢୋଲକିଆ (Actress Urvashi Dholakia)ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଟିଭି ସୋ ବିଗ ବସ ୬ ତମ ସଂସ୍କରଣର ବିଜେତା । 


ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଉର୍ବଶୀ ଢୋଲକିଆଙ୍କର (Urvashi Dholakia) ଏହି କାର୍ ଦୁର୍ଘଟଣା ଶନିବାର ଦିନ ଘଟିଛି। ପ୍ରକୃତରେ ଉର୍ବଶୀ ଢୋଲକିଆ ଶୋ’ର ସୁଟିଂ ପାଇଁ ତାଙ୍କ କାରରେ ବସି ମୁମ୍ବାଇର ମିରା ରୋଡ୍ ଫିଲ୍ମ ଷ୍ଟୁଡିଓ ଆଡକୁ ଯାଉଥିଲେ। ତା’ପରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ପଛରୁ ଆସି କାଶିମିରା ଅଞ୍ଚଳରେ ଉର୍ବଶୀ ଢୋଲକିଆଙ୍କ କାରକୁ ଧକ୍କା ଦେଇଥିଲା। ତେବେ ଉର୍ବଶୀ ଢୋଲକିଆ ଏବଂ ତାଙ୍କ କର୍ମଚାରୀମାନେ ଏହି ଦୁର୍ଘଟଣାରେ ସାମାନ୍ୟ ରୂପେ ଆହତ ପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ କାର୍ କୁ ଧକ୍କା ଦେଇଥିବା ଗାଡ଼ି ଏକ ସ୍କୁଲ ବସ୍(School Bus) ହୋଇଥିବାରୁ ସେ କୌଣସି ମାମଲା ଦାୟର କରିବେ ନାହିଁ। 


ତେବେ ସଡ଼କ ଦୁର୍ଘଟଣାରେ ଉର୍ବଶୀ ଢୋଲକିଆଙ୍କ ଗୁରୁତର ଆଘାତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ସୂତ୍ରରୁ ପ୍ରକାଶ ଯେ, ଉର୍ବଶୀ ଢୋଲକିଆଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଉର୍ବଶୀ ଢୋଲକିଆଙ୍କ ଦୁର୍ଘଟଣାର ଖବର ଶୁଣି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୁପରଷ୍ଟାର ସଲମାନ ଖାନଙ୍କ ରିଆଲିଟି ବିଗ୍ ବସ୍ ସିଜନ୍ (Bigg Boss 6) ୬ ର ବିଜେତା ହୋଇଥିବା ଉର୍ବଶୀ ଢୋଲକିଆ ଟେଲିଭିଜନ ଦୁନିଆର ଏକ ଜଣାଶୁଣା ଚେହେରା । ସେ ଅନେକ ସିରିଏଲରେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।


Also Read: Vinod Kambli: ଫସିବେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି,ପତ୍ନୀ ଆଣିଲେ ଭୟଙ୍କର ଅଭିଯୋଗ


Also Read:  Kiara and Sidharth Wedding: ଜାଣନ୍ତୁ ସିଦ୍ଧାର୍ଥ କିୟାରଙ୍କ ଗ୍ରାଣ୍ତ ଓ୍ବେଡିଂରେ ଖର୍ଚ୍ଚ ହେଉଛି କେତେ କୋଟି ?