Indian Navy: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ୧୯୮୫ ମସିହା ଜୁଲାଇ ୧ ତାରିଖରେ ନୌସେନାରେ ଯୋଗ ଦେଇଥିଲେ । ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ସହିତ ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ଦିନେଶ କୁମାର । ଇଲେକ୍ଟ୍ରିକ ଯୁଦ୍ଧ ବିଶେଷଜ୍ଞ, ସିଗନାଲ କମ୍ୟୁନିକେସନ୍ ଅଫିସର, ଇଲେକ୍ଟ୍ରୋନିକ୍ ୱାରଫେୟାର ଅଫିସର, ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସର ମୁମ୍ବାଇର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ ଦକ୍ଷତା ହାସଲ କରିବା ପରେ ପଦୋନ୍ନତୀ ପରେ ପଦୋନ୍ନତୀ ପାଇ ଶେଷରେ ନୌସେନାର ସର୍ବୋଚ୍ଚ ଅଧିକାରୀ ହୋଇଛନ୍ତି ସେ । ଆଜି ନୂଆ ଦାୟିତ୍ୱ ନେବା ପୂର୍ବରୁ ପ୍ରଥମେ ନିଜ ଜନ୍ମଦାତ୍ରୀ ମାଆଙ୍କ ଆଶୀର୍ବାଦ ନେଇଥିଲେ ଦିନେଶ । ଦିନେଶ କୁମାର ରିୱା ସୈନିକ ସ୍କୁଲ୍‌ ଏବଂ ନ୍ୟାସ୍‌ନାଲ୍ ଡିଫେନ୍ସ ଆକାଡେମୀରେ ନିଜର ଶିକ୍ଷା ସମାପ୍ତ କରିଥିଲେ ।


Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ


Also Read- Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ