Election 2024: ଏବେ ସୁଦ୍ଧା ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଜୁନ୍ ପହିଲା ବା ୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବା ପୂର୍ବରୁ ଆସିଛି ଏଡିଆର ରିପୋର୍ଟ । ଯାହାକୁ ନେଇ ସାରା ରାଜ୍ୟ ଚକିତ୍ ହେବା ସାର।  ତେବେ ୧୪୭ ବିଧାନସଭାର ସିଟ୍ ପାଇଁ ମୈଦାନରେ ଅଛନ୍ତି ୧୨୮୫ ପ୍ରାର୍ଥୀ । ସେଥିମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସହିତ ସ୍ୱାଧୀନ ପ୍ରାର୍ଥୀ ବି ରହିଛନ୍ତି । ଆଉ ଏହି ୧୨୮୫ ଜଣଙ୍କୁ ନେଇ ଆସିଛି ଏଡିଆର ରିପୋର୍ଟ । ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ପ୍ରତିଶତ ଅର୍ଥାତ୍ ୪୧୨ ଜଣ କୋଟିପତି ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ୪୧୨ ଜଣଙ୍କ ମଧ୍ୟରେ ଦିଲ୍ଲୀପ ରାୟ(Dillip Ray) ସର୍ବାଧିକ ଧନୀ ତାଲିକାର ଟପ୍ ୱାନରେ ରହିଛନ୍ତି। ତାଙ୍କ ପାଖରେ ମୋଟ ସମ୍ପତ୍ତି ୩୧୩ କୋଟି ୫୩ ଲକ୍ଷ ରହିଛି । ସେହିପରି ତାଲିକାର ଦ୍ୱିତୀୟରେ ରହିଛନ୍ତି ସନା ମହାକୁଡ଼। ସମ୍ପତ୍ତି ୨୨୭ କୋଟି ୬୭ ଲକ୍ଷ ସେହିପରି ତାଲିକାର ତୃତୀୟରେ ରହିଛନ୍ତି ବସ୍ତା ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ଯାହାଙ୍କ ପାଖେ ରହିଛି ୧୩୫ କୋଟିର ସମ୍ପତ୍ତି। ସେହିପରି ୩୪୮ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ୩୪୮ ଜଣଙ୍କ ମଧ୍ୟରେ ୪ ଜଣ ଏପରି ପ୍ରାର୍ଥୀ ଅଛନ୍ତି ଯାହାଙ୍କ ନାଁରେ ଦୁଷ୍କର୍ମ ମାମଲା ରହିଛି। ସେହିପରି ୧୦ ଜଣଙ୍କ ନାଁରେ ହତ୍ୟା ମାମଲା, ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ପରି ସଙ୍ଗୀନ ଅଭିଯୋଗ ରହିଛି। 




ଯଦି କହିବା ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଥିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଛିଡା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଥିଲା ADR ଓ ଓଡ଼ିଶା ଇଲେକ୍ସନ ୱାଚ । ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬ପ୍ରତିଶତ ଙ୍କ ନାମରେ ରହିଥିଲା ଅପରାଧିକ ମାମଲା ।



୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ଥିବାବେଳେ କେନ୍ଦୁଝର ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । କେବଳ ସମ୍ପତ୍ତି ନୁହେଁ ବରଂ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ତୃତୀୟ ପର୍ଯ୍ୟାୟର ଏଡିଆର ରିପୋର୍ଟରେ ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନଥିବା ଦର୍ଶାଯାଇଥିଲା । ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ କରିଥିବା ନେଇ ସତ୍ୟପାଠ ଦାଖଲ କରିଥିବା ବେଳେ ୩୨ ଜଣ ଅଷ୍ଟମ ପାସ, ୪୯ ଜଣ ଦଶମ, ୮୬ ଜଣ ସ୍ନାତକ, ୬ ଜଣ ଡକ୍ଟରେଟ୍ କରିଛନ୍ତି ।


Also Read: Gutkha-Pan Masala Ban: ବନ୍ଦ ହେଲା ପାନ ମସଲା-ଗୁଟଖା, ନିୟମ ଭାଙ୍ଗିଲେ ଜରିମାନା


Also Read: EPFO Rules: ଚିକିତ୍ସା ପାଇଁ EPFO ରୁ କେତେ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ କଣ କହୁଛି ନିୟମ