Afghanistan Currency Value: ଆର୍ଥିକ ସଂକଟ ବେଳେ ତାଲିବାନ ଶାସିତ ଆଫଗାନିସ୍ତାନ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ତାଲିବାନ ଶାସିତ ଆଫଗାନୀ ମୁଦ୍ରା ଚଳିତ ଆଫଗାନିସ୍ତାନ ତ୍ରୈମାସରେ ବିଶ୍ୱର ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭାବରେ ଉଭା ହୋଇଛି। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ତଥ୍ୟ ମାଧ୍ୟମରେ ଏକଥା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଆଫଗାନୀ ମୁଦ୍ରାର ମୂଲ୍ୟରେ ୯ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟତଃ ମାନବିକ ସହାୟତାରେ କୋଟି କୋଟି ଡଲାର ମୂଲ୍ୟ ପ୍ରବାହ ଏବଂ ପଡ଼ୋଶୀ ଏସୀୟ ଦେଶଙ୍କ ସହିତ ବାଣିଜ୍ୟ ବୃଦ୍ଧି ହେତୁ ଆଫଗାନୀ ମୁଦ୍ରା ପ୍ରଭାବିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୨ ବର୍ଷ ପୂର୍ବେ କ୍ଷମତା ଦଖଲ କରିବା ପର ଠାରୁ ତାଲିବାନ ସରକାର (Taliban Govt Afghanistan) ଆଫଗାନୀ ମୁଦ୍ରାକୁ (Afghanistan Currency) ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ମଧ୍ୟରେ ସ୍ଥାନୀୟ କାରବାରରେ ଡଲାର (United States Dollar) ଏବଂ ପାକିସ୍ତାନୀ ଟଙ୍କା (Pakistani Rupee) ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଆମେରିକୀୟ ଡଲାର ଦେଶ ବାହାରକୁ ଯିବା ଉପରେ କଠୋର ପ୍ରତିବନ୍ଧକ ଲଗାଇବା ଅନ୍ତର୍ଭୂକ୍ତ ରହିଛି।


ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି ଯେ ତାଲିବାନ ସରକାର ଅନଲାଇନ୍ କାରବାରକୁ (Online Transactions in Afghanistan) ମଧ୍ୟ ଅପରାଧ ବୋଲି ଘୋଷଣା କରିଛନ୍ତି। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ମଧ୍ୟ ଜେଲଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି। ହେଲେ ଏହା ସତ୍ତ୍ୱେ ଆଫଗାନିସ୍ତାନ ଏକ ଦାରିଦ୍ର୍ୟର (Poverty Rate in Afghanistan) ଶିକାର ହୋଇଥିବା ଦେଶ ହୋଇ ରହିଛି। ଏକ ବର୍ଷ ମଧ୍ୟରେ ଆଫଗାନୀ ମୁଦ୍ରାର ମୂଲ୍ୟର (Afghanistan Currency Value) ୧୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ, କଲମ୍ବିଆ ଏବଂ ଶ୍ରୀଲଙ୍କା ମୁଦ୍ରାକୁ (Colombian and Sri Lankan currencies) ଛାଡି ସମଗ୍ର ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। 


ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାରୁ ବିଚ୍ଛିନ୍ନ ରହିଛି ଆଫଗାନିସ୍ତାନ
ଆନ୍ତର୍ଜାତୀୟ ପ୍ରତିବନ୍ଧକ ହେତୁ ଆଫଗାନିସ୍ତାନ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାରୁ (Afghanistan in Global Market System) ପ୍ରାୟତଃ ବିଚ୍ଛିନ୍ନ ହୋଇରହିଛି। ଦେଶରେ ବେରୋଜଗାରୀ (Unemployment in Afghanistan) ବଢିବା ସହ ପ୍ରାୟ ଦୁଇ-ତୃତୀୟାଂଶ ପରିବାର ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରୁଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। କିଛି ଅର୍ଥନୈତିକ ଅସୁବିଧାକୁ ଦୂର କରିବା ପାଇଁ ଜାତିସଂଘ ଗତ ୨୦୨୧ ବର୍ଷ ଶେଷରୁ ଟଙ୍କା ପଠାଉଛି। ଅନ୍ତତଃ ୧୮ ମାସ ପାଇଁ ଗରିବ ଲୋକଙ୍କୁ ସହାୟତା କରିବାକୁ ଜାତିସଂଘ ମୋଟ ୪୦ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୩୩୨ କୋଟି ୯୪ ଲକ୍ଷ ୨୦ ହଜାର ଟଙ୍କା) ମୂଲ୍ୟର ସହୟତା ରାଶି ପଠାଇବ।


ବୈଦେଶିକ ମୁଦ୍ରା ବିନିମୟର ମୁଖ୍ୟ ମାଧ୍ୟମ ହେଉଛି "ସର୍ରାଫ"
ଆଫଗାନିସ୍ତାନରେ ବୈଦେଶିକ ମୁଦ୍ରା ବିନିମୟ ଲାଗି ବୈଦେଶିକ ମୁଦ୍ରା ବିନିମୟର ମୁଖ୍ୟ ମାଧ୍ୟମ ପାଲଟିଛି। "ସର୍ରାଫ" (Sarraf of Afghanistan) ନାମରେ ଜଣାଶୁଣା ଟଙ୍କା ପରିବର୍ତ୍ତନକାରୀ (Money Exchange Dealers of Kabul), ଯେଉଁମାନେ ବଜାରରେ ଷ୍ଟଲ୍ ସ୍ଥାପନ କରନ୍ତି କିମ୍ବା ସହର ଅଥବା ଗ୍ରାମର ଦୋକାନରୁ ସେମାନଙ୍କ ବ୍ୟବସାୟ ଚଳାନ୍ତି, ବର୍ତ୍ତମାନ ବିଦେଶୀ ମୁଦ୍ରା ବିନିମୟର (Foreign Currency Exchange in Afghanistan) ମୂଳ ମାଧ୍ୟମ ପାଲଟିଛନ୍ତି। ରାଜଧାନୀ କାବୁଲର ଖୋଲା ବଜାରରେ ( Kabul Market Afghanistan) ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ବିନିମୟ ହୋଇଥାଏ। ଯାହା ଦେଶର ଶହାଜଦା (Shahzada Exchange Market in Afghanistan) ନାମରେ ଜଣାଶୁଣା, ଯାହା ଦେଶର ଆର୍ଥିକ କେନ୍ଦ୍ର (Financial Center in Afghanistan) ଭାବରେ କାର୍ଯ୍ୟ କରିଥାଏ।


ଆର୍ଥିକ ପ୍ରତିବନ୍ଧକ ହେତୁ ଆଫଗାନିସ୍ତାନକୁ (Financial Sanctions on Afghanistan) ପଠାଯାଇଥିବା ପ୍ରାୟ ସମସ୍ତ ଟଙ୍କା ବର୍ତ୍ତମାନ ହାୱାଲା ଟଙ୍କା ସ୍ଥାନାନ୍ତର ବ୍ୟବସ୍ଥା (Hawala Money Transfer System in Afghanistan) ଉପରେ ନିର୍ଭର କରିଥାଏ। "ସର୍ରାଫ" କାରବାର ବହୁ ପରିମାଣରେ ଏହି ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ମିଳିତ ଜାତିସଂଘ ଆକଳନ କରିଛି ଯେ ଆଫଗାନିସ୍ତାନକୁ ଚଳିତ ବର୍ଷ ପ୍ରାୟ ୩.୨ ବିଲିୟନ ଡଲାର ମୂଲ୍ୟର ସହାୟତା ଆବଶ୍ୟକ। ହେଲେ ଆନ୍ତର୍ଜାତୀୟ ସଙ୍ଗଠନର ଆର୍ଥିକ ଯାଞ୍ଚ ଏଜେନ୍ସି ଅନୁଯାୟୀ କେବଳ ୧.୧ ବିଲିୟନ ଡ଼ଲାର ଯୋଗାଇ ଦିଆଯାଇଛି। ଗତ ବର୍ଷ ଆଫଗାନିସ୍ତାନରେ ପ୍ରାୟ ୪ କୋଟିରୁ ଉର୍ଦ୍ଧ୍ୱ ଲୋକ ଭୋକରେ ରହିଥିବାରୁ ଏହି ସଙ୍ଗଠନ ପ୍ରାୟ ୪ ବିଲିୟନ ଡଲାର ଖର୍ଚ୍ଚ କରିଥିଲା।