Wild Animals Scary Video: ପ୍ରାକୃତିକ ପରିବେଶରେ ବସବାସ କରୁଥିବା ଜଙ୍ଗଲୀ ଜୀବ ଜନ୍ତୁ ଦେଖିବାକୁ ଯେତିକି ଶାନ୍ତ ଏବଂ ସୁନ୍ଦର ସେମାନେ ସେତିକି ବିପଦଜ୍ଜନକ। ଯେତେବେଳେ ସେମାନେ କ୍ରୋଧିତ ହୋଇଉଠନ୍ତି ସେତେବେଳେ ସେମାନେ ସମାନ ଭାବରେ ଭୟାନକ ଏବଂ ଭୟଭୀତ ଦେଖାଯିବା ଆରମ୍ଭ କରିଥାନ୍ତି। ବନ୍ୟ ପ୍ରାଣୀ  ସହିତ ଜଡିତ ଏପରି ଅନେକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଛାଏ। ଯେଉଁଥିରେ ସେମାନଙ୍କର କ୍ରୋଧ ଦେଖିବାକୁ ମିଳିଥାଏ। ସେମାନଙ୍କ ନିଜର ଶିକାର ପାଇବା ପାଇଁ କେବଳ କିଛି ସେକେଣ୍ଡ ସମୟ ନେଇଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଆପଣ ନିଜେ କଳ୍ପନା କରନ୍ତୁ ଯେ, ଆପଣ ପାଣିରେ ମଜା କରୁଛନ୍ତି ଏବଂ ହଠାତ୍ ସେଠାରେ କୌଣସି ଭୋକିଲା ଜନ୍ତୁ ଆପଣଙ୍କୁ ଦେଖାଯାଏ, ତାହେଲେ ଆପଣଙ୍କ ଅବସ୍ଥା କ'ଣ ହେବ। ପାଣିରେ ଏଭଳି ଜନ୍ତୁଙ୍କୁ ଦେଖିବା ପରେ ଆପଣଙ୍କ ଅବସ୍ଥା ଖରାପ ହୋଇଯିବ। ସଦ୍ୟ ଆଫ୍ରିକା ମହାଦେଶରେ ଅବସ୍ଥିତ ଏକ ସ୍ଥାନରେ ଏଭଳି ଏକ ଚମକପ୍ରଦ ଭିଡିଓ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। 


ଆମେ ଆପଣଙ୍କୁ ଯେଉଁ ଭିଡ଼ିଓ ବିଷୟରେ କହୁଛି, ତାହା ଆଫ୍ରିକା ମହାଦେଶର ବୋଲି କୁହାଯାଉଛି। ଯେଉଁଠାରେ ପୋଖରୀରେ ଗାଧୋଇବା ସମୟରେ କିଛି ପିଲାଙ୍କ ସାମ୍ନାକୁ ହଠାତ୍ ଏକ ହିପୋପୋଟାମସ୍ ମାଡ଼ି ଆସୁଥିବାର ଦେଖିବାକୁ ମିଳିଛି। ଏହି ଜଙ୍ଗଲୀ ଜୀବକୁ ଦେଖିବା ଭୟଭୀତ ହୋଇଉଠିଥିବା ସେହି ପିଲା ନିଜର ଜୀବନ ରକ୍ଷା କରିବା ପାଇଁ ଦୌଡୁଥିବାର ଦେଖାଯାଉଛି। ଯଦିଓ ଏହି ଭିଡିଓ ପୁରୁଣା, ହେଲେ ଏହା ଲୋକ ଦୃଷ୍ଟି ଆକର୍ଷଣ କରିଛି। ଏହି ଭିଡ଼ିଓ ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଏହି ଭିଡିଓ ଦେଖିବା ନିଶ୍ଚିତ ଭାବରେ ଆପଣଙ୍କର ହୃଦସ୍ପନ୍ଦନ ମଧ୍ୟ ବଢିଯିବ। ଏଥିରେ ଏହା ଦେଖିବାକୁ ମିଳୁଛି ହଠାତ୍ ଏକ ବିରାଟ ହିପୋପୋଟାମସ୍ ପାଣି ଭିତରୁ ପିଲା ଆଡକୁ ଡେଇଁପଡୁଛି। ଯାହା ଦ୍ୱାରା ଏହି ହିପୋ ନିଜର ମୁହଁ ସାହାଯ୍ୟରେ ସେହି ପିଲାଙ୍କୁ ଧରିପାରିବ। ହେଲେ ବେଳ ଥାଉ ଥାଉ ପାଣିରେ ଗାଧୋଇଥିବା ସେହି ପିଲା ପାଣି ଭିତରୁ ବାହାରି ଆସୁଛନ୍ତି। ଏହା ପରେ ହିପୋପୋଟାମସ୍ ପାଣି ଭିତରେ ଗାଏବ ହୋଇଯାଉଛି।



ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଗତ ୨୦୨୧ ବର୍ଷର ବୋଲି କୁହାଯାଉଛି। ଏନେଇ ସାନବିଲ୍ଡ ଅଭୟାରଣ୍ୟ ପକ୍ଷରୁ ଏକ ଫେସବୁକ ପୋଷ୍ଟ କରାଯାଇଥିଲା। ଭିଡିଓ ସେୟାର କରି କ୍ୟାପସନ ଲେଖାଯାଇଛି ଯେ, "ସୌଭାଗ୍ୟବଶତ ଉଭୟ ହିପୋପୋଟାମସ୍ ଏବଂ ପାଣିରେ ଗାଧୋଉଥିବା ପିଲା ଭୟଭୀତ ହୋଇଯିବା ପରେ ବିପରୀତ ଦିଗ ଆଡକୁ ଦୌଡ଼ିଥିଲେ। ଯଦିଓ ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ହିପ୍ପୋ ଆଫ୍ରିକା ମହାଦେଶର ସବୁଠାରୁ ବିପଜ୍ଜନକ ପ୍ରାଣୀ ଭାବରେ ଗଣାଯାଏ। ଆଫ୍ରିକୀୟ ଦେଶ ଉଗାଣ୍ଡା ଠାରେ ଏକ ହାଇ ଗୋଟିଏ ଶିଶୁକୁ ଗିଳି ଦେବା ପରେ ନିଜର ମୁହଁରୁ ବାହାର କରି ଦେଇଥିଲା। ଯାହା ଦ୍ୱାରେ ସେହି ଶିଶୁ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥଲା। ପୁଣି ଥରେ ଏପରି ଏକ ଭିଡିଓ ଦେଖିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠିଛି।


ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଠାରେ ଏହି ଭିଡିଓ @TerrifyingNatur ନାମକ ଏକ ଟ୍ୱିଟର ଆକାଉଣ୍ଟ ପକ୍ଷରୁ ସେୟାର କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୧.୨ ମିଲିୟନ୍ ଲୋକ ଏହି ୧୨ ସେକେଣ୍ଡ ଅବଧି ଭିଡିଓ ଦେଖି ସାରିଥିବା ବେଳେ ୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଭିଡିଓ ଦେଖିଥିବା ସୋସିଆଲ ମିଡ଼ିଆ ୟୁଜର ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେବା ସହ ଏହାକୁ ଭୟାନକ ବୋଲି କହୁଛନ୍ତି |