Success Story: ଯଦି ମନରେ ଆଗକୁ ବଢିବାର ଇଚ୍ଛା ଥିବ ତେବେ କୌଣସି ଅସୁବିଧା ଆପଣଙ୍କୁ ରୋକି ପାରିବ ନାହିଁ । ଆପଣଙ୍କ ପରିଶ୍ରମ ହିଁ ଆପଣଙ୍କୁ ସଫଳତା (Success) ଆଡକୁ ଅଗ୍ରସର କରିବ । ବିହାର ନାଳନ୍ଦା ଅଞ୍ଚଳର ବିପିନ କୁମାର ନିଜ ଉଦ୍ୟମରେ ସଫଳତା ପାଇବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଥମେ ମେଡିକାଲର ପ୍ରତିନିଧି (Medical representative) ଭାବରେ ଏମଆର ଚାକିରୀ କରୁଥିଲେ ବିପିନ କିନ୍ତୁ ବୃତ୍ତିଗତ ଜୀବନରେ ସନ୍ତୁଷ୍ଟ ନଥିବା କାରଣରୁ ବିପିନ ଚାକିରୀ (job) ଛାଡିଦେଇଥିଲେ । ନିଜ ବନ୍ଧୁଙ୍କ ଠାରୁ ମାଛ ଚାଷ ଓ ଏହାର ଲାଭ ବିଷୟରେ ଜାଣିବାକୁ ପାଇଲେ । ପରେ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବା ସହ ସେ ଦିଗରେ କାର୍ଯ୍ୟ ଆରମ୍ଭ କଲେ । ବର୍ତ୍ତମାନ ବିପିନ ମାଛ ଚାଷରୁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଲାଭ ପାଉଛନ୍ତି । କେବଳ ସେତିକି ନୁହେଁ ସେ ସ୍ଥାନୀୟ ଅଞ୍ଚଳର ୮ଜଣ ବ୍ୟକ୍ତିଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇପାରିଛନ୍ତି । ବିପିନଙ୍କ ଏପରି ନିଆରା ପ୍ରୟାସ ଓ ସଫଳତା ପାଇଁ ନାଳନ୍ଦା ତାଇମଚକ ଗାଁର ଲୋକମାନେ ମଧ୍ୟ ବିପିନଙ୍କୁ ପ୍ରଶଂସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ବିପିନ କହିଛନ୍ତି ଯେ, ତାଙ୍କର ସ୍ନାତକ ହାସଲ ପରେ ସେ ନିଜର ବାପାଙ୍କୁ କାର୍ଯ୍ୟରେ ସହାୟତା କରୁଥିଲେ । ବିପିନଙ୍କ ବାପା ଡାକ୍ତରୀ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବାରୁ ବିପିନ ମଧ୍ୟ ସେହି କାର୍ଯ୍ୟରେ ଯୋଗ ଦେଇଥିଲେ । ଦୁହେଁ ମିଳିତ ଭାବରେ କାର୍ଯ୍ୟ କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି (Financial status)ରେ ଉନ୍ନତି ହେବାରେ ଲାଗିଥିଲା । କିନ୍ତୁ ହଠାତ୍ ବିପିନଙ୍କ ବାପାଙ୍କ ମୃତ୍ୟୁ ହେବାରୁ ସେ ଖୁବ ଭାଙ୍ଗି ପଡିଥିଲେ । ସାନ ଭାଈକୁ ପାଠ ପଢାଇବା ସହିତ ପରିବାର ଚଳାଇବାର ବୋଝ ବିପିନଙ୍କ ଉପରେ ଥିଲା । ତାହା ବିପିନଙ୍କ ପାଇଁ ଖୁବ କଷ୍ଟସାଧ୍ୟ ହେଲା । ସାହାସର ସହିତ ବିପିନ ସବୁ ଅସୁବିଧାର ସାମ୍ନା କରିଥିଲେ । ଚାକିରୀ କରୁଥିବାବେଳେ ବିପିନଙ୍କ ଉପରେ ଅନେକ ଚାପ ମଧ୍ୟ ରହୁଥିଲା । ପରେ ସେ ଚାକିରୀ ଛାଡି ବ୍ୟବସାୟ (Business) କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୫ ମସିହାରେ ତିନି ଏକର ଜମିରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଛ ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ବିପିନ ମାଛ ଚାଷରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ବିପିନ ଏକଥା ମଧ୍ୟ କହିଛନ୍ତି ଯେ, ସେ ଏଲଡର୍ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ କମ୍ପାନୀ (Elder Pharmaceutical Limited Company)ରେ ୧୫ ବର୍ଷ କାମ କରିଛନ୍ତି ।


ବିପିନ୍ କୁମାର ନାଳନ୍ଦାର ଦ୍ୱିତୀୟ ପୁରାତନ ମାଛ ଚାଷୀ (Fish farmer) ବୋଲି କୁହାଯାଉଛି । ପୂର୍ବରୁ ସ୍ଥାନୀୟ ଅଞ୍ଚଳ ମୋହନପୁରରେ ଏକ ବଡ଼ ମାଛ ହ୍ୟାଚେରୀ ରହିଛି । ବିହାରର ଅନେକ ସ୍ଥାନ ସମେତ ରାଜ୍ୟ ବାହାର ଅଞ୍ଚଳର ମତ୍ସ୍ୟଜୀବୀମାନେ ବିପନଙ୍କ ହ୍ୟାଚେରୀରୁ ମାଛ କିଣିବାକୁ ଆସନ୍ତି । ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ମଧ୍ୟ ବିପନଙ୍କ ହ୍ୟାଚେରୀର ମାଛ ବିକ୍ରି ହେବାକୁ ଯାଇଥାଏ । ରୋହି ଭାକୁର ସମେତ ଆହୁରୀ ଅନେକ ପ୍ରଜାତିର ମାଛ ଚାଷ କରିଛନ୍ତି ବିପିନ । ମାଛ ଚାଷରେ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗର ୮ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ବିପିନ ।


Also Read- Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍


Also Read- Success Story: ଛାଡିଲେ କମ୍ପାନୀର ୧୨ହଜାର ଟଙ୍କିଆ ଚାକିରୀ, ଚାଷ କରି ଲାଭ କଲେ କୋଟିଏ