Airtel Recharge Plan: ଭାରତୀୟ ଏୟାରଟେଲ ନିଜ ପ୍ରିପେଡ୍ ପ୍ଲାନ୍ ଲିଷ୍ଟରେ ଏକ ନୂଆ ପ୍ଲାନ୍ ଅନ୍ତର୍ଭୁକ୍ତ କରିଛି । ଯାହାର ଦାମ ରହିଛି ମାତ୍ର ୨୭୯ । କମ୍ପାନୀ ଏହା ପୂର୍ବରୁ ଲମ୍ବା ବୈଧତାର ଏକ ପ୍ଲାନ୍ ଲଞ୍ଚ କରିଥିଲା ଯାହାର ଦାମ ରହିଥିଲା ୩୯୫ । ସେହିଭଳି ଏହି ନୂଆ ପ୍ଲାନରେ ଆପଣ ଦୀର୍ଘ ବୈଧତା ସହିତ କଲିଂ, ଡାଟା ଏବଂ SMSର ସୁବିଧା ମଧ୍ୟ ପାଇପାରିବେ । ଆପଣ ଏହି ପ୍ଲାନ ବିଷୟରେ ଏୟାରଟେଲ ୱେବସାଇଟ୍, ଏୟାରଟେଲ୍ ଥାଙ୍କ୍ ୟୁ ଆପ୍ ଏବଂ ଅନ୍ୟାନ୍ୟ ରିଚାର୍ଜ ୱେବସାଇଟ୍ ତଥା ଆପ୍ସରେ ତଥ୍ୟ ପାଇପାରିବେ ।


COMMERCIAL BREAK
SCROLL TO CONTINUE READING

ଏୟାରଟେଲର ନୂଆ ୨୭୯ ପ୍ରିପେଡ୍ ପ୍ଲାନ୍ ୪୫ ଦିନର ବୈଧ୍ୟତା ସହିତ ଆସିଥାଏ । ଆପଣ ଏହି ପ୍ଲାନରେ ଅନେକ ସୁବିଧା ପାଇପାରିବେ । ଯେପରିକି ଉଭୟ ଦେଶ ମଧ୍ୟରେ ଅସୀମିତ କଲିଂ, ୨ ଜିବି ହାଇ ସ୍ପିଡ୍ ଡାଟା ଏବଂ ୬୦୦ SMS । କେବଳ ଏତିକି ନୁହେଁ, ଏହି ପ୍ଲାନରେ ଆପଣ ଆପୋଲୋ 24x7 ସର୍କଲ୍ ସୁବିଧା, ମାଗଣା ହେଲୋ ଟ୍ୟୁନ୍ ଏବଂ ଏୟାରଟେଲ୍ ଥାଙ୍କ୍ ୟୁର ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ ।


ଏୟାରଟେଲ ନିକଟରେ ଆଉ ଏକ ପ୍ରିପେଡ୍ ପ୍ଲାନ ଆରମ୍ଭ କରିଛି, ଯାହା ଦୀର୍ଘସ୍ଥାୟୀ ଭାବେ ଆପଣ ବ୍ୟବହାର କରିପାରିବେ । ଏହି ପ୍ଲାନର ମୂଲ୍ୟ ୩୯୫ ଏବଂ ଏଥିରେ ଆପଣ ୭୦ ଦିନ ପର୍ଯ୍ୟନ୍ତ ବୈଧତା ପାଇପାରିବେ । ଏହାର ଅର୍ଥ ଆପଣ ୭୦ ଦିନ ପର୍ଯ୍ୟନ୍ତ ଏହି ସେବାର ଲାଭ ଉଠାଇପାରିବେ । ଆପଣ ଏହି ପ୍ଲାନରେ ଦେଶ ମଧ୍ୟରେ ଅସୀମିତ କଲିଂ ସେବା, ୬ ଜିବି ହାଇ ସ୍ପିଡ୍ ଡାଟା, ୬୦୦ ଏସ୍ଏମ୍ଏସ୍ ଏବଂ ଏୟାରଟେଲ ଥାଙ୍କ୍ ୟୁ ସେବା ରହିଛି ।


ଏୟାରଟେଲ ଆଡ୍-ଅନ୍ ପ୍ଲାନ୍
ଯଦି ଆପଣ ଏହି ପ୍ଲାନରେ ଥିବା ଡାଟା ସମ୍ପୂର୍ଣ୍ଣ ବ୍ୟବହାର କରିନିଅନ୍ତି ତେବେ କୌଣସି ସମସ୍ୟା ନାହିଁ । କାରଣ ମାତ୍ର ୧୯ ଚଙ୍କା ରିଚାର୍ଜ କରି ଆପଣ ଅଧିକ ଡାଟା ପାଇବାରେ ସକ୍ଷମ ହେବେ । ଆପଣ ନିଜ ଆବଶ୍ୟକତା ଅନୁଯାୟୀ ପୃଥକ ଭାବରେ ଡାଟା ରିଚାର୍ଜ କରିପାରିବେ । ଏଥିସହ ଏୟାରଟେଲର ଅନ୍ୟାନ୍ୟ ଅନେକ ପ୍ଲାନ ରହିଛି । ଯେପରି କି, ୩୦୧ ଟଙ୍କା ପ୍ଲାନ ଯେଉଁଥିରେ ଆପଣଙ୍କୁ ୫୦ଜିବି ଡାଟା ମିଳିବ । ଏଥିସହ ୩୯ ଟଙ୍କାର ରିଚାର୍ଜରେ ଆପଣ ଗୋଟିଏ ଦିନ  ପାଇଁ ଅସୀମିତ ଡାଟାର ଲାଭ ଉଠାଇପାରିବେ ।


Also Read- ଦିନକ ପାଇଁ ବଢିଲା ସକାଳୁଆ ସ୍କୁଲ୍, ଜାଣନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା


Also Read- Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ