Amarnath Yatra Death List 2023: ଚଳିତ ବର୍ଷ ଅମରନାଥ ଯାତ୍ରା ସମୟରେ ପ୍ରାଣ ହରାଇଲେଣି ମୋଟ ୩୦ ତୀର୍ଥଯାତ୍ରୀ। ଜୁଲାଇ ୧୭ ତାରିଖ ସୋମବାର ବାବା ବର୍ଫାନୀଙ୍କ ଧାମକୁ ଯିବା ବେଳେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ୨୦ ହଜାରରୁ ଅଧିକ ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଚଳିତ ବର୍ଷର ଅମରନାଥ ଯାତ୍ରାରେ ସମୁଦାୟ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଶାସନ କହିବା ଅନୁସାରେ ମଙ୍ଗଳବାର ସକାଳେ ୬୨୨୫ ଯାତ୍ରୀ ସୁରକ୍ଷା କନଭୟ ମଧ୍ୟରେ ଜାମୁ ଠାରୁ ଅମରନାଥ ଗୁମ୍ପା (Holy Amarnath Cave) ଅଭିମୁଖେ ଯାତ୍ରା ଆରମ୍ଭ କରିଛି କରିଥିଲେ। ସେମାନଙ୍କ ମଧ୍ୟରୁ ୨୫୧୧ ଜଣ ଯାତ୍ରୀ ଉତ୍ତର କାଶ୍ମୀର ବାଲଟାଲ ବେସ କ୍ୟାମ୍ପ (North Kashmir Baltal Base Camp) ଯାଇଥିବା ବେଳେ, ୩୭୧୪ ଜଣ ପହଲଗାମ ବେସ କ୍ୟାମ୍ପ (Pahalgam Base Camp Kashmir) ଯାଇଥିଲେ। ସୋମବାର ମୋଟ ୨ ଲକ୍ଷ ୫୦ ହଜାର ୨୭ ଜଣ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ କରିଛନ୍ତି।


Also Read: Amarnath Yatra 2023: ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଜାମୁ ଠାରେ ଉପଲବ୍ଧ ହେବ ଏହି ବିଶେଷ ସୁବିଧା


ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ୩୦ ତୀର୍ଥଯାତ୍ରୀ
ଗୋଟିଏ ପଟେ ଅମରନାଥ ଯାତ୍ରା ଜୋରସୋରରେ ଜାରି ରହିଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ଗତ ସୋମବାର ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ସୋମବାର ଯାତ୍ରା ସମୟରେ ପ୍ରାଣ ହରାଇଥିବା ୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବାର ଜଣାପଡ଼ିଛି। ସେହିପରି ତୃତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟ ନିର୍ଦ୍ଦିଷ୍ଟ କାରଣରୁ ହୋଇଥିବାର କହିଛନ୍ତି ଅଧିକାରୀ। ମୃତକଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶର, ଅନ୍ୟ ଜଣେ ରାଜସ୍ଥାନର ଏବଂ ଅନ୍ୟ ଜଣଙ୍କ ମଧ୍ୟ ପ୍ରଦେଶର ରହିଥିବା ଜଣାପଡ଼ିଛି।


୧୬ ଜୁଲାଇରେ ପ୍ରାଣ ହରାଇଥିଲେ ୨ ତୀର୍ଥଯାତ୍ରୀ 
ଅମରନାଥ ଯାତ୍ରାରେ ସାମିଲ ହେଉଥିବା ଯାତ୍ରୀ ପାରମ୍ପାରିକ ଭାବରେ ଦକ୍ଷିଣ କାଶ୍ମୀର ପହଲଗାମ ମାର୍ଗ (୪୩ କିଲୋମିଟର) କିମ୍ବା ଉତ୍ତର କାଶ୍ମୀର ବାଲଟାଲ୍ ଶିବିର ଠାରୁ ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ବାବା ବର୍ଫାନୀଙ୍କ ଗୁମ୍ଫା ମନ୍ଦିରରେ ପହଞ୍ଚିଥାନ୍ତି। ଯାହା ସମୁଦ୍ର ପତ୍ତନ ଠାରୁ ୩୮୮୮ ମିଟର ଉଚ୍ଚତାରେ ଥିବା ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୩ କିଲୋମିଟର ଲମ୍ବା ପାଦ ଚଲା ରାସ୍ତା ରହିଛି। ଚଳିତ ବର୍ଷ  ଅମରନାଥ ଯାତ୍ରା ମୋଟ ୬୨ ଦିନ ଆୟୋଜିତ ହେଉଛି। ଯାହା ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇସାରିଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ରକ୍ଷା ବନ୍ଧନ ପର୍ବ ସହିତ ଶେଷ ହେବ। ଏହାପୂର୍ବରୁ ରବିବାର  ଅମରନାଥ ଯାତ୍ରା ସମୟରେ ଆଉ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଥିଲା। ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅମରନାଥ ଗୁମ୍ଫା ମନ୍ଦିର ତଳେ ପଡ଼ିଯାଇଥିବା ପଥର ସଂଶ୍ପର୍ଷରେ ଆସିବାରୁ ଉର୍ମିଲାବେନ ମୋଦୀଙ୍କ (୫୩) ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ ଛତିଶଗଡ ବାସିନ୍ଦା ମେଘନାଥ (୬୫) ରବିବାର ମନ୍ଦିରକୁ ଯାଉଥିବା ପହଲଗାମ ରାସ୍ତାରେ ଚେତାଶୂନ୍ୟ ହୋଇପଡିଥିଲେ। 


Also Read: Amarnath Yatra 2023: ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କୁ ମିଳିବ ୨ ଉପହାର, ସହଜ ହେବ ବାବା ବର୍ଫାନୀଙ୍କ ଦର୍ଶନ


ପବିତ୍ର ଅମରନାଥ ଗୁମ୍ଫା (Holy Amarnath Cave) ହିମାଳୟ ପାର୍ବତ୍ୟାଞ୍ଚଳର (Himalaya Mountain Range) ମଧ୍ୟଭାଗରେ ସମୁଦ୍ର ପତ୍ତନ ଠାରୁ ୩୮୮୦ ମିଟର ଉଚ୍ଚରେ ଦକ୍ଷିଣ କାଶ୍ମୀର ଅଞ୍ଚଳରେ (South Kashmir Region) ଅବସ୍ଥିତ। ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ୬୨ ଦିନିଆ ତୀର୍ଥଯାତ୍ରା। ଏହି ପବିତ୍ର ଗୁମ୍ଫାରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀଙ୍କ ଲାଗି ଦୁଇଟି ମାର୍ଗ ରହିଛି। ଗୋଟିଏ ହେଉଛି ଅନନ୍ତନାଗ ଜିଲ୍ଲାରେ (Anantnag District) ଅବସ୍ଥିତ ୪୮ କିଲୋମିଟର ଲମ୍ବା ନୁନୱାନ-ପହଲଗାମ ମାର୍ଗ (Nunwan Pahalgam Route)। ଅନ୍ୟ ମାର୍ଗ ହେଉଛି ଗଣ୍ଡରବାଲ୍ ଜିଲ୍ଲାରେ (Ganderbal District) ଅବସ୍ଥିତ ୧୪ କିଲୋମିଟର ଲମ୍ବା ବାଲଟାଲ୍ ମାର୍ଗ (Baltal Route)। ହେଲେ ଏହି ରାସ୍ତା ତୀର୍ଥଯାତ୍ରୀଙ୍କ ଲାଗି କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ।