Amarnath Yatra 2023: ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଜାମୁ ଠାରେ ଉପଲବ୍ଧ ହେବ ଏହି ବିଶେଷ ସୁବିଧା
Advertisement
Article Detail0/zeeodisha/odisha1745028

Amarnath Yatra 2023: ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଜାମୁ ଠାରେ ଉପଲବ୍ଧ ହେବ ଏହି ବିଶେଷ ସୁବିଧା

AJHLA Discounts for Amarnath Pilgrims: ଚଳିତ ବର୍ଷ ଅମରନାଥ ଯାତ୍ରାରେ ସାମିଲ ହେଉଥିବା ତୀର୍ଥଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ରିହାତି ଘୋଷଣା କରିଛି ଅଲ୍ ଜାମୁ ହୋଟେଲ୍ ଏବଂ ଲଜ୍ ଆସୋସିଏସନ୍।

Amarnath Yatra 2023: ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଜାମୁ ଠାରେ ଉପଲବ୍ଧ ହେବ ଏହି ବିଶେଷ ସୁବିଧା

All Jammu Hotels and Lodges Association: ଚଳିତ ବର୍ଷ ଜୁନ ୩୦ ତାରିଖରୁ ଆରମ୍ଭ ହେଉଛି ବାବା ଅମରନାଥଙ୍କ ଯାତ୍ରା। ହେଲେ ଏହି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅମରନାଥ ଯାତ୍ରା ବେଳେ ଜାମୁ ଠାରେ ଅବସ୍ଥାନ କରୁଥିବା ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଅଗ୍ରୀମ ହୋଟେଲ ବୁକିଂ ଉପରେ ୩୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି ଅଲ ଜାମୁ ହୋଟେଲ୍ ଏବଂ ଲଜ୍ ଆସୋସିଏସନ୍। 

ଏନେଇ ଏଜେଏଚଏଲଏ ସଭାପତି ପୱନ ଗୁପ୍ତା କହିଛନ୍ତି ଯେ ଆମେ ସଦଭାବନା ରୂପେ ଅମରନାଥ ତୀର୍ଥଯାତ୍ରୀଙ୍କୁ (Amarnath Pilgrim 2023) ଅଗ୍ରୀମ ହୋଟେଲ ରୁମ୍ ବୁକ୍ କରିବା ଉପରେ ୩୦ ପ୍ରତିଶତ ରିହାତି (AJHLA Discounts for Amarnath Pilgrims) ଦେବାକୁ ନିଷ୍ପତ୍ତି ନେଇଛୁ। ଅମରନାଥ ଯାତ୍ରାରେ (Amarnath Yatra 2023) ସାମିଲ ହେଉଥିବା ତୀର୍ଥଯାତ୍ରୀଙ୍କୁ ସହଯୋଗ ଏବଂ ସହାୟତା ଯୋଗାଇବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ଅଲ୍ ଜାମୁ ହୋଟେଲ୍ ଏବଂ ଲଜ୍ ଆସୋସିଏସନ୍ (All Jammu Hotels and Lodges Association) ପକ୍ଷରୁ କୁହାଯାଇଛି।

ପବିତ୍ର ଅମରନାଥ ଗୁମ୍ଫା (Holy Amarnath Cave) ହିମାଳୟ ପାର୍ବତ୍ୟାଞ୍ଚଳର (Himalaya Mountain Range) ମଧ୍ୟଭାଗରେ ସମୁଦ୍ର ପତ୍ତନ ଠାରୁ ୩୮୮୦ ମିଟର ଉଚ୍ଚରେ ଦକ୍ଷିଣ କାଶ୍ମୀର ଅଞ୍ଚଳରେ (South KashmiR Region) ଅବସ୍ଥିତ। ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ୬୨ ଦିନିଆ ତୀର୍ଥଯାତ୍ରା। ଏହି ପବିତ୍ର ଗୁମ୍ଫାରେ ପହଞ୍ଚିବା ପାଇଁ ତୀର୍ଥଯାତ୍ରୀଙ୍କ ଲାଗି ଦୁଇଟି ମାର୍ଗ ରହିଛି। ଗୋଟିଏ ହେଉଛି ଅନନ୍ତନାଗ ଜିଲ୍ଲାରେ (Anantnag District) ଅବସ୍ଥିତ ୪୮ କିଲୋମିଟର ଲମ୍ବା ନୁନୱାନ-ପହଲଗାମ ମାର୍ଗ (Nunwan Pahalgam Route)। ଅନ୍ୟ ମାର୍ଗ ହେଉଛି ଗଣ୍ଡରବାଲ୍ ଜିଲ୍ଲାରେ (Ganderbal District) ଅବସ୍ଥିତ ୧୪ କିଲୋମିଟର ଲମ୍ବା ବାଲଟାଲ୍ ମାର୍ଗ (Baltal Route)। ହେଲେ ଏହି ରାସ୍ତା ତୀର୍ଥଯାତ୍ରୀଙ୍କ ଲାଗି କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ।

Also Read: Amarnath Yatra 2023: ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କୁ ମିଳିବ ୨ ଉପହାର, ସହଜ ହେବ ବାବା ବର୍ଫାନୀଙ୍କ ଦର୍ଶନ

ଚଳିତ ବର୍ଷ ଅମରନାଥ ଯାତ୍ରାରେ ସାମିଲ ହେଉଥିବା ଯାତ୍ରୀଙ୍କ ପ୍ରଥମ ବ୍ୟାଚ ଆସନ୍ତା ଜୁନ୍ ୩୦ ତାରିଖରୁ ଜାମୁ ଠାରୁ ଯାତ୍ରା ଆରମ୍ଭ କରିବ। ଏଜେଏଚଏଲଏ ସଭାପତି ଆଶାବାଦୀ ଯେ ଏଥର ତୀର୍ଥଯାତ୍ରୀ ବହୁ ସଂଖ୍ୟାରେ ତୀର୍ଥଯାତ୍ରା କରିବେ। ଏହି ରିହାତି ହୋଟେଲ ଏବଂ ପରିବହନ ଶିଳ୍ପ ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଅନ୍ୟପଟେ ଜାମୁ କାଶ୍ମୀର ସରକାର (Jammu Kashmir Govt) ଅମରନାଥ ଯାତ୍ରୀଙ୍କୁ ପୂର୍ବରୁ ଏକ ବଡ ଉପହାର ଦେଇଛନ୍ତି। ଜାମୁ-ଶ୍ରୀନଗର ଜାତୀୟ ରାଜପଥରେ ମଜିନ ଅଞ୍ଚଳରେ ଶ୍ରୀଅମରନାଥ ତୀର୍ଥ ବୋର୍ଡ (Amarnath Shrine Board) ଦ୍ୱାରା ଅମରନାଥ ଯାତ୍ରୀ ନିବାସ (Amarnath Yatri Niwas Jammu) ଏବଂ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (Disaster Management Center) ନିର୍ମାଣ କରାଯାଉଛି। 

Also Read: Amarnath Yatra 2023: ଏଭଳି ଲୋକଙ୍କ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା? ଜାଣନ୍ତୁ ସଦ୍ୟତମ ଖବର

ଅମରନାଥ ଯାତ୍ରୀ ନିବାସରେ ଉପଲବ୍ଧ ହେବ ଏହି ସୁବିଧା

ରିପୋର୍ଟ ଅନୁଯାୟୀ ଅମରନାଥ ଯାତ୍ରୀ ନିବାସ ପ୍ରାୟ ୧.୮୭ ଏକର ଅଞ୍ଚଳରେ ବିସ୍ତାର ହେବ। ଏହି ଯାତ୍ରୀ ନିବାସରେ ୫୪ ରୁମ୍, ୧୮ ଛାତ୍ରାବାସ ଏବଂ ବହୁ ସ୍ତରୀୟ କାର୍ ପାର୍କିଂ ରହିବ। ଏହା ସହିତ ଏକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଅମରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଅନେକ ବଡ ପଦକ୍ଷେପ ନେଉଛନ୍ତି। ଏଭଳି ପରିସ୍ଥିତିରେ, ଯେତେବେଳେ ଯାତ୍ରୀ ନିବାସ ନିର୍ମାଣ ହେବା ପରେ ଏହା ଯାତ୍ରୀଙ୍କୁ ବହୁତ ସୁବିଧା ଯୋଗାଇବ।