Sun Surrounded by Mysterious Rainbow: ଶୁକ୍ରବାର ଉତ୍ତର ପ୍ରଦେଶ ପ୍ରୟାଗରାଜ ସହରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ। ସୂର୍ଯ୍ୟ ଚାରିପଟେରେ ଏକ ରହସ୍ୟମୟ ଇନ୍ଦ୍ରଧନୁ ଘୂରି ବୁଲୁଥିବାର ଏକ ଅନନ୍ୟ କିନ୍ତୁ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏଭଳି ଏକ ବିରଳ ଘଟଣା, ସୂର୍ଯ୍ୟ ମଣ୍ଡଳ କିମ୍ବା ୨୨ ଡିଗ୍ରୀ Sun Halo, ପ୍ରାୟ ୨୨ ଡିଗ୍ରୀ ବ୍ୟାସାର୍ଦ୍ଧରେ ସୂର୍ଯ୍ୟ କିମ୍ବା ଚନ୍ଦ୍ରକୁ ଘେରି ରହିଥିବା ଇନ୍ଦ୍ରଧନୁ ପରି ଦେଖାଯାଏ। ଏଭଳି ବିରଳ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଅନେକ ଲୋକ ନିଜ କ୍ୟାମେରା ଯୋଗେ ଏଭଳି ଜ୍ୟୋତିର୍ବିଜ୍ଞାନ ଘଟଣାକୁ କଏଦ କରିଥିଲେ। ବର୍ଷା ଋତୁରେ ଇନ୍ଦ୍ରଧନୁ ଦୃଶ୍ୟମାନ ହେବା ଏକ ସାଧାରଣ ଘଟଣା। ହେଲେ ଏବେ ଯେଉଁ ଇନ୍ଦ୍ରଧନୁ ଯାହା ଦ୍ୱାରା ସୂର୍ଯ୍ୟ ଘେରି ହୋଇଯାଇଥିଲା, ତାହା କିଛି ଅଲଗା ରହିଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରୟାଗରାଜ ସହରରେ (Prayagraj City) ଏଭଳି ଏକ ଅସାଧାରଣ ଘଟଣା ଆକାଶରେ ଦେଖାଯିବା ମାତ୍ରେ ଟ୍ୱିଟର ୟୁଜର ଏହାର ଫଟୋ ଭିଡ଼ିଓ ଟ୍ୱିଟ କରିଥିଲେ। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟର ଫଟୋ ଏବଂ ଭିଡିଓ ସେୟାର କରିଥିଲେ।


ଶୁକ୍ରବାର ପ୍ରୟାଗରାଜ ସହରର ଆକାଶରେ ଦୃଶ୍ୟମାନ ହୋଇଥିବା ଘଟଣା ସମ୍ପର୍କରେ ଅନେକ ସୋସିଆଲ ମିଡ଼ିଆ ୟୁଜର (Social Media User) ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଜଣେ ୟୁଜର ଲେଖିଛନ୍ତି ଯେ, ପ୍ରକୃତି ହେଉଛି ସର୍ବୋତ୍ତମ କଳାକାର। ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ, ଆଜି ପ୍ରୟାଗରାଜ ଆକାଶରେ ସୂର୍ଯ୍ୟ ଚାରିପାଖରେ ଇନ୍ଦ୍ରଧନୁ (Sun Covered by Rainbow) ବଳୟ ଦୃଶ୍ୟମାନ ହୋଇଛି।


ଯଦି ଏ ପର୍ଯ୍ୟନ୍ତ ଆପଣ ଭାବୁଛନ୍ତି ଯେ ପ୍ରକୃତରେ ଏହି ଘଟଣା କ'ଣ? ତାହେଲେ ଆମେ ଆପଣଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଦେଉଛୁ। ଶୁକ୍ରବାର ପ୍ରୟାଗରାଜ ସହରରେ ସୂର୍ଯ୍ୟ (Sun) ଚାରିପଟେ ଦେଖାଯାଉଥିବା ଆକର୍ଷଣୀୟ ରଙ୍ଗ ରହିଥିବା ବଳୟକୁ (Flashy Rings) ସୂର୍ଯ୍ୟମଣ୍ଡଳ (Sun Halo) କୁହାଯାଏ।


କ'ଣ ଏହି ସୂର୍ଯ୍ୟମଣ୍ଡଳ? 
ସୂର୍ଯ୍ୟ ମଣ୍ଡଳ ହେଉଛି ୨୨ ଡିଗ୍ରୀ ବଳୟ। ଯାହା ଆଲୋକର ବିଚ୍ଛେଦ ହେତୁ ଦୃଶ୍ୟମାନ ହୋଇଥାଏ। ଧଳା ଆଲୋକ ଉପର ସ୍ତରରେ ରହିଥିବା ମେଘ ବାଦଲରେ (Cirrus Clouds) ମିଳୁଥିବା ଅନନ୍ୟ  ଷୋହଳ କୋଣ ରହିଥିବା ବରଫ (Hexagonal Snow) ସ୍ଫଟିକ (Hexagonal Snow Crystal) ଦେଇ ଯାଇଥାଏ। ଯାହା ବଳୟରେ ରଙ୍ଗ ସୃଷ୍ଟି କରିଥାଏ। ଯେତେବେଳେ ସୂର୍ଯ୍ୟକିରଣ (Sunshine) ଏହି ସ୍ଫଟିକ ମଧ୍ୟରେ ପ୍ରବେଶ କରେ, ସେତେବେଳେ ଏହା ବଙ୍କା ହୋଇଯାଏ କିମ୍ବା ପ୍ରତିଫଳିତ ହୋଇଥାଏ। ପୂର୍ବରୁ ବେଙ୍ଗାଲୁରୁ, କେରଳ ଏବଂ ରାମେଶ୍ୱରମ ଅଞ୍ଚଳରେ ମଧ୍ୟ ସୌର ମଣ୍ଡଳ ଅର୍ଥାତ ସୂର୍ଯ୍ୟ ଚାରିପାଖରେ ବଳୟ ଦେଖାଯିବାର ଘଟଣା ସାମ୍ନାକୁ ଆସିସାରିଛି।