Discount on iPhone 13 on Great Republic Day Sale: ଆଇଫୋନ ୧୩ କ୍ରୟ କରିବା ପାଇଁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର। ଇ ସପିଂ ସାଇଟ ଆମାଜନ ପକ୍ଷରୁ ହୋଇଥିବା ଗ୍ରେଟ୍ ରିପବ୍ଲିକ୍ ଡେ ସେଲ ୨୦୨୪ ଆପଣଙ୍କୁ ଶସ୍ତା ମୂଲ୍ୟରେ ଆଇଫୋନ ୧୩ କ୍ରୟ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଉଛି। ଆମାଜନ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଜାନୁଆରୀ ୧୨-୧୩ ମଧ୍ୟ ରାତ୍ରୀରୁ ଏବଂ ଆସନ୍ତାକାଲି ମଧ୍ୟାହ୍ନ ୧୨:୦୦ ପର ଠାରୁ ଆରମ୍ଭ ହେବାକୁ ଯାଉଥିବା ଆମାଜନ ଗ୍ରେଟ୍ ରିପବ୍ଲିକ୍ ଡେ ସେଲ ଅଧିନରେ ଆଇଫୋନ୍ ୧୩ ଏକ ଭଲ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସହିତ ସମାନ ମୂଲ୍ୟରେ କ୍ରୟ କରାଯାଇ ପାରିବ। ଆଇଫୋନ୍ ୧୩ ମଡେଲ ଆମାଜନ ଗ୍ରେଟ୍ ରିପବ୍ଲିକ୍ ଡେ ସେଲ ଅଧିନରେ ୫୦ ହଜାରରୁ କମ ମୂଲ୍ୟରେ କ୍ରୟ କରାଯାଇ ପାରିବ। ଏ ସମ୍ପର୍କରେ ଜାଣିବା ପରେ, ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ ଯେ ଆପଣ କିପରି ଏତେ ଶସ୍ତା ମୂଲ୍ୟରେ ଆଇଫୋନ ୧୩ କ୍ରୟ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଆଇଫୋନ ୧୩ କ୍ରୟରେ କିପରି ପାଇବେ ରିହାତି
ଗ୍ରେଟ୍ ରିପବ୍ଲିକ୍ ଡେ ସେଲ ୨୦୨୪ ଆମାଜନ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଜାନୁଆରୀ ୧୨-୧୩ ମଧ୍ୟ ରାତ୍ରୀରୁ ଲାଇଭ ହେବ। ଯଦି ଆପଣଙ୍କର ଏକ ଆମାଜନ ପ୍ରାଇମ ଆକାଉଣ୍ଟ ରହିଛି ତାହେଲେ ଆପଣ ଏହାକୁ ଶୁକ୍ରବାର-ଶନିବାର ରାତ୍ରୀରୁ କିଣି ପାରିବେ। ଏହି ସେଲ ଅଧିନରେ ଆଇଫୋନ୧୩ ମୂଲ୍ୟ ମାତ୍ର ୪୮,୯୯୯ ଟଙ୍କା ରହିବ। ଆଇଫୋନ୍ ୧୩ ମଡେଲ କ୍ରୟ ଉପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୧୦୦୦ ଟଙ୍କାର ରିହାତି ମଧ୍ୟ ପ୍ରଦାନ କରାଯିବ। ଯେଉଁଥିପାଇଁ ଆପଣଙ୍କୁ ସର୍ବପ୍ରଥମେ  ସପିଂ ସାଇଟ ଆମାଜନ ପରିଦର୍ଶନ କରି ସେଲ୍ ଆଲର୍ଟ ବିକଳ୍ପ ଟର୍ନ୍ ଅନ୍ କରି Notify Me Click କରିବାକୁ ହେବ। ସେଲ୍ ଲାଇଭ୍ ହେବା ମାତ୍ରେ, ଆପଣ  ଆଇଫୋନ୧୩ ବିକ୍ରୟ ମୂଲ୍ୟ ରାତି ୧୨:୦୦ ସମୟରୁ ଦେଖିବା ଆରମ୍ଭ କରିବେ। ଯାହା ପରେ ଆପଣ ଏହାକୁ ଅନ ଲାଇନ ଅର୍ଡର କରିପାରିବେ। ଯଦି ଆପଣ ଆମାଜନ ଗ୍ରେଟ୍ ରିପବ୍ଲିକ୍ ଡେ ସେଲ ଅଧିନରେ ଆଇଫୋନ୧୩ କ୍ରୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଡ ସହିତ କରନ୍ତି, ତେବେ ଆପଣ ତତକ୍ଷଣାତ୍ ୧୦ ପ୍ରତିଶତ ରିହାତି ମଧ୍ୟ ପାଇପାରିବେ।


ଆଇଫୋନ୍ ୧୩ ମଡେଲ ବୈଶିଷ୍ଟ୍ୟ ଏବଂ ବିଶେଷତା ସମ୍ପର୍କରେ ଜାଣନ୍ତୁ 
ଆଜିର ସମୟରେ ଯଦି କେହି କୌଣସି ସ୍ଥାନକୁ ଯାଆନ୍ତି, ତାହେଲେ ସେ ଫଟୋ କ୍ଲିକ୍ କରନ୍ତି କିମ୍ବାର ଭିଡିଓ ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ନିଜ ବନ୍ଧୁଙ୍କ ସହିତ ଅଂଶୀଦାର କରିଥାନ୍ତି। ଏଭଳି ପରିସ୍ଥିତିରେ ଫଟୋ ଏବଂ ଭିଡିଓ ଭଲ ଗୁଣରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଆଇଫୋନ୍ ୧୩ ମଡେଲ ବୈଶିଷ୍ଟ୍ୟ ପଛରେ ଅନ୍ୟ ବ୍ରାଣ୍ଡ ପଡ଼ିଯିବେ। ଆଇଫୋନ୍ ୧୩ ଏକ Super Retina XDR Display ସହ ସଜ୍ଜିତ ହୋଇଛି। ଯାହା ଆପଣଙ୍କର ଭିଜୁଆଲ୍ ଅଭିଜ୍ଞତାକୁ ସମୃଦ୍ଧ କରିଥାଏ। ଏହାର ଉନ୍ନତ ଡୁଆଲ୍ ଭିଡିଓ କ୍ୟାମେରା ସାହାଯ୍ୟରେ, ଆପଣ ଚମତ୍କାର ଭିଜୁଆଲ୍ ରେକର୍ଡ କରିପାରିବେ। ଏହି ଫୋନ ସୁପରଫାଷ୍ଟ ସ୍ପୀଡ୍ ରେ ଚାର୍ଜ ହୋଇଥାଏ। ଏହାର ବ୍ୟାଟେରୀ ବ୍ୟାକଅପ୍ ମଧ୍ୟ ବହୁତ ଭଲ। A15 ବାୟୋନିକ୍ ଚିପ୍ ସହିତ ଏହି ଆଇଫୋନ୍ ସେରାମିକ୍ ଶିଲ୍ଡ ସହିତ ଏକ ସ୍ଥାୟୀ ଡିଜାଇନ୍ ରେ ଆସୁଛି। 


(ସତର୍କତା: ଏହି ଖବରରେ ଦିଆଯାଇଥିବା ଅଫର, ରିହାତି ଏବଂ ଉତ୍ପାଦ ସହିତ ଜଡି଼ତ ସୂଚନା ଏବଂ ତଥ୍ୟ ଇ-ସପିଂ ସାଇଟ ଆମାଜନ ପାଖରୁ ନିଆଯାଇଛି। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)