Odisha Govt Holidays In March: ମାର୍ଚ୍ଚରେ ଏତିକି ଦିନ ଛୁଟି ପାଇବେ ସରକାରୀ କର୍ମଚାରୀ, ଦେଖନ୍ତୁ ତାଲିକା
Odisha Govt Holidays In March: ଦିନକ ପରେ ଶେଷ ହୋଇଯିବ ଫେବୃଆରୀ ମାସ। ଆଉ ଆଗକୁ ଆସୁଛି ମାର୍ଚ୍ଚ ମାସ। ତେବେ, ମାର୍ଚ୍ଚ ମାସରେ ସରକାରୀ କର୍ମଚାରୀ ଅଧିକ ଛୁଟି ପାଇବେ ବୋଲି ଓଡି଼ଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କ୍ୟାଲେଣ୍ତରରେ ଉଲ୍ଲେଖ ରହିଛି। ତେବେ,ଆସନ୍ତୁ ଜାଣିବା ଆସନ୍ତା ମାସ(ମାର୍ଚ୍ଚ) ରେ ସରକାରୀ କର୍ମଚାରୀ କେତେ ଦିନ ଛୁଟି ପାଇବେ?
Odisha Govt Holidays In March: ଦିନକ ପରେ ଶେଷ ହୋଇଯିବ ଫେବୃଆରୀ ମାସ। ଆଉ ଆଗକୁ ଆସୁଛି ମାର୍ଚ୍ଚ ମାସ। ତେବେ, ମାର୍ଚ୍ଚ ମାସରେ ସରକାରୀ କର୍ମଚାରୀ ଅଧିକ ଛୁଟି ପାଇବେ ବୋଲି ଓଡି଼ଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କ୍ୟାଲେଣ୍ତରରେ ଉଲ୍ଲେଖ ରହିଛି। ତେବେ,ଆସନ୍ତୁ ଜାଣିବା ଆସନ୍ତା ମାସ(ମାର୍ଚ୍ଚ) ରେ ସରକାରୀ କର୍ମଚାରୀ କେତେ ଦିନ ଛୁଟି ପାଇବେ?
ALSO READ: Odisha News: ରାଜ୍ୟରେ ଏଇଠି ମିଳୁଛି '୧ ଟଙ୍କାରେ ଟିଫିନ୍'
ସରକାରୀ କର୍ମଚାରୀ ପାଇବେ ଏତିକି ଦିନ୍ ଛୁଟି:
ମାର୍ଚ୍ଚ ମାସରେ ମୋଟ୍ ୩୧ ଦିନ ରହିଛି । ମାର୍ଚ୍ଚ ୫ ତାରିଖ ରବିବାର ପଡୁଥିବାରୁ ସମସ୍ତ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଛୁଟି ରହିବ। ଏବଂ ମାର୍ଚ୍ଚ ୫ ପଞ୍ଚାୟତରାଜ୍ ଦିବସ ସହ ୮ ତାରିଖ ମହାଶିବରାତ୍ରୀ ପଡୁଥିବାରୁ ସମସ୍ତ ସରକାରୀ କର୍ମଚାରୀ ଏହି ଦିନ ଛୁଟି ପାଇବେ। ସେହିପରି, ୧୦ ଓ ୧୭ ତାରିଖ ରବିବାର, ୨୪ ରବିବାର ,୨୫ ଦୋଳ ପୂର୍ଣ୍ଣିମା, ୨୬ରେ ହୋଲି ପଡୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ-କଲେଜ ଛୁଟି ରହିବ। ଅନ୍ୟପଟେ, ୨୯ରେ ଗୁଡ୍ ଫ୍ରାଇଡେ ଓ ୩୧ ରବିବାର ପଡୁଥିବାରୁ ଏହି ଦିନ ସମସ୍ତ ସ୍କୁଲ୍ କଲେଜ ସହ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି ଜଣାପଡି଼ଛି। ମୋଟ୍ ସରକାରୀ କର୍ମଚାରୀ ମାନେ ମାର୍ଚ୍ଚ ମାସରେ ମୋଟ୍ ୧୦ ଦିନ ଛୁଟି ପାଇବେ।
ଏତିକି ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍:
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି। ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାର୍ଯ୍ୟ ଅଛି, ତେବେ ଏହାକୁ ଜଲଦି ସାରି ଦିଅନ୍ତୁ । ନହେଲେ ଆଗକୁ ସମସ୍ୟାରେ ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଛୁଟି କେବେ ରହିବ ବ୍ୟାଙ୍କ ଛୁଟି । ମାର୍ଚ୍ଚରେ ଦେଶର ବିଭିନ୍ନ ପ୍ରାନ୍ତରେ ୧୪ ଦିନ ବ୍ୟାଙ୍କ ଛୁଟି ରହିବ । ୫ଟି ରବିବାରକୁ ବାଦ ଦେଲେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହ ଭିନ୍ନ ଭିନ୍ନ ସ୍ଥାନରେ ୭ ଦିନ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୧ ଅର୍ଥାତ୍ ଶୁକ୍ରବାର ଚାପଚର କୁଟ୍ ପାଇଁ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୩ ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ସେହିପରି ମାର୍ଚ୍ଚ ୮ ରେ ମହାଶିରାତ୍ରୀ, ମାର୍ଚ୍ଚ ୯ରେ ଦ୍ବିତୀୟ ଶନିବାର, ମାର୍ଚ୍ଚ ୧୦,୧୭, ୨୪ ଓ ୩୧ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମାର୍ଚ୍ଚ ୨୨ରେ ବିହାର ଦିବସ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ମାର୍ଚ୍ଚ ୨୩ ତାରିଖ ମାସର ଚତୁର୍ଥ ଶନିବାର, ମାର୍ଚ୍ଚ ୨୫, ଦୋଳ ଯାତ୍ରା, ୨୬ରେ ଓଡିଶା, ମଣିପୁର ଓ ବିହାରରେ ହୋଲି । ମାର୍ଚ୍ଚ ୨୭ରେ ବିହାରରେ ହୋଲି । ମାର୍ଚ୍ଚ ୨୯ରେ ଗୁଡ ଫ୍ରାଇଡ଼େ ଯୋଗୁଁ ବ୍ୟଙ୍କ ବନ୍ଦ ରହିବ ।