Virushka: ଗତକାଲିର ମ୍ୟାଚ୍ ରେଜଲ୍ଟ ପରେ କେବଳ ଯେ ଖେଳାଳି ଭାଙ୍ଗିପଡ଼ିଛନ୍ତି ତାହା ନୁହେଁ ପୂରା ଦେଶ ଭାଙ୍ଗିପଡ଼ିଛି । ଭାରତୀୟଙ୍କ ପାଇଁ କ୍ରିକେଟ ଏକ ଗେମ୍ ନୁହେଁ ବରଂ ଭଲପାଇବା ଓ ଇମୋସନ ବୋଲି ସମସ୍ତେ ଜାଣନ୍ତି । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ଟାଇଟଲ ହାତେଇ ନେଇଛି କଙ୍ଗାରୁ ବାହିନୀ । ହୋମ ଗ୍ରାଉଣ୍ଡରେ ଭାରତକୁ କନ୍ଦାଇଥିବା ଟିମ୍ ଅଷ୍ଟ୍ରେଲିଆ ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶେଷରେ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଥିଲା । ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ପ୍ରତିଟି ଭାରତୀୟଙ୍କ ମନରୁ ହସ ଛଡ଼ାଇନେଇଥିଲା। 


COMMERCIAL BREAK
SCROLL TO CONTINUE READING

ହାତରୁ ମ୍ୟାଚ ଚାଲିଯିବା ପରେ କେବଳ ଭାରତୀୟ ଫ୍ୟାନ୍ସ (Team India Fans) ତାହା ନୁହେଁ ବରଂ ସବୁ ତାରକା ମଧ୍ୟ କାନ୍ଦିପକାଇଥିଲେ । ମ୍ୟାଚ୍ ପାଇଁ ଏକାଠି ହୋଇଥିଲେ ବଲିଉଡର ବହୁ ଆଗଧାଡ଼ିର ନାୟକ ଓ ନାୟିକା । ଅଭିନେତ୍ରୀ ତଥା ଅନୁଷ୍କା ଶର୍ମା, ରୋହିତ ଶର୍ମାଙ୍କ ପତ୍ନୀ, କେଏଲ ରାହୁଲଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ସ୍ୱାମୀଙ୍କ ପ୍ରଦର୍ଶନକୁ ଚିୟର ଅପ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ହେଲେ ଏବେ ବେଶି ଭାଇରାଲ ହୋଇଛି କିଙ୍ଗ କୋହଲି (King Kohli) ଓ ଅନୁଷ୍କା ଶର୍ମାଙ୍କ(Anushka Sharma) ଆଲିଙ୍ଗନ ସମୟର ଫଟୋ । 


ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ହାରିବା ପରେ ଅନୁଷ୍କା ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ଉଭୟଙ୍କ ଦୁଃଖ ମୁହଁରେ ସ୍ପଷ୍ଟ ବାରି ହୋଇପଡୁଥିଲା । ତେବେ ଫ୍ୟାନ୍ସ ମାନେ ଏହି ଫଟୋ ଦେଖିବା ପରେ କିଙ୍ଗ କୋହଲିଙ୍କୁ ପ୍ରଂଶସା କରିବା ସହ କିଙ୍ଗ କ୍ରିକେଟକୁ ନେଇ ଭାରତକୁ ଖୁବ ଗୌରବାନ୍ୱିତ କରିଛନ୍ତି ବୋଲି କହିଛନ୍ତି। ଅନୁଷ୍କା ଶର୍ମାଙ୍କ ପରି ଆଥିଆ ଶେଟ୍ଟୀ ମଧ୍ୟ ଟିମ୍ ଇଣ୍ଡିଆ ଏବଂ ସ୍ୱାମୀ କେ.ଏଲ୍ ରାହୁଲଙ୍କୁ ସମର୍ଥନ କରିବାକୁ ଆସିଥିଲେ। ପରାଜୟ ପରେ ତାଙ୍କ ଚେହେରା ମଧ୍ୟ ନିରାଶାରେ ଭରିଯାଇଥିଲା। ସୋସିଆଲ ମିଡିଆରେ ଉଭୟ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଅଭିନେତ୍ରୀଙ୍କୁ ପରାଜୟ ପରେ ଦୁଃଖ କରୁଥିବା ଦେଖାଯାଇଛି।


ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ(India Australia Final Match)ମ୍ୟାଚ୍ ଖେଳାଯାଇଥିଲା। ଦୀପିକା ପାଦୁକୋନ, ରଣଭୀର ସିଂ, ଶାହରୁଖ ଖାନ, ଆୟୁଷ୍ମାନ ଖୁରାନା, ଉର୍ବଶୀ ରୌତେଲା ଆଦି ପହଞ୍ଚିଥିଲେ।


Also Read: Sidharth Agarwal Wedding:ଏହି ଓଲିଉଡ ଅଭିନେତ୍ରୀଙ୍କ ହାତ ଧରିବେ ସିଦ୍ଧାର୍ଥ, ଜାଣନ୍ତୁ ବିବାହ ତାରିଖ