Sidharth Agarwal Wedding:ଏହି ଓଲିଉଡ ଅଭିନେତ୍ରୀଙ୍କ ହାତ ଧରିବେ ସିଦ୍ଧାର୍ଥ, ଜାଣନ୍ତୁ ବିବାହ ତାରିଖ
Advertisement
Article Detail0/zeeodisha/odisha1969004

Sidharth Agarwal Wedding:ଏହି ଓଲିଉଡ ଅଭିନେତ୍ରୀଙ୍କ ହାତ ଧରିବେ ସିଦ୍ଧାର୍ଥ, ଜାଣନ୍ତୁ ବିବାହ ତାରିଖ

Sidharth Agarwal Wedding: କଣ୍ଠଶିଳ୍ପୀ ନମିତା ଅଗ୍ରଓ୍ବାଲ୍ (singer Namita Agarwal) । ଓଡି଼ଶାର ଘରେ ଘରେ ଏହି ନାଁଟି ପରିଚିତ।  ନମିତା ଅଗ୍ରଓ୍ବାଲ ନିଜ ଫ୍ୟାନ୍ସମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେବାକୁ ଯାଉଛନ୍ତି । ନମିତା ଅଗ୍ରଓ୍ବାଲଙ୍କ ବଡ଼ ପୁଅ  ସିଦ୍ଧାର୍ଥ ଅଗ୍ରୱାଲ ବିବାହ କରିବାକୁ ଯାଉଛନ୍ତି (Sidharth Agarwal Wedding)। 

Sidharth Agarwal Wedding:ଏହି ଓଲିଉଡ ଅଭିନେତ୍ରୀଙ୍କ ହାତ ଧରିବେ ସିଦ୍ଧାର୍ଥ, ଜାଣନ୍ତୁ ବିବାହ ତାରିଖ

Sidharth Agarwal Wedding: କଣ୍ଠଶିଳ୍ପୀ ନମିତା ଅଗ୍ରଓ୍ବାଲ୍ (singer Namita Agarwal) । ଓଡି଼ଶାର ଘରେ ଘରେ ଏହି ନାଁଟି ପରିଚିତ।  ନମିତା ଅଗ୍ରଓ୍ବାଲ ନିଜ ଫ୍ୟାନ୍ସମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେବାକୁ ଯାଉଛନ୍ତି । ଶାଶୂ ହେବାକୁ ଯାଉଛନ୍ତି ନମିତା ଅଗ୍ରଓ୍ବାଲ୍ , କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅର୍ଥାତ୍ ନମିତା ଅଗ୍ରଓ୍ବାଲଙ୍କ ବଡ଼ ପୁଅ  ସିଦ୍ଧାର୍ଥ ଅଗ୍ରୱାଲ ବିବାହ କରିବାକୁ ଯାଉଛନ୍ତି (Sidharth Agarwal Wedding)। ନମିତା ଅଗ୍ରୱାଲଙ୍କ (singer Namita Agarwal) ପୁଅ ତଥା ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଅଗ୍ରୱାଲ ହାତକୁ ଦି ହାତ ହେବାକୁ ଯାଉଛନ୍ତି। 

 

 
 
 
 

 
 
 
 
 
 
 
 
 
 
 

A post shared by Sidharth Agarwal (@the_sid_b)

ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ(Tamanna Vyas) ସେ ବିବାହ କରିବେ ବୋଲି ଜଣାପଡିଛି। ନିକଟରେ, ତମନ୍ନା ନିଜ ସୋସିଆଲ୍ ମିଡିଆ (ଇନଷ୍ଟାଗ୍ରାମ୍) ରେ  ପ୍ରି- ୱେଡିଂ ଭିଡିଓ (Pre Wedding video) ଓ ଫଟୋ ସେୟାର କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ବିବାହ ତାରିଖ ଧାର୍ଯ୍ୟ ହୋଇଛି। ଏନେଇ ନମିତାଙ୍କ ସ୍ବାମୀ ସୀତାରାମ ଅଗ୍ରୱାଲ ମଧ୍ୟ ପୁଅ ବାହାଘର ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେ ବିବାହ ପାଇଁ ତିନୋଟି ଭୋଜିର ମଧ୍ୟ ଆୟୋଜନ କରିଛନ୍ତି। ବିବାହ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ନମିତାଙ୍କ ପରିବାର ପକ୍ଷରୁ ବିବାହ ନେଇ କୌଣସି ବିଧିବଦ୍ଧ ଘୋଷଣା ଏ ଯାଏଁ କରାଯାଏ ନାହିଁ। 

ତେବେ, ଆମେ ଏଠାରେ ସୂଚନା ଦେବାକୁ ଚାହିଁବୁ ଯେ, ତମନ୍ନା ବ୍ୟାସ (Odia Actress Tamanna Vyas) ଓଲିଉଡ଼ ଇଣ୍ତଷ୍ଟ୍ରିର ଜଣେ ଆଗଧାଢିର ନାୟିକା। ସେ  'ଭାଇନା କ'ଣ କଲା ସେ', 'ନିଝୁମ ରାତିର ସାଥି', 'ପ୍ରେମ କୁମାର', 'ବ୍ଲାକମେଲ' ଓ 'ସୁପର ବୟ' ଭଳି ଫିଲ୍ମରେ ଅଭିନୟ କରିଛନ୍ତି | ସେହିପରି ତମନ୍ନାଙ୍କ ଜୀବନ ସାଥୀ ହେବାକୁ ଯାଉଥିବା  ସିଦ୍ଧାର୍ଥ ଅଗ୍ରୱାଲ ଏବେ ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଗୋଲଡ଼ ଓ ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳନା ଭାର ସମ୍ଭାଳୁଛନ୍ତି । ତେବେ, ଏହି ବିବାହରେ ଓଲିଉଡର ବହୁ ନାମୀଦାମୀ ତାରକା ଯୋଗ ଦେବେ ବୋଲି ଜଣାପଡିଛି।