Credit Card: ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ (Document) ଗୁଡିକ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଉପରେ ନିର୍ଭର କରିଥାଏ । କିନ୍ତୁ ସାଧାରଣତଃ ଆପଣ କେଉଁ ଡକ୍ୟୁମେଣ୍ଟ ଗୁଡ଼ିକୁ ପ୍ରସ୍ତୁତ ରଖିବା କଥା ସେ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବୁ । କ୍ରେଡିଟ୍ କାର୍ଡ ପାଇଁ ଆବଶ୍ୟକୀୟ ଡ୍ୟୁମେଣ୍ଟ ମଧ୍ୟରେ ଆଧାର କାର୍ଡ, ପାନ୍ କାର୍ଡ (Pan card), ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ (passport) କିମ୍ବା ଭୋଟର ଆଇଡି କାର୍ଡ ହୋଇପାରେ । ଆପଣଙ୍କ ସ୍ଥାୟୀ ଠିକଣା ପ୍ରମାଣ ହିସାବରେ ଆପଣଙ୍କୁ ଘରର ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍, ଆଧାର କାର୍ଡ (adhar card) କିମ୍ବା ଆପଣଙ୍କ ଆବାସିକ ଠିକଣାର ଅନ୍ୟାନ୍ୟ ଆଇନଗତ ଡକ୍ୟୁମେଣ୍ଟ୍ ଆବଶ୍ୟକ ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ଏହି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ଉଚିତ
ଆପଣ ଯଦି ସରକାରୀ କିମ୍ୱା ବେସରକାରୀ ଚାକିରୀ କରିଛନ୍ତି ତେବେ ଆପଣ ବାର୍ଷିକ ଆୟକର ରିଟର୍ଣ୍ଣ (Annual Income Tax Return) ମଧ୍ୟ ପ୍ରସ୍ତୁତ ରଖିବା ଉଚିତ୍ । ଯଦି ଆପଣଙ୍କର ନିଜର କୌଣସି ପ୍ରକାରର ବ୍ୟବସାୟ ରହିଛି ତେବେ ଆପଣ ଏହାକୁ ଆପଣଙ୍କର ଆର୍ଥିକ ସ୍ଥିତିର ପ୍ରମାଣପତ୍ର ଭାବରେ ଉପସ୍ଥାପନ କରିପାରିବେ । ଯଦି ଆପଣ ଚାକିରୀ କରିଛନ୍ତି ତେବେ କ୍ରେଡିଟ୍ କାର୍ଡ ପାଇଁ ଆପଣଙ୍କ ସାଲାରୀ ସ୍ଲିପ୍ ଆବଶ୍ୟକ ହୋଇପାରେ । ଯେତେବେଳେ ଆପଣ ଏକ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରୁଛନ୍ତି ସେତେବେଳେ ଆପଣଙ୍କ ନିକଟରେ ଏକ ପୂର୍ଣ୍ଣ ଆବେଦନ ଫର୍ମ ମଧ୍ୟ ରହିବା ଆବଶ୍ୟକ । କାରଣ ଉକ୍ତ ଫର୍ମରେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଏବଂ ଏକ କ୍ରେଡିଟ୍ କାର୍ଡ ପାଇଁ ଅଫିସିଆଲ୍ ରିକ୍ୟୁଏଷ୍ଟ ରହିଛି ।


କ୍ରେଡିଟ୍ କାର୍ଡ ପାଇଁ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଗୁଡିକ ମଧ୍ୟରେ ଆପଣଙ୍କୁ ପାସପୋର୍ଟ ସାଇଜ୍ ଫଟୋ ଦେବାକୁ ପଡିପାରେ । ନଚେତ୍ ଆପଣ ଅନଲାଇନରେ ଫଟୋ ଉଠାଇ ଦେଇପାରିବେ । କିଛି ବ୍ୟାଙ୍କ୍ ଆବଶ୍ୟକୀୟ ଡକ୍ୟୁମେଣ୍ଟ ହିସାବରେ ତିନିରୁ ଛଅ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ମାଗିଥାନ୍ତି । ଏହି ଡକ୍ୟୁମେଣ୍ଟ ଗୁଡିକ ଆପଣଙ୍କର ଆର୍ଥିକ କାରବାରର ଯାଞ୍ଚ କରିବାରେ ସାହାଯ୍ୟ କରେ । ଯଦି ଆପଣ ଚାକିରୀ କରିଛନ୍ତି, ତେବେ ଆପଣଙ୍କ କମ୍ପାନୀ କିମ୍ବା ନିଯୁକ୍ତିଦାତାଙ୍କ ଦ୍ୱାରା ଜାରି ହୋଇଥିବା ଫର୍ମ ୧୬କୁ ଆପଣ ପ୍ରସ୍ତୁତ କରିପାରିବେ । ଏଥିରେ ଆପଣଙ୍କର ଦେୟଯୁକ୍ତ ଟ୍ୟାକ୍ସ ଏବଂ TDS ରିହାତିର ପ୍ରମାଣ ରହିଥାଏ । ଏହା ବ୍ୟତୀତ ଯଦି ଆପଣଙ୍କୁ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବା ପାଇଁ ବାଧ୍ୟ କରାଯାଉଥାଏ ତେବେ ଆପଣ ସେ ବିଷୟରେ ଯାଞ୍ଚ କରିବା ଆବଶ୍ୟକ । କାରଣ ଆଜିକାଲି ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାରର ଠକାମୀ କରାଯାଉଥିବା ନଜରକୁ ଆସୁଛି ।


କ୍ରେଡିଟ୍ କାର୍ଡର ଲାଭ ଓ କ୍ଷତି
କ୍ରେଡିଟକାର୍ଡ ବ୍ୟବହାରକାରୀ ଓ ବ୍ୟାଙ୍କ ଅଧିକାରୀଙ୍କ ମତରେ ଯଦି ଆପଣ ଶୃଙ୍ଖଳିତ ଢଙ୍ଗରେ କ୍ରେଡିଟ୍ କାର୍ଡ (salary slip) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କୁ ଠିକ୍ ସମୟରେ ସାହାଯ୍ୟ କରିଥାଏ । ଏହି କାର୍ଡ ଆପଣଙ୍କ ପାଇଁ ଅନେକ ଲାଭଦାୟକ ଅଟେ । କିନ୍ତୁ ଯଦି ଆପଣ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥାଇ କ୍ରେଡିର୍ଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ । କାରଣ ଯଦି ଆପଣ ସଠିକ ସମୟରେ ଟଙ୍କା ଜମା କରିନପାରିବେ ତେବେ ଆପଣଙ୍କ ପାଇଁ ବଡ଼ ଫାଇନ୍ କିମ୍ୱା ଜରିମାନା ପଡିପାରେ । ସେଥିପାଇଁ ଭିନ୍ନ ଭିନ୍ନ ବ୍ୟାଙ୍କର ଭିନ୍ନ ଭିନ୍ନ ନିୟମ ରହିଛି । ତେଣୁ ଆପଣ ସବୁବେଳେ ସମୟସୀମା ପୂର୍ବରୁ ଏହାକୁ କ୍ଲିୟର କରିବା ଆବଶ୍ୟକ ।


Also Read- Jio air fiber: ବିନା କେବୁଲରେ ମିଳିବ 1Gbps ପର୍ଯ୍ୟନ୍ତ ସ୍ପିଡ ଓ 14 OTT ର ଆକ୍ସେସ


Also Read-  ଜାକଜମକରେ ଘରକୁ ଗଣପତିଙ୍କୁ ଆଣିଲେ ଶିଳ୍ପା ଶେଟ୍ଟୀ, ସ୍ୱାମୀ ରାଜ କୁନ୍ଦ୍ରା ହେଲେ ଟ୍ରୋଲ