Odisha News: କଳା, ବିଜ୍ଞାନ ଓ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ
କଟକ : ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରିଥିଲେ । ଏଠାକାର ଶ୍ରୁତି ହଲ୍ ପ୍ରାଙ୍ଗଣରେ ଆୟୋଜିତ ଏହି ପ୍ରଦର୍ଶନୀରେ ସେମାନେ ନିଜ ନିଜ କୃତି ପ୍ରଦର୍ଶନ କରିଥିବା ବେଳେ ବହୁ ବିରଳ ପ୍ରକଳ୍ପ ମାଧ୍ୟମରେ ନିଜ ଉଦ୍ଭାବନକୁ ରୂପ ଦେଇଥିଲେ । ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥ
Odisha News: କଟକ : ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରିଥିଲେ । ଏଠାକାର ଶ୍ରୁତି ହଲ୍ ପ୍ରାଙ୍ଗଣରେ ଆୟୋଜିତ ଏହି ପ୍ରଦର୍ଶନୀରେ ସେମାନେ ନିଜ ନିଜ କୃତି ପ୍ରଦର୍ଶନ କରିଥିବା ବେଳେ ବହୁ ବିରଳ ପ୍ରକଳ୍ପ ମାଧ୍ୟମରେ ନିଜ ଉଦ୍ଭାବନକୁ ରୂପ ଦେଇଥିଲେ । ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପକୁ ଦେଖିବାକୁ ଏବଂ ତାହା ସମ୍ପର୍କରେ ଜାଣିବାକୁ ବିଶ୍ୱବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ବେଶ୍ ଆଗ୍ରହୀ ଥିବା ପରିଲକ୍ଷିତ ହୋଇଥିଲା ।
ବିଶେଷକରି କୃଷି ଉତ୍ପାଦନରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ରୋବୋଟିକ୍ ଡ୍ରୋନ୍ ବିଦ୍ୟାର୍ଥୀମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପରିବହନରେ ବ୍ୟବହାର ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତାବିଶିଷ୍ଟ ଲଜିଷ୍ଟିକ୍ ଡ୍ରୋନ୍, ସ୍ମର୍ଫି ରୋବୋଟେକ୍ସ ଏବଂ ଅନ୍ୟ ଗ୍ୟାଜେଟ୍ ପ୍ରଦର୍ଶିତ ହୋଇଥିଲା । ଏଥିସହ ବିଶ୍ୱବିଦ୍ୟାଳୟରେ ବ୍ୟବହୃତ ପାଣିପାଗ କେନ୍ଦ୍ର ଏବଂ ଏହାଦ୍ୱାରା ଜଳ, ମୃତ୍ତିକା ଓ ବାୟୁର କିଭଳି ଶୁଦ୍ଧିକରଣ କରାଯାଉଛି, ତାହା ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇ ପରିଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା । ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ପ୍ରକଳ୍ପରେ ପ୍ରଦର୍ଶିତ ହୋଇଥିଲା ।
ଏହାଛଡ଼ା ନାଟ୍ୟଶାସ୍ତ୍ର ସାଙ୍ଗକୁ କୌଣସି ବିଷୟର ସୁପରିଚାଳନା ନିମନ୍ତେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଯେଉଁ ତତ୍ତ୍ୱଗୁଡ଼ିକ ଉପରେ ପର୍ଯ୍ୟବସିତ, ସେହି ତତ୍ତ୍ୱଗୁଡ଼ିକ ଯଥା: ସଦଗୁଣ, ପିଙ୍ଗଳିକ, ସଞ୍ଜୀବିକ, କରାଟକ, ଦମନକ, ମିତ୍ରଭେଦ ଇତ୍ୟାଦିକୁ ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶନ କରାଯିବା ସହ ବୁଝାଇ ମଧ୍ୟ ଦିଆାଉଥିଲା । କଳା, ଯୋଗାଯୋଗ ଏବଂ ଭାରତୀୟ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏହାର ଷ୍ଟଲରେ ମହାଭାରତୀୟ କଳା, ଅଙ୍କନ କଳା ଓ ସଂସ୍କୃତିକୁ ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା ।
ମଣିଷ ଶରୀରର ଅଭ୍ୟନ୍ତର ଓ ଏହାର ଉତ୍ତମ ବ୍ୟବହାର ସମ୍ପର୍କରେ ମଧ୍ୟ ବିଦ୍ୟାର୍ଥୀମାନେ ଆଗ୍ରହୀ ବ୍ୟକ୍ତିଙ୍କ ସନ୍ଦେହ ମୋଚନ କରୁଥିଲେ । ସୁସ୍ଥ ପାଚନ କ୍ରିୟା ସାଙ୍ଗକୁ ସୁସ୍ଥ ଓ ଜରାଗ୍ରସ୍ତ ଫୁସଫୁସର ପ୍ରକାରଭେଦ ମଧ୍ୟ ସେମାନେ ଉପସ୍ଥିତ ଲୋକଙ୍କୁ ବୁଝାଉଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ଉଇଙ୍ଗ୍ ହାସଲ କରିଥିବା ‘ପରିବେଶବନ୍ଧୁ’ ପୁରସ୍କାର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ବହୁ ସଂଖ୍ୟାରେ ପରିଦର୍ଶକ ଯୋଗ ଦେଇ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏଭଳି ଏକ ନିଆରା ପ୍ରୟାସର ଭୁରି ଭୁରି ପ୍ରଶଂସା କରିଥିଲେ ।