Assembly Elections 2023 1st Phase Voting: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; ଜାଣନ୍ତୁ କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ?
2023 Assembly Election 1st Phase Voting: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଲାଗି ହୋଇଥିଲା ଭୋଟଗ୍ରହଣ।
Chhattisgarh-Mizoram Assembly Elections 2023 1st Phase Voting: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଛତିଶଗଡ଼-ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଲାଗି ହୋଇଥିଲା ଭୋଟଗ୍ରହଣ।
ମଙ୍ଗଳବାର ଛତିଶଗଡ଼ର ଯେଉଁ ୨୦ ଆସନରେ ମତଦାନ ହୋଇଛି ତାହା ମଧ୍ୟରେ ଦୁର୍ଗମ ବସ୍ତର ଅଞ୍ଚଳରେ ରହିଥିବା ୧୨ ଆସନ ରହିଛି। ଯାହା ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲା ଭାବରେ ଜଣାଶୁଣା। ରାଜ୍ୟର ବାକି ୭୦ ଆସନ ଲାଗି ଆସନ୍ତା ୧୭ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ରାଜ୍ୟର ମୋଟ ୯୦ ବିଧାନସଭା ଆସନ ଲାଗି ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି ଭୋଟ ଗ୍ରହଣ।
ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ମିଜୋରାମରେ ୭୫.୬୮% ଏବଂ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ୭୦.୮୭% ମତଦାନ ହୋଇଛି। ହେଲେ ତଥାପି ଅନ୍ତିମ ଆକଳନ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଗତ ଥରର ଛତିଶଗଡ଼ ବିଧାନସଭା ନିର୍ବାଚନରେ ୭୭ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଥିଲା। ଆସନ୍ତା ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।
ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ା ଜିଲ୍ଲାରେ ଭୋଟର କୌଣସି ଭୟ ନ ରଖି ଖୋଲାଖୋଲି ଭାବରେ ଭୋଟ୍ ଦେଉଥିବାର ଦେଖାଯାଇଥିଲା। ଗଣତନ୍ତ୍ରର ଏକ ସୁନ୍ଦର ଚିତ୍ର ଏଠାରେ ଦେଖିବାକୁ ମିଳିଛି। ଏହି କ୍ଷେତ୍ର ନକ୍ସଲ ଗଡ଼ ଭାବରେ ଜଣାଶୁଣା। ରାଜ୍ୟର ଏକ ମତଦାନ କେନ୍ଦ୍ରରେ ମତଦାତାଙ୍କୁ ଫୁଲମାଳ ସହିତ ସ୍ୱାଗତ କରାଯାଇଥିଲା। ଏଠାରେ ଲୋକେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା।
କୌତୁହଳର ବିଷୟ ହେଉଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମଧ୍ୟରେ ମତଦାନ କରିବାକୁ ନେଇ ଆଶ୍ଚର୍ଯ୍ୟଜନକ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା। ମତଦାନ କରିବା ପାଇଁ ମହିଳା ମତଦାତା ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କରିଥିଲେ। ଗଣତନ୍ତ୍ରର ପର୍ବରେ ପୁରୁଷ, ମହିଳା ଏବଂ ଯୁବକ, ବୟସ୍କ, ବୃଦ୍ଧ ବିଭିନ୍ନ ବର୍ଗର ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ପ୍ରଥମ ପର୍ଯ୍ୟାରେ ଛତିଶଗଡ଼ର କେଉଁ ଆସନରେ ହୋଇଛି ମତଦାନ?
ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କବୀରଧାମ ଜିଲ୍ଲାର ପଣ୍ଡାରିଆ ଏବଂ କୱର୍ଦ୍ଧା ବିଧାନସଭା ଆସନ, ରଜନନ୍ଦଗାଓଁ ଜିଲ୍ଲାର ଖୈରାଗଡ, ଡୋଙ୍ଗାରଗଡ଼ (ଏସସି), ରଜନନ୍ଦନଗାଓଁ, ଡୋଙ୍ଗାରାଗାଓଁ, ଖୁଜି ଏବଂ ମୋହଲା-ମନପୁର (ଏସଟି) ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। କାଙ୍କେର ଜିଲ୍ଲାର ୩ ଆସନ ଅନତାଗଡ଼ (ଏସଟି), ଭାନୁପ୍ରତାପୁର (ଏସଟି) ଏବଂ କାଙ୍କେର (ଏସଟି) ଆସନରେ ମତଦାନ ହେବ। ଏହା ବ୍ୟତୀତ କୋଣ୍ଡାଗାଓଁ ଜିଲ୍ଲାର ୨ ଆସନ କେଶକଲ (ଏସଟି), କୋଣ୍ଡାଗାଓଁ (ଏସଟି), ନାରାୟଣପୁର ଜିଲ୍ଲାର ନାରାୟଣପୁର (ଏସଟି), ବସ୍ତର ଜିଲ୍ଲାର ୩ ଆସନ ବସ୍ତର (ଏସଟି) ଜଗଦଲପୁର, ଚିତ୍ରକୋଟ (ଏସଟି), ଦାନ୍ତେୱାଡ଼ା ଜିଲ୍ଲାର ଦାନ୍ତେୱାଡା (ଏସଟି), ବିଜାପୁର ଜିଲ୍ଲାର ବିଜାପୁର (ଏସଟି) ସୁକମା ଜିଲ୍ଲାର କୋଣ୍ଟା (ଏସଟି) ଆସନରେ ହୋଇଛି ଭୋଟ୍ ଗ୍ରହଣ।
ଗୋଟିଏ ପର୍ଯ୍ୟାୟରେ ହେଲା ମିଜୋରାମରେ ଭୋଟ ଗ୍ରହଣ
ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ ଲାଗି ରାଜ୍ୟର ସମସ୍ତ ୪୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି। ସେହି ଆସନ ହେଉଛି ହଛେକ୍, ଡମ୍ପା, ମମିତ, ତୁଇରିଆଲ୍, କୋଲାସିବ୍, ସେରଲୁଇ, ଟୁଇବାୱାଲ୍, ଚଲଫିଲ୍, ତାୱି, ଆଇଜଲ୍ ଉତ୍ତର-୧, ଆଇଜଲ୍ ଉତ୍ତର-୨, ଆଇଜଲ୍ ଉତ୍ତର-୩, ଆଇଜଲ୍ ପଶ୍ଚିମ-୧, ଆଇଜଲ୍ ପଶ୍ଚିମ-୨, ଆଇଜନ ପଶ୍ଚିମ-୩, ଆଇଜଲ୍ ପୂର୍ବ-୧, ଆଇଜଲ୍ ପୂର୍ବ-୨, ଆଇଜଲ୍ ଦକ୍ଷିଣ-୧, ଆଇଜନ ଦକ୍ଷିଣ-୨, ଆଇଜଲ ଦକ୍ଷିଣ-୩, ଲେଙ୍ଗତେଙ୍ଗ, ତୁଇଚାଙ୍ଗ, ଚମ୍ପାଇ ଉତ୍ତର, ଚମ୍ପାଇ ଦକ୍ଷିଣ, ପୂର୍ବ ତୁଇପୁଇ, ସେରଛିପ୍, ତୁଇକମ୍, ହରଙ୍ଗତୁର୍ଜୋ, ଦକ୍ଷିଣ ତୁଇପୁଇ, ଲୁଙ୍ଗଲେଇ ଉତ୍ତର, ଲୁଙ୍ଗଲେଇ ପଶ୍ଚିମ, ଲୁଙ୍ଗଲେଇ ପୂର୍ବ, ଥୋରାଙ୍ଗ, ପଶ୍ଚିମ ତୁଇପୁଇ, ତୁଇଚାଙ୍ଗ, ଲୱଙ୍ଗତଲାଇ ପଶ୍ଚିମ, ଲଙ୍ଗୱତଲାଇ ପୂର୍ବ, ସାଇହା ଏବଂ ପଲକ।
କେତେ ସମୟ ଧରି ଚାଲିଥିଲା ଭୋଟ ଗ୍ରହଣ?
ଛତିଶଗଡ ଏବଂ ମିଜୋରାମ ପାଇଁ ମତଦାନ ସକାଳ ୦୭:୦୦ ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୦୫:୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ମାତ୍ର ଛତିଶଗଡ଼ର ବିଭିନ୍ନ ଆସନ ପାଇଁ ଭୋଟ୍ ଦେବାର ସମୟ ଅଲଗା ରହିlFNE। ସକାଳ ସାତଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୋହଲା-ମନପୁର, କାଙ୍କେର, ଅନ୍ତାଗଡ଼, ଭାନୁପ୍ରତାପପୁର, କୋଣ୍ଡାଗାଓଁ, କେଶକାଲ, ନାରାଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଟା ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହା ସହିତ ପାଣ୍ଡାରିଆ, ଖୈରାଗଡ଼, କାୱର୍ଦ୍ଧା, ଡୋଙ୍ଗରଗଡ଼, ଡୋଙ୍ଗରଗାଓଁ, ରାଜନନ୍ଦଗାଓଁ, ଖୁଜ୍ଜୀ, ବସ୍ତର, ଜଗଦଲପୁର ଏବଂ ଚିତ୍ରକୋଟ୍ ବିଧାନସଭା ଆସନ ପାଇଁ ସକାଳ ସାତଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।
ଛତିଶଗଡ଼ର ସମ୍ବେଦନଶୀଳ ଅଞ୍ଚଳରେ ଗ୍ରହଣ କରାଯାଇଥିଲା ଉଚ୍ଚ ସୁରକ୍ଷା ବ୍ୟବସ୍ଥା
ଛତିଶଗଡ଼ର ବସ୍ତର ଡିଭିଜନ ଅଧିନସ୍ଥ ସମ୍ବେଦନଶୀଳ ଅଞ୍ଚଳରେ ରହିଥିବା ମତଦାନ କେନ୍ଦ୍ରରେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଏବଂ ଛତିଶଗଡ଼ର ପ୍ରାୟ ୬୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ଡ୍ରୋନ୍ ଏବଂ ହେଲିକପ୍ଟର ମାଧ୍ୟମରେ ମାଓବାଦୀ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ବସ୍ତର ଜିଲ୍ଲାର ୫ ବିଧାନସଭା ଆସନକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିଚାର କରି ୧୪୯ ମତଦାନ କେନ୍ଦ୍ରରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ମତଦାନ କେନ୍ଦ୍ର ଅନ୍ତାଗଡ଼, ଦନ୍ତେୱାଡା, ବିଜାପୁର, ନାରାୟଣପୁର ଏବଂ କୋଣ୍ଟା ଆସନ ଅଧିନରେ ରହିଛି। ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି ଯେ ଏହି ମତଦାନ କେନ୍ଦ୍ରକୁ ନିକଟସ୍ଥ ଥାନା ଏବଂ ସୁରକ୍ଷା ଶିବିରକୁ ସ୍ଥାନାନ୍ତର କରାଯାଇଥିଲା। ନକ୍ସଲ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ବାୟୁସେନାର ଏମଆଇ-୧୭ ହେଲିକପ୍ଟର ବ୍ୟବହାର କରାଯାଇଛି। ଯେଉଁଥିରେ ପୋଲିଂ ପାର୍ଟି ଦଳକୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ପାଇଁ ବ୍ୟବହୃତ ହୋଇଛି। ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ କରାଯାଇଛି।
ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା
ମିଜୋରାମର ଆନ୍ତ ରାଜ୍ୟ ଏବଂ ଆନ୍ତର୍ଜାତୀୟ ସୀମା ସହିତ ପ୍ରାୟ ୩୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷିତ ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ରାଜ୍ୟ ତଥା ଆନ୍ତର୍ଜାତୀୟ ସୀମାରେ ୩୦୦୦ ପୋଲିସ କର୍ମଚାରୀ ଏବଂ ୫୪୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।