Atal Pension Yojana: ଦେଶର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା (Government Scheme) କେନ୍ଦ୍ର ଓ ରାଜ୍ୟ ସରକାର ଚଳାଉଛନ୍ତି । ଏହି ଯୋଜନା ମାଧ୍ୟମରେ ଲୋକଙ୍କ ଆର୍ଥିକ ସହାୟତା ଯୋଗାଇବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଏସବୁ ମଧ୍ୟରେ କେନ୍ଦ୍ର ସରକାର କୋଟି କୋଟି ଲୋକଙ୍କୁ ବହୁତ ଭଲ ଖବର ଦେଇଛନ୍ତି । ସରକାର ଏପରି ଯୋଜନା କରିଛନ୍ତି, ଯାହା ମାଧ୍ୟମରେ ପ୍ରତି ମାସରେ ୫୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ । ଖାସ୍ କଥା ହେଉଛି ଏହି ଟଙ୍କା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ ଆସିବ । ଆସନ୍ତୁ ଜାଣିବା ମୋଦି ସରକାର (Modi Government) ଙ୍କ ଏହି ବିଶେଷ ଯୋଜନା ବିଷୟରରେ...


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାରଙ୍କ ତରଫରୁ ଆପଣଙ୍କୁ ଅଟଳ ପେନସନ୍ ଯୋଜନା (Atal Pension Scheme) ରେ ଏହି ସୁବିଧା ମିଳିବ । ଏହା ଆପଣଙ୍କର ବୃଦ୍ଧାବସ୍ଥା ପାଇଁ ଭାରତ ସରକାର (Indian Government) ଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା । ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ (Pension) ପାଇପାରିବେ । ଏହି ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଆସିବ ।


ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଅଟଳ ପେନସନ ଯୋଜନା (Atal Pension Scheme) ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଛି । ଏହି ଯୋଜନା (Atal Pension Scheme) କେନ୍ଦ୍ର ସରକାର (Central Government) ଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଲୋକଙ୍କୁ ବୃଦ୍ଧାବସ୍ଥାରେ କୌଣସି ସମସ୍ୟା ନ ହେଉ ଓ ଆପଣଙ୍କ ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଆପଣ ଅଳ୍ପ ପରିମାଣର ଜମା କରିପାରିବେ ଓ ପେନସନ ପାଣ୍ଠି ଜମା କରିପାରିବେ ।


ଅଧିକ ପଢ଼ନ୍ତୁ:-କପଲଙ୍କ ପ୍ରାଇଭେଟ୍ ଭିଡିଓ ହେଲା ଲିକ୍, ହୋଟେଲରେ ଘଟିଲା ଏପରି କିଛି...ସୃଷ୍ଟି କଲା ହଇଚଇ


ଅଧିକ ପଢ଼ନ୍ତୁ:-୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ


ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଦଳ!


ଅଟଳ ପେନସନ ଯୋଜନା (Atal Pension Scheme) ରେ କେବଳ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଥିବା ଲୋକମାନେ ନିବେଶ କରିପାରିବେ । ୬୦ ବର୍ଷ ପରେ ଆପଣ  ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇବେ । ଏଥିରେ ଆପଣଙ୍କୁ ୨୦ ବର୍ଷ ପାଇଁ ନିବେଶ କରିବାକୁ ପଡ଼ିବ । ଏହି ଯୋଜନାରେ ଆପଣଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ୧୪୫୪ ଟଙ୍କା ଜମା କରିବାକୁ ପଡ଼ିବ । ୬୦ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ପ୍ରତି ମାସରେ ୧୦୦୦ରୁ ୫୦୦୦ ଟଙ୍କା ମିଳିବ । ଅଟଳ ପେନସନ ଯୋଜନା (Atal Pension Scheme) ର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ । ଆପଣ ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରେ ଏକ ସେଭିଂ ଆକାଉଣ୍ଟ ଖୋଲିପାରିବେ ଓ ପ୍ରତି ମାସରେ ନିବେଶ କରିପାରିବେ ।