Athiya Shetty KL Rahul Wedding: ହାତକୁ ଦି ହାତ ହେବାକୁ ଯାଉଛନ୍ତି କ୍ରିକେଟର କେଏଲ ରାହୁଲ । ସେ ତାଙ୍କ  ଦିର୍ଘ ଦିନର ଗାର୍ଲଫ୍ରେଣ୍ତ ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କୁ ଆଜି ବିବାହ କରିବେ । ଏନେଇ ପ୍ରିଓ୍ବେଡିଂର ସମସ୍ତ ରଶମ ଶେଷ ହୋଇଥିବା ବେଳେ ଆଜି ଏହି ଲବବାର୍ଡ ବିବାହ କରିବାକୁ ଯାଉଛନ୍ତି । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା । ତେବେ ଉଭୟ ଖଣ୍ଡାଲାରେ ଥିବା ସୁନିଲ ସେଠୀଙ୍କ ବଙ୍ଗଳାରେ ବିବାହ କରିବେ ବୋଲି ସୂଚନା ମଳିଛି । ତେବେ ମୋଟ ୨୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହେବେ ।


COMMERCIAL BREAK
SCROLL TO CONTINUE READING

ସୁନୀଲ ସେଟ୍ଟୀଙ୍କ ଏହି ଭିଡିଓ ଭାଇରାଲ ହେଉଛି :
ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ବର୍ତ୍ତମାନ ତାଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ବିବାହ ପାଇଁ ପ୍ରସ୍ତୁତିରେ ବେସ ବ୍ୟସ୍ତ ଅଛନ୍ତି। ଆଥିଆ ଶେଟ୍ଟୀ ଆଜି  ଭାରତୀୟ ଦଳର ଓପନର୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ସମୟରେ ସୁନୀଲ ଶେଟ୍ଟୀ ଖଣ୍ଡାଲାସ୍ଥିତ ତାଙ୍କ ଫାର୍ମ ହାଉସରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟ ଦେଖୁଛନ୍ତି । ଯେତେବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାର ସୁନୀଲ ସେଟ୍ଟୀ ଦେଖିଲେ,  ଅଭିନେତା ଜଣକ କହିଥିଲେ ଯେ, ସେ ଆସନ୍ତାକାଲି ପିଲାମାନଙ୍କୁ (ଆଥିଆ-କେଏଲ) ଏଠାକୁ ଆଣିବେ ।


Also Read : Pathaan: ‘The Kapil Sharma Showରେ ନୁହେଁ, ସିଧା ହଲରେ ଭେଟିବି’


'ମୁଁ ଆସନ୍ତାକାଲି ପିଲାମାନଙ୍କୁ ଆଣିବି':
ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ତାଙ୍କ କାରରୁ ବାହାରକୁ ଆସିବା ପରେ ସେ ମିଡିଆ ଆଗରେ ପୋଜ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ସୁନୀଲ ଶେଟ୍ଟୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆଥିଆ ଏବଂ କେ.ଏଲ ରାହୁଲଙ୍କୁ ବିବାହ ପରେ ଫଟୋସୁଟ୍ ପାଇଁ ବାହାରକୁ ଆଣିବେ। ସେ କହିଥିଲେ, 'ମୁଁ ଆସନ୍ତାକାଲି(ଜାନୁଆରୀ ୨୩ ପିଲାମାନଙ୍କୁ ଆଣିବି। ଆପଣଙ୍କୁ ବହୁତ ଧନ୍ୟବାଦ ...'ସେ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତାକାଲି ପୁରା ପରିବାର ଗଣମାଧ୍ୟମ ଆଗକୁ ଆସିବ । 


ପ୍ରିଓ୍ବେଡିଂ ଜାନୁଆରୀ ୨୧ରୁ ଆରମ୍ଭ ହୋଉଛି :
ଖବର ଅନୁଯାୟୀ, କେଏଲ ରାହୁଲ ଏବଂ ଆଥିଆ ଶେଟ୍ଟୀଙ୍କ ବିବାହ ଆଜି ଖଣ୍ତାଲା ଫାର୍ମ ହାଉସରେ ହେବାକୁ ଯାଉଛି । କିନ୍ତ ବିବହା ପୂର୍ବରୁ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ରଶମ ଜାନୁଆରୀ ୨୧ରୁ ଆରମ୍ଭ ହୋଇଯାଇଛି । 


ସୁନୀଲ ଶେଟ୍ଟୀ ନିଜ ଝିଅ ବାହାଘରରେ ଧମାକାଦାର ଡାନ୍ସ କରିବେ :
ପିତା ସୁନୀଲ ଶେଟ୍ଟୀ ଝିଅର ବିବାହରେ ଏକ ଧମାକାଦାର ଡାନ୍ସ କରିବେ ବୋଲି କୁହାଯାଉଛି । ସୁନୀଲ ଶେଟ୍ଟୀ କହିଛନ୍ତି ଯେ ଅନ୍ୟ ପିତାଙ୍କ ପରି ମୁଁ ମଧ୍ୟ ଆଥିଆଙ୍କ ପାଇଁ ଏକ  ସରପ୍ରାଇଜ୍ ପ୍ଲାନ ରଖିଛି । । ସୁନୀଲ ଶେଟ୍ଟୀଙ୍କ ବ୍ୟତୀତ ଆଥିଆ ଶେଟ୍ଟୀଙ୍କ ଭଲ ବନ୍ଧୁ ଆକଙ୍କଶା ରଂଜନ, ଆଥିଆଙ୍କ ଭାଇ ଅହାନ ଏବଂ ଅଭିନେତ୍ରୀଙ୍କ ଅନ୍ୟ ବନ୍ଧୁମାନେ ମଧ୍ୟ ନୃତ୍ୟ ପରିବେଷଣ କରିବେ। ତେବେ, ସବୁଠାରୁ ବଡ କଥା ହେଲା ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି ।