BOI Debit Card: ଯଦି ଆପଣ ମଧ୍ୟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି । ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ ଏହା ନକରନ୍ତି, ତେବେ ଆପଣଙ୍କର ଡେବିଟ୍ କାର୍ଡ ୩୧ ଅକ୍ଟୋବର ୨୦୨୩ ପରେ ଅଚଳ ହୋଇଯିବ । ଯାହା ପରେ ଆପଣ କୌଣସି ଅନଲାଇନ୍ କାରବାର କରିପାରିବେ ନାହିଁ କିମ୍ବା ଏଟିଏମରୁ ଟଙ୍କା ଉଠାଇବାରେ ସକ୍ଷମ ହେବେ ନାହିଁ । ତେଣୁ, ଏହି ଆର୍ଟିକିଲକୁ ଭଲଭାବେ ପଢ଼ନ୍ତୁ ଓ ୧ ଅକ୍ଟୋବର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରନ୍ତୁ ।


COMMERCIAL BREAK
SCROLL TO CONTINUE READING

ଏହା ରିହିଛି ମାମଲା
ବାସ୍ତବରେ, ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ପ୍ରତ୍ୟେକ ଡେବିଟ୍ କାର୍ଡଧାରୀଙ୍କ ମୋବାଇଲ୍ ନମ୍ବର ତାଙ୍କ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ । ଯିଏକି ଏପର୍ଯ୍ୟନ୍ତ ଏହାକୁ ଲିଙ୍କ କରିନାହାଁନ୍ତି, ୩୧ ତାରିଖ ପରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ନାହିଁ । ତେଣୁ, ନିଶ୍ଚିତ ଭାବରେ କାର୍ଡ ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବର ଲିଙ୍କ କରନ୍ତୁ ।


କିପରି କରିବେ ଲିଙ୍କ?
ଏଥିପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦୁଇଟି ଉପାୟ କହିଛି, ଯାହା ଦ୍ୱାରା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ନ ହେବେ । ପ୍ରଥମେ, ଆପଣ ଯେକୌଣସି ବ୍ୟାଙ୍କ ଶାଖାକୁ ଯାଇ ଆବେଦନ ମାଧ୍ୟମରେ କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ କରିପାରିବେ । ଆଉ ଏକ ଅନଲାଇନ୍ ପଦ୍ଧତି ଅଛି, ଯେଉଁଠାରେ ଆପଣ ଫର୍ମ ପୂରଣ କରି ବ୍ୟାଙ୍କରେ ଦାଖଲ କରିପାରିବେ ।


ଅନଲାଇନ୍ ପଞ୍ଜୀକରଣ କରିବା ପାଇଁ ଏହା ହେଉଛି ପ୍ରକ୍ରିୟା
ଆପଣଙ୍କୁ ପ୍ରଥମେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୋର୍ଟାଲରେ ଲଗ୍ ଇନ୍ କରିବାକୁ ପଡିବ । ଲଗ୍ ଇନ୍ କରିବା ପରେ, ଆପଣଙ୍କୁ ଡେବିଟ୍ କାର୍ଡ ବିକଳ୍ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଉପରେ କ୍ଲିକ୍ କରିବାକୁ ପଡିବ । ଏହା ଉପରେ କ୍ଲିକ୍ କରିବା ପରେ, ଆପଣ ନିଜର ସମସ୍ତ ସୂଚନା ନାମ, ଠିକଣା, ଆଧାର କାର୍ଡ, ପାନ୍ କାର୍ଡ ବିବରଣୀ ଦେବାକୁ ପଡିବ ।ସବିଶେଷ ତଥ୍ୟ ପୁରଣ କରିବା ପରେ ଆପଣଙ୍କୁ ଏହାର ପ୍ରିଣ୍ଟଆଉଟ୍ ନେଇ ଆପଣଙ୍କ ବ୍ୟାଙ୍କରେ ଜମା କରିବାକୁ ପଡିବ । ଯାହା ପରେ ଆପଣଙ୍କ ନମ୍ବର ଡେବିଟ୍ କାର୍ଡ ସହିତ ଲିଙ୍କ୍ ହେବ ।