Expensive Coffee Shop Of Australia: ଦୁନିଆର ଅଧିକାଂଶ ଲୋକ ଚା କିମ୍ବା କଫି ପିଇ ନିଜର ଦିନ ଆରମ୍ଭ କରିଥାନ୍ତି। ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଭିନ୍ନ ସ୍ୱାଦକୁ ଉପଭୋଗ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି। ଏହାର କାରଣ ହେଉଛି ପ୍ରତ୍ୟେକ ସ୍ଥାନରେ ସେମାନଙ୍କର ସ୍ୱାଦ ଏବଂ ମୂଲ୍ୟରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳେ। ଏବେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ଏକ କପ୍ କଫି ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ବାସ୍ତବରେ ଅଷ୍ଟ୍ରେଲିଆ ଠାରେ ଏପରି ଏକ କଫି ଦୋକାନ ଖୋଲିଛି, ଯେଉଁଠାରେ ଏକ କପ୍ କଫି ମୂଲ୍ୟ ହେଉଛି ୧୫୦୦ ଡଲାର। ଭାରତୀୟ ମୁଦ୍ରାରେ ଏହା ମୂଲ୍ୟ ହେଉଛି ପ୍ରାୟ ୧.୨୮ ଲକ୍ଷ ଟଙ୍କା।


COMMERCIAL BREAK
SCROLL TO CONTINUE READING

ସବୁଠାରୁ ମହଙ୍ଗା କଫି
ଯଦିଓ ଜାକୁ ବର୍ଡ କଫି (Jacu Bird Coffee) ଦୁନିଆର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଏ ଏବଂ ଏହା କିଲୋଗ୍ରାମ ପିଛା ପ୍ରାୟ ୮୧ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ହେଲେ ବର୍ତ୍ତମାନ ଅଷ୍ଟ୍ରେଲିଆ ଠାର ଏକ କଫି ଦୋକାନ (Australian Coffee Shop) ଏହି ମୂଲ୍ୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି, ଯେଉଁଠାରେ ଏକ କପ୍ କଫି ମୂଲ୍ୟ (Coffee Cup Price) ପ୍ରାୟ ୧.୨୮ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଆଶ୍ଚର୍ଯ୍ୟର କଥା ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଆପଣଙ୍କୁ ଏହି କଫି ପିଇବାକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିପାରେ। ଯଦି ଆପଣ ଏହି କଫି ସ୍ୱାଦ ଚାଖିବାକୁ ଚାହାଁନ୍ତି, ତା ହେଲେ ଏଥିପାଇଁ ଆପଣଙ୍କୁ ଦୁଇ ସପ୍ତାହ ପୂର୍ବରୁ କଫି ଅର୍ଡର (Coffee Order) କରିବାକୁ ପଡିବ।


ଏହି କଫିର ବିଶେଷତା କ"ଣ?
ଅଷ୍ଟ୍ରେଲୀୟ ସହର ପେନରିଥ (Penrith Town Australia) ଠାରେ ଅବସ୍ଥିତ ବ୍ରୁ ଲ୍ୟାବ କାଫେ (Brew Lab Cafe Penrith) ସେତେବେଳେ ଚର୍ଚ୍ଚା ବିଷୟ ପାଲଟିଥିଲା ​​ଯେତେବେଳେ କାଫେ ମାଲିକ ମିଚ ଜନସନ କଫି ମୂଲ୍ୟ ବିଷୟରେ ଏକ ବଡ଼ ଘୋଷଣା କରିଥିଲେ। ହେଲେ କଫି ମୂଲ୍ୟ ଏତେ ମହଙ୍ଗା ଏବଂ ଏହାକୁ ପିଇବା ପାଇଁ ଅପେକ୍ଷା କରିବା ପଛର କାରଣ ତାହାର ଜବାବ ରଖିଛନ୍ତି ମିଚ ଜନସନ। ଏନେଇ କାଫେ ମାଲିକ କହିଛନ୍ତି ଯେ ଏହି କଫି (Coffee) ପାନାମା ଏବଂ କୋଷ୍ଟାରିକା ସୀମା (Panama Costa Rica Border) ନିକଟସ୍ଥ ସିଲା ଦେ ପାଣ୍ଡୋ ନିକଟସ୍ଥ ଆଗ୍ନେୟଗିରି ଠାରେ ଚାଷ ହୋଇଥାଏ। ଯାହା ସମୁଦ୍ର ପତ୍ତନରୁ ପ୍ରାୟ ୧୭୦୦ ମିଟର ଉଚ୍ଚରେ ଅବସ୍ଥିତ। ଏହାର କାରଣ ହେଉଛି ଏହାକୁ ତିଆରି କରିବା ପାଇଁ ଅଧିକ ସମୟ ଲାଗିବା ସହିତ ବେଶ ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥାଏ।


କ'ଣ ଆପଣ ଚାଖିଛନ୍ତି ଏହି କଫିର ସ୍ୱାଦ?
କାଫେ ମାଲିକ ମିଚ ଜନସନଙ୍କ କହିବା ଅନୁଯାୟୀ ଏହା ଏକ ଅସାଧାରଣ କଫି ଯାହା ଲୋକଙ୍କ ଆଖିରୁ ଲୁହ ବାହାର କରି ଦେଇଥାଏ। କାଫେ ମାଲିକ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି କଥାବାର୍ତ୍ତା କରିବା ପାଗଳ ପରି ମନେହୁଏ, ହେଲେ ଏପରି ଘଟିଛି। ଏହି କଫି ପିଇବା ପରେ ଲୋକଙ୍କ ଆଖିରୁ ଲୁହ ଆସିଥାଏ, ଯାହା ମୁଁ ନିଜେ ଦେଖିଛି। ଏହା ସହିତ, କଫି ତିଆରି କରିବାର ପ୍ରକ୍ରିୟା, ପ୍ରଥମେ କଫି ଫିଲ୍ଟର କିପରି ଓଦା ହୁଏ ଏବଂ ପରେ କଫି ଫିଲ୍ଟର ମଧ୍ୟରେ ରଖି ୯୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ଗରମ କରିବା ପରେ ଏହା ଉପରେ ପାଣି ଢାଳି ଦିଆଯାଏ। ଏପରି କରିବାର କାରଣ ହେଉଛି କଫି ସ୍ୱାଦ ଯେପରି ନଷ୍ଟ ନହୁଏ।