Security Arrangements for Pran Pratishtha Ceremony Ayodhya: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ଲାଗି ଅଯୋଧ୍ୟା ସହରରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଏହା ମଧ୍ୟରେ ସାଇବର ଆଟାକ୍ ଆଲର୍ଟ ଜାରି କରାଯାଇଛି। ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ବେଳେ ସାଇବର ଆକ୍ରମଣ ହେବା ନେଇ ଭୟ ରହିଛି। ଏପରି ଏକ ସମ୍ବେଦନଶୀଳ ତଥ୍ୟ ମିଳିବା ପରେ ଉତ୍ତର ପ୍ରଦେଶ ସରକାର ସତର୍କ ହୋଇଉଠିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସରକାରୀ ୱେବସାଇଟ୍ ଏବଂ ୱେବ୍ ପୋର୍ଟାଲ ସାଇବର ସୁରକ୍ଷା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ହୋଇପାରେ ସାଇବର ଆକ୍ରମଣ
ଆପଣଙ୍କୁ କହିରଖୁଛୁ ଯେ ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ର ରାଜ୍ୟର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେବାବେଳେ କହିଛନ୍ତି ଯେ ଆଗାମୀ ୩ ଦିନ ୱେବସାଇଟ ମଧ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। କୌଣସି ପ୍ରକାରର ଅପଡେଟ କରାଯିବ ନାହିଁ। ମୁଖ୍ୟ ସଚିବ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ ଅନ୍ୟ ସଚିବଙ୍କୁ ସାଇବର ଆକ୍ରମଣ ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Also Read:  Ayodhya Ram Mandir: ଅଯୋଧ୍ୟା ନଗରୀରେ କିପରି ରହିବ ସୁରକ୍ଷା ବ୍ୟବସ୍ଥା?


ବନ୍ଦ କରାଗଲା ସମସ୍ତ ସନ୍ଦେହଜନକ ସୋସିଆଲ ମିଡିଆ ଆକାଉଣ୍ଟ
ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ସମାରୋହ  ଅବସରରେ ସାଇବର ଆକ୍ରମଣ ହେବାର ଆଶଙ୍କା ରହିଛି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ସାଇବର ଆକ୍ରମଣ ବିପଦ ସମ୍ପର୍କରେ ଚେତାବନୀ ଦିଆଯାଇଥିଲା। ଏହି ସମୟରେ ଗୃହ ମନ୍ତ୍ରଣାଳୟ ପ୍ରାୟ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଛି। ଏହା ବ୍ୟତୀତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ କୁହାଯାଇଛି ଯେ ଯଦି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ପ୍ରକାରର କାର୍ଯ୍ୟକଳାପ ସମ୍ପର୍କରେ ଜଣାପଡ଼େ ତାହେଲେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।


ଅଯୋଧ୍ୟ ନଗରୀର କୋଣ ଅନୁକୋଣ ଉପରେ ରହିଛି ସତର୍କ ନଜର 
ଆସନ୍ତାକାଲି ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଅଯୋଧ୍ୟା ନଗରୀରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଯୋଧ୍ୟା ସୀମାକୁ ସିଲ୍ କରାଯାଇଛି। ଅଯୋଧ୍ୟା ପ୍ରବେଶ ପଥରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନିକଟରେ ପାର୍କିଂ ହୋଇଥିବା ଗାଡିକୁ ନିୟମ ଅନୁଯାୟୀ ଯାଞ୍ଚ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ନିମନ୍ତ୍ରିତ ସଦସ୍ୟଙ୍କ QR Code Scan କରାଯିବ। 


Also Read: Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କିପରି ରହିବ ଅଯୋଧ୍ୟା ସୁରକ୍ଷା?


ସତର୍କ ଅଛନ୍ତି ସୁରକ୍ଷା ଏଜେନ୍ସି
ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସମଗ୍ର ଦେଶ ରାମ ଭକ୍ତିରେ ଲୀନ ହୋଇଯାଇଛି। ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଠାରେ ଆୟୋଜିତ ହେଉଛି। ହେଲେ ଏହି ଭଗବାନଙ୍କ ପାଇଁ ସମଗ୍ର ଦେଶ ରାମମୟ ହୋଇଉଠିଛି। ଆସନ୍ତାକାଲି ଭଗବାନ ଶ୍ରୀରାମ ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିବେ। ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହୁଁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇ ଉଠିଛନ୍ତି। ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ସତର୍ତ ନଜର ରଖାଯାଉଛି।