Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କିପରି ରହିବ ଅଯୋଧ୍ୟା ସୁରକ୍ଷା?
Advertisement
Article Detail0/zeeodisha/odisha2044327

Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କିପରି ରହିବ ଅଯୋଧ୍ୟା ସୁରକ୍ଷା?

Ayodhya Ram Mandir Pran Pratishtha Ceremony: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ପ୍ରାଣ ପ୍ରତିଷ୍ଠା। ଏହି ଧାର୍ମିକ ସମାରୋହ ପାଇଁ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କିପରି ରହିବ ଅଯୋଧ୍ୟା ସୁରକ୍ଷା?

Security Arrangements for Pran Pratishtha Ceremony: ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା। ଏହି କାର୍ଯ୍ୟକ୍ରମ ପାଇଁ ଧର୍ମ ନଗରୀ ଅଯୋଧ୍ୟା ଠାରେ ସୁରକ୍ଷା ବ୍ୟବସ୍ଥାକୁ ରେଡ୍-ୟେଲୋ ଜୋନ୍ ବର୍ଗରେ ବିଭକ୍ତ କରାଯାଇଛି। ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ ରାମ ମନ୍ଦିର ରେଡ ଜୋନ୍ ବର୍ଗରେ ରହିବ। ରାମ ମନ୍ଦିର ସୁରକ୍ଷା ଦାୟିତ୍ୱରେ ୬ କମ୍ପାନୀ ସିଆରପିଏଫ, ୩ କମ୍ପାନୀ ପିଏସି, ୯ କମ୍ପାନୀ ଏସଏସଏଫ, ୩୦୦ ପୋଲିସ କର୍ମଚାରୀ, ୪୭ ଅଗ୍ନିଶମ ସେବା କର୍ମଚାରୀ, ୩୮ ଏଲଆଇୟୁ କର୍ମଚାରୀ, ୪୦ ରେଡିଓ ପୋଲିସ କର୍ମଚାରୀ ନିୟୋଜିତ ହେବେ। ଏହା ବ୍ୟତୀତ ରାମ ମନ୍ଦିର ପରିସରରେ ବୋମା ନିଷ୍କ୍ରିୟକାରୀ ଦଳର ଦୁଇଟି ଟିମ୍ ମଧ୍ୟ ନିୟୋଜିତ ରହିବେ। ଆଣ୍ଟି ସାବୋଟେଜ୍ ସ୍କ୍ୱାର୍ଡ୍ ର ଦୁଇଟି ଟିମ୍ ଏବଂ ଗୋଟିଏ ପିଏସି କମାଣ୍ଡୋ ୟୁନିଟ୍ ମଧ୍ୟ ନିୟୋଜିତ ହେବେ। ଉତ୍ତର ପ୍ରଦେଶ ଏଟିଏସ-ଏସଟିଏଫ ପକ୍ଷରୁ ଗୋଟିଏ ଲେଖାଁଏ ୟୁନିଟ ସହିତ ଏନଏସଜି ସହ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ନିୟୋଜିତ ହେବେ।

ସୁରକ୍ଷାକୁ ନେଇ ବସି ସାରିଛି ସମନ୍ୱୟ ବୈଠକ
ଅଯୋଧ୍ୟା ସୁରକ୍ଷାକୁ ନେଇ ରାମ ଜନ୍ମାଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇସାରିଛି। ହନୁମାନଗଢି ଏବଂ କନକ ଭବନ ୟେଲୋ ଜୋନ୍ ବର୍ଗରେ ରହିବ। ୟେଲୋ ଜୋନ୍ ସୁରକ୍ଷା ଦାୟିତ୍ୱରେ ୩୪ ସବ୍ ଇନ୍ସପେକ୍ଟର, ୭୧ ହେଡ୍ କନଷ୍ଟେବଳ, ୩୧୨ କନଷ୍ଟେବଳ ନିୟୋଜିତ ହେବେ। ଅଯୋଧ୍ୟା ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ପାଇଲଟ୍ ପ୍ରୋଜେକ୍ଟ ଭାବରେ ଅଯୋଧ୍ୟା ଠାରେ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ।

କ୍ୟୁଆର କୋଡ୍ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ହେବ ପ୍ରବେଶ 
ଆସନ୍ତା ଜାନୁଆରୀ ୨୨ ତାରିଖରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା। କାର୍ଯ୍ୟକ୍ରମରେ ଅତିଥିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପାଇଁ  କ୍ୟୁଆର କୋଡ୍ ରହିଥିବା ନିମନ୍ତ୍ରଣ କାର୍ଡ ମାଧ୍ୟମରେ ପ୍ରବେଶ ପ୍ରଦାନ କରାଯିବ। ଯେଉଁଥି ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କେବଳ ମନୋନୀତ ୭୦୦୦ ଅତିଥିଙ୍କୁ କ୍ୟୁଆର କୋଡ୍ ରହିଥିବା ନିମନ୍ତ୍ରଣ କାର୍ଡ ପ୍ରଦାନ କରିଛି। ଏହା ସହିତ ଦେଶର ବିଭିନ୍ନ ଭାଗରୁ ଆସୁଥିବା ଅନେକ ଅତିଥି ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଦ୍ୱାରା ଅଯୋଧ୍ୟା ଠାରେ ପହଞ୍ଚିବେ। ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଆୟୋଜନ କରୁଛନ୍ତି।

ଘର, ଷ୍ଟାଡିୟମ ଏବଂ ମନ୍ଦିର ଠାରେ ହେବ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ
ଆପଣଙ୍କୁ କହିବା ଯେ ଦୀର୍ଘ ଦିନର ସଂଘର୍ଷ ପରେ ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଛି ରାମ ମନ୍ଦିର। ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମକୁ ଉଦଘାଟନ କରୁଛନ୍ତି। ଏହି ଅବସସରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶବାସୀ ମଧ୍ୟ ନିଜ ଘର, ଷ୍ଟାଡିୟମ ଏବଂ ମନ୍ଦିର ଠାରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ।